ଚାଷୀଙ୍କୁ ମୋଦିଙ୍କ ବଡ ଉପହାର ! କୃଷକଙ୍କ ହିତ ପାଇଁ ଆସୁଛି ‘କ୍ୟାସବ୍ୟାକ୍ ସ୍କିମ୍’

624

କ୍ଷୁଦ୍ର ଚାଷୀଙ୍କ ଆୟ ବୃଦ୍ଧି କରିବା ପାଇଁ ମୋଦି ସରକାର ‘କ୍ୟାସବ୍ୟାକ’୍ ଭଳି ଯୋଜନା ଖୁବ୍ ଶୀଘ୍ର କୃଷକମାନଙ୍କର ହୀତ ପାଇଁ ଆଣିପାରନ୍ତି । ଏଥିପାଇଁ ଗୋଟିଏ ମୋବାଇଲ ଆପ ମଧ୍ୟ ପ୍ରସ୍ତୁତ କରାଯାଉଛି । ଯେଉଁଥିରେ ସ୍ଥାନୀୟ ମଣ୍ଡିଗୁଡିକରେ ଦିଆଯାଉଥିବା ଫିସ ତଥା ଟ୍ୟାକ୍ସ ବଦଳରେ ଚାଷୀଙ୍କୁ ସିଧା ସହାୟତା ରାଶି ଦିଆଯାଇପାରିବ । ଏଥି ସହିତ ହିଁ ଟେକ୍ନୋଲୋଜି ସହ ଜଡିତ ହେବା କାରଣରୁ ଚାଷୀଙ୍କୁ ସେମାନଙ୍କର ଉତ୍ପାଦିତ ଦ୍ରବ୍ୟଗୁଡିକର ସଠିକ୍ ମୂଲ୍ୟ ମିଳିପାରିବ । ମୋଦି ସରକାର ଚାଷୀଙ୍କର ଆମଦାନୀ ବୃଦ୍ଧି କରିବା ପାଇଁ ବଜେଟରେ ପାଖାପାଖି ୨ ଶହ କୋଟି ଟଙ୍କାର ବ୍ୟୟ ବରାଦ କରିପାରନ୍ତି । ଏହାଦ୍ୱାରା କୌଣସି ବି ଚାଷୀ ଆଉ ଦଲାଲ ଶୋଷଣର ଶିକାର ହୋଇପାରିବ ନାହିଁ ।

ଦଲାଲଙ୍କ ଶୋଷଣର ଶିକାରରୁ ଚାଷୀଙ୍କୁ ରକ୍ଷା କରିବା ପାଇଁ ମୋଦି ସରକାର ଆଧାର ସହ ସଂଯୋଗ ହୋଇଥିବା ମୋବାଇଲ ଆପ ଜରିଆରେ ସିଧାସଳଖ ଚାଷୀଙ୍କ ଖାତାରେ ଟଙ୍କା ପହଂଚାଇବାର ବ୍ୟବସ୍ଥା କରିଛନ୍ତି । ଯେଉଁଥିରେ ସ୍ଥାନୀୟ ମଣ୍ଡିଗୁଡିକରେ ପରିଶୋଧ କରାଯାଉଥିବା ଫିସ ତଥା ଟ୍ୟାକ୍ସ କ୍ୟାସବ୍ୟାକ ଜରିଆରେ ଭରଣ କରାଯିବ । ମୋବାଇଲ ଆପ ଜରିଆରେ ଦେଶର ପାଖାପାଖି ୫୦ ହଜାର ଲୋକାଲ ହାଟ ଏବଂ ମଣ୍ଡିଗୁଡିକୁ ପରସ୍ପର ସହ ସଂଯୋଗ କରାଯିବ । ଆଉ ଚଷା ପୁଅ ମାତ୍ର ଗୋଟିଏ କ୍ଲିକରେ ହିଁ ଆଖପାଖର ମଣ୍ଡିର ତାଜା ଦରର ସୂଚନା ପାଇପାରିବ । ଏହିମୋବାଇଲ ଆପରୁ ଚାଷୀଙ୍କୁ ମଧ୍ୟସ୍ତି ତଥା ଦଲାଲଙ୍କ ଶୋଷଣର ଶିକାରରୁ ଆଶ୍ୱସ୍ତି ମିଳିବ ।

 

ଚାଷୀଙ୍କ ଆମଦାନୀ ଡବଲ କରିବାକୁ କେନ୍ଦ୍ର ସରକାର ଯୁଦ୍ଧକାଳୀନ ଭିର୍ତ୍ତିରେ ନୂଆ ନୂଆ ପଦକ୍ଷେପମାନ ଉଠାଉଛନ୍ତି । ଏହି କ୍ରମରେ କେନ୍ଦ୍ରର ମୋଦି ସରକାର ଚାଷୀଙ୍କ ଫସଲର ସଠିକ୍ ଦାମ ଦେବା ପାଇଁ ଇ-ମଣ୍ଡିର ପରିସର ବୃଦ୍ଧି କରିବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି । ଇ-ମଣ୍ଡି ଜରିଆରେ ରାଜ୍ୟମାନଙ୍କ ମଧ୍ୟରେ ଅତି ସହଜରେ ଯେଭଳି ବ୍ୟବସାୟ ହୋଇପାରିବେ ଏଥିପାଇଁ ସମସ୍ତ ମଣ୍ଡିଗୁଡିକୁ ଦ୍ରୁତ ଗତିରେ ପରସ୍ପର ମଧ୍ୟରେ ଯୋଡିବାର କାମ ମଧ୍ୟ ଜାରି ରହିଛି । ଟ୍ରେଡର୍ସ ଏବେ ଧାନ କିଣିବା ପୂର୍ବରୁ ପଣ୍ୟଦ୍ରବ୍ୟର କ୍ୱାଲିଟ୍ ଯେଭଳି ଯାଂଚ କରିପାରିବେ , ସେଥିପାଇଁ ସରକାର ଦେଶର ସମସ୍ତ ମଣ୍ଡିଗୁଡିକରେ କ୍ୱାଲିଟି ଚେକ୍ ଲ୍ୟାବ ବନାଇବାର ମଧ୍ୟ ନିଷ୍ପତି ନେଇଛନ୍ତି ।