ସରକାରୀ କର୍ମଚାରୀଙ୍କ ପାଇଁ ବଦଳିଲା ଅନେକ ନିୟମ ! ଜାଣନ୍ତୁ କ’ଣ କ’ଣ ହୋଇଛି ପରିବର୍ତ୍ତନ

76

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖବର । ସରକାରୀ କର୍ମଚାରୀଙ୍କ ପାଇଁ ଆଦର୍ଶ ଆଚରଣ ନିୟମ ଜାରି କରିଛନ୍ତି ସରକାର । ଏହି ନୀତି ଅନୁସାରେ କର୍ମଚାରୀମାନେ ରାଜନୈତିକ ଗତିବିଧିରେ ଭାଗ ନେବା ସହ ସରକାରୀ ନୀତି ବିଷୟରେ ଆଲୋଚନା କରିପାରିବେ ନାହିଁ । ସୂଚନାଯୋଗ୍ୟ ଏହି ନୂଆ ନିୟମର ପ୍ରଭାବ ସରକାରୀ କମ୍ପାନୀରେ କାମ କରୁଥିବା ୨ ଲକ୍ଷରୁ ଅଧିକ କର୍ମଚାରୀଙ୍କ ଉପରେ ପଡ଼ିବ । ଆସନ୍ତୁ ଜାଣିବା ନୂଆ ନିୟମ ବିଷୟରେ –

 

 

 

 

 

 

 

 

 

 

 

୧- କେନ୍ଦ୍ରୀୟ ସାର୍ବଜନୀକ କ୍ଷେତ୍ର (ସିପିଏସଏଇ)ର ଏକୀକୃତ ଆଦର୍ଶ ଆଚରଣ, ଅନୁଶାସନ ଓ ଅପିଲ ନିୟମ ମୁତାବକ କର୍ମଚାରୀମାନେ କୌଣସି ପ୍ରକାର ଉପହାର ନେବାରୁ ନିବୃତ୍ତତ୍ତ ରହିବେ ।

୨- ସର୍ବସାଧାରଣ ସ୍ଥାନରେ ନିଶାଯୁକ୍ତ ଔଷଧ କିମ୍ବା ଖାଦ୍ୟପେୟରୁ ଦୂରେଇ ରହିବେ ।

୩- କୌଣସି କର୍ମଚାରୀ ରାଜ୍ୟ ସରକାର, କେନ୍ଦ୍ର ସରକାର ଓ ସିପିଏସଇ ନିତି ବିରୋଧରେ କୌଣଦି ବୟାନ ଦେଇପାରିବେ ନାହିଁ, ଯାହା ପ୍ରତିକୁୂଳ ପ୍ରଭାବ ପକାଇବ ।

୪- ଏହା ବ୍ୟତୀତ କୌଣସି ବି ରାଜନୈତିକ ଆନ୍ଦୋଳନରେ ଭାଗ ନେଇପାରିବେ ନାହିଁ ସରକାରୀ କର୍ମଚାରୀ । ଏହାସହ ଏପରି କାର୍ଯ୍ୟକ୍ରମରେ ସାହାଯ୍ୟ ମଧ୍ୟ କରିପାରିବେ ନାହିଁ । ନିର୍ବାଚନ ପ୍ରଚାରରୁ ନିଜକୁ ଯଥାସମ୍ଭବ ଦୂରେଇ ରଖିବେ ।

୫- ଅପରାଧିକ ମାମଲାରେ ନିଜେ ପ୍ରତ୍ୟେକ କିମ୍ବା ପରୋକ୍ଷ ଭାବେ ଯୋଡ଼ି ହେବେ ନାହିଁ ।

୬- କୌଣସି ରାଜନୀତିକ ଦଳରେ କିମ୍ବା ସଂଗଠନରେ ଭାଗ ନେଇପାରିବେ ନାହିଁ ସରକାରୀ କର୍ମଚାରୀ ।