ଆଜି ପାର୍ଲାମେଂଟରେ ମୋଦିଙ୍କ ଶକ୍ତି ପରୀକ୍ଷା : ସଂଖ୍ୟା ଦୃଷ୍ଟିରୁ ସହଜ ସ୍ଥିତିରେ ଏନଡିଏ, ଅସଲ ପରୀକ୍ଷା ଦେବ କଂଗ୍ରେସ ନେତୃତ୍ୱାଧିନ ମୋଦି ବିରୋଧୀ ମେଂଟ

60

କନକ ବ୍ୟୁରୋ : ଆଜି ସଂସଦରେ ଶକ୍ତି ପରୀକ୍ଷା । ଗୋଟିଏ ପଟେ ଆସ୍ଥା ଭୋଟ ଜରିଆରେ ଅଗ୍ନି ପରୀକ୍ଷା ଦେବେ ମୋଦି ସରକାର । ଅନ୍ୟପଟେ କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ମେଂଟର ହେବ ଅସଲ ପରୀକ୍ଷା । କାରଣ ମୋଦି ବିରୋଧୀଙ୍କୁ ସାଙ୍ଗରେ ନେଇ ୨୦୧୯ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା କଂଗ୍ରେସ ଏଠାରୁ ପରବର୍ତି ସମୀକରଣ ତିଆରି କରିବ । ଆଉ ଉଭୟ କଂଗ୍ରେସ ଓ ବିଜେପିଠାରୁ ଦୂରତା ରଖିଆସୁଥିବା ଦଳଗୁଡିକର ଆଭିମୁଖ୍ୟ ମଧ୍ୟ ସ୍ପଷ୍ଟ ହୋଇଯିବ । ମୋଦି ବିରୋଧୀ ମେଂଟରୁ ଦୂରେଇ ରହିଥିବା ଏଆଇଏଡିଏମକେ, ବିଜେଡି ଓ ଟିଆରଏସ ପରି ଆଂଚଳିକ ଦଳର ଆଭିମୁଖ୍ୟ ବେଶ ଗୁରୁତ୍ୱ ରଖୁଛି ।

courtesy: DNA India

କାରଣ ଏମାନେ କେଉଁଆଡକୁ ଢଳିବେ ତାହା ସ୍ପଷ୍ଟ ନକରି ଝୁଲାଇ ରଖିଛନ୍ତି । ମିଳିଥିବା ସୂଚନା ଅନୁସାରେ ପ୍ରକୃତ ପକ୍ଷେ ଏନଡିଏ ବିରୋଧରେ ଠିଆ ହୋଇଥିବା ମହାମେଂଟ କେତେ ଶକ୍ତିଶାଳୀର ତାର ଏକ ସିଧାସଳଖ ବାର୍ତା ଜନସାଧାରଣଙ୍କୁ ପାଖକୁ ଯାଉ ବୋଲି ମୋଦି ସରକାର ଚାହୁଁଛନ୍ତି । ଏହାକୁ ଫ୍ଲୋର ଟେଷ୍ଟର କାରଣ କୁହାଯାଉଛି । ଏହି କାରଣରୁ ସଂଖ୍ୟାଗରିଷ୍ଠତା ଥାଇ ମଧ୍ୟ ବିଜେପି ଫ୍ଲୋରଟେଷ୍ଟ ପାଇଁ ସହମତ ଥିବା ଜଣାପଡିଛି । ତେବେ ଯଦି କ୍ରସ ଭୋଟିଂ ହୁଏ ତେବେ ବିରୋଧୀ ମେଂଟ ପାଇଁ ଆଗକୁ ଅଡୁଆ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଥିବା ବିଜେପି କହିଛି ।

No-Confidence Motion Moved Against Modi Govt

ସେପଟେ ଅନାସ୍ଥା ପ୍ରସ୍ତାବ ଆଲୋଚନା ପୂର୍ବରୁ ଟ୍ୱିଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆଜିର ଦିନ ସଂସଦୀୟ ଗଣତନ୍ତ୍ରରେ ଏକ ଐତିହାସିକ ଦିନ ବୋଲି ମୋଦି ଲେଖିଛନ୍ତି । ସଂସଦର ସଦସ୍ୟମାନେ ଏହି ଅବସରରେ ଗଠନମୂଳକ ଓ ବିନା ବାଧାରେ ଆଲୋଚନା ପାଇଁ ଆଗଭର ହେବେ । ଆମେମାନେ ଦେଶର ଜନତାଂକ ପ୍ରତି ଋଣୀ ଓ ସାରା ଦେଶ ଆଜି ନଜର ରଖିଛି ବୋଲି ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ।

ତେବେ ଲୋକସଭାରେ ଅନାସ୍ଥା ପ୍ରସ୍ତାବ ନେଇ ଆଲୋଚନା ବେଳେ ଗୃହରେ ଉପସ୍ଥିତ ରହିବାକୁ ସାଂସଦଙ୍କୁ ହ୍ୱିପ ଜାରି କରିପାରେ ବିଜେଡି । ଅନାସ୍ଥା ପ୍ରସ୍ତାବକୁ ସମର୍ଥନ ଦେବା କିମ୍ବା ନ ଦେବା ନେଇ ଆଜିି ଭୋଟିଂ ବେଳେ ଗୃହ ଭିତରେ ନିଷ୍ପତି ନେବ ଦଳ । ନୂଆଦିଲ୍ଲୀରେ ବସିଥିବା ବିଜେଡି ସଂସଦୀୟ ଦଳ ବୈଠକରେ ଏହି ନିଷ୍ପତି ନିଆଯାଇଛି । ଏହି ବୈଠକରେ ବିଜେଡିର ସମସ୍ତ ଲୋକସଭା ଓ ରାଜ୍ୟସଭା ଉପସ୍ଥିତ ଥିଲେ । ଆସ୍ଥା ଭୋଟ୍ରେ ବିଜେଡ଼ି ଭୂମିକାକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ।

ସେପଟେ ବିଜେପିର ମନୋମୁଖୀ କାରବାରରେ ଅସନ୍ତୁଷ୍ଟ ଏନଡିଏର ସର୍ବପୁରାତନ ମେଂଟ ସହଯୋଗୀ ଶିବସେନାର ଆଭିମୁଖ୍ୟ ଆସ୍ଥା ଭୋଟ ବେଳେ ସ୍ପଷ୍ଟ ହୋଇଯିବ । ଗୃହରେ ହଁ ଶିବସେନା ନିଷ୍ପତି ନେବ ବୋଲି ଜଣାପଡ଼ିଛି । ସେପଟେ ବିଜେପିର ଅମାନିଆ ନେତା ଶତୃଘ୍ନ ସିହ୍ନା ଅନାସ୍ଥା ପ୍ରସ୍ତାବ ବିରୋଧରେ ଭୋଟ୍ ଦେବେ ବୋଲି କହିଛନ୍ତି । ଯାହାହେଲେ ବି ବିଜେପି ହିଁ ତାଂକ ଦଳ ଓ ସେ ଏହା ସପକ୍ଷରେ ଭୋଟ୍ ଦେବେ ବୋଲି କହିଛନ୍ତି ଶତୃଘ୍ନ ।