ବେରୋଜଗାରଙ୍କ ପାଇଁ ଆସୁଛି ଶୁଭ ସମୟ ! ମୋଦି ସରକାରଙ୍କ ନୀତିରେ ପ୍ରସ୍ତୁତ ହେବ ୪୦ ଲକ୍ଷ ପଦବୀ ।

27

ବୁଧବାର ଦୂରସଞ୍ଚାର ଆୟୋଗ ମନ୍ତ୍ରାଳୟ ତରଫରୁ ଜାରି କରାଯାଇଥିବା ରାଷ୍ଟ୍ରୀୟ ଡିଜିଟାଲ୍ ସଂଚାର ନିତି-୨୦୧୮ କୁ ମଞ୍ଚୁର କରିଛନ୍ତି । ଖାସ୍ କଥା ହେଉଛି କି ଏହି ନୂଆ ନୀତି ଜରିଆରେ କେନ୍ଦ୍ର ସରକାର ୨୦୨୨ ମସିହା ପର୍ଯ୍ୟନ୍ତ ଟେଲିକମ୍ କ୍ଷେତ୍ରରେ ଯୁବକଙ୍କ ପାଇଁ ୪୦ ଲକ୍ଷ ନୂଆ ପଦବୀ ଆଣିବାର ଲକ୍ଷ ରଖିଛନ୍ତି । ତେବେ ଆୟୋଗ ଦ୍ୱାରା ମଞ୍ଚୁର କରିଥିବା ନୀତିର ଉଦେ୍ଧଶ୍ୟ ୫ଜି,ଆର୍ଟିଫିସିଆଲ୍ ଇଣ୍ଟେଲିଜେନସ୍,ରୋବୋଟିକ୍ସ,କ୍ଲାଉଡ୍ କମ୍ପ୍ୟୁଟିଙ୍ଗ୍ ଏବଂ ମେସିନ୍ ଟୁ ମେସିନ୍ କମ୍ୟୁନିକେସନକୁ ବଢାଇବା ଅଟେ । ଏହା ସହ ଭାରତରେ ବିଶ୍ୱସ୍ଥରୀୟ ମାନ୍ୟତା ପ୍ରାପ୍ତ ଆଇପିଆରର ନିର୍ମାଣ,ଡିଜିଠାଲ୍ ସଂଚାରର ବିକାଶ ଆଦି ସାମିଲ ଅଛି । ନୂଆ ନୀତିରେ ୱାୟାରଲେସ୍ ଫ୍ରିକ୍ୱେନ୍ସି ଆବଣ୍ଟନ ଉପରେ ୱାୟାରଲେସ୍ ଯୋଜନା ଏବଂ ସମନ୍ୱୟ ସମିତି କରିବାକୁ କୁହାଯାଇଛି । ଯାହାଦ୍ୱାରା ଭଳି ପ୍ରକ୍ରିୟା ପାଇଁ ସହଜରେ ଅନୁମତି ମିଳିଯିବ ।

ନୂଆ ନୀତିରେ ସାମିଲ୍ ଥିବା ଉପାୟ :

* ୫୦ ଏମବିପିଏସ୍ ସ୍ପୀଡର ବ୍ରଡବ୍ୟାଣ୍ଡ ସେବାକୁ ପ୍ରତ୍ୟେକ ନାଗରିକଙ୍କ ପାଖରେ ପହଞ୍ଚାଇବା ।

*୦୧ ଜିବିପିଏସ୍

*୬୮୦୦ ବିଲିୟନ୍ ଟଙ୍କାର ନିବେଶ ୨୦୨୨ ପର୍ଯ୍ୟନ୍ତ ହେବ ବିକାଶ ।

*୧୦ ଲକ୍ଷ ଯୁବକଙ୍କୁ ମିଳିବ ନୂତନ ବୟସ ସ୍କିମ୍ ନିର୍ମାଣର ପ୍ରଶିକ୍ଷଣ ।

*ଆଇଓଟି ପରିସ୍ଥିତି ତନ୍ତ୍ରର ବିସ୍ତାର ସକାଶେ ୦୫ କୋଟି ଉପକରଣର ନିଯୋଗ ।

*୦୧ ଜିବିପିଏସ୍ ବ୍ରଡବ୍ୟାଣ୍ଡ କନେକ୍ସନ୍ ୨୦୨୦ ପର୍ଯ୍ୟନ୍ତ ଦେଶର ପ୍ରତ୍ୟେକଟି ଗ୍ରାମ ପଞ୍ଚାୟତରେ ହେବ ଉପଲବ୍ଧ ।