ବିିନା ଗ୍ୟାରେଣ୍ଟିରେ ଋଣ ଦେଉଛନ୍ତି ସରକାର ! ଆରମ୍ଭ କରନ୍ତୁ ନିଜର ବ୍ୟବସାୟ

211

ଆଜିକାଲି ଚାକିରି କରିବା ଅପେକ୍ଷା ବ୍ୟବସାୟ କରିବା ଅଧିକ ଲାଭପ୍ରଦ ସାବ୍ୟସ୍ତ ହେଉଛି । ତେବେ ବ୍ୟବସାୟ ଆରମ୍ଭ କରିବା ସମୟରେ ଅନେକ ଚ୍ୟାଲେଞ୍ଜ ସାମ୍ନାକୁ ଆସେ । କାରଣ ବ୍ୟବସାୟ କରିବା ପୂର୍ବରୁ ମୋଟା ଅଙ୍କର ଟଙ୍କା ଦରକାର ପଡ଼େ । ତେବେ ଆପଣ ଯଦି ବ୍ୟବସାୟ କରିବା ପାଇଁ ଚାହୁଁଛନ୍ତି, ଆଉ ଆପଣଙ୍କ ପାଖରେ ଅଧିକ ଟଙ୍କା ନାହିଁ ତେବେ ଚିନ୍ତା କରନ୍ତୁ ନାହିଁ । ପ୍ରଧାନମନ୍ତ୍ରୀ ଆପଣଙ୍କ ପାଇଁ ନୂଆ ଯୋଜନା ଆରମ୍ଭ କରିଛନ୍ତି । ସରକାର କ୍ଷୁଦ୍ର ବ୍ୟବସାୟୀନଙ୍କ ପାଇଁ ମୁଦ୍ରା ଯୋଜନା ଉପଲବ୍ଧ କରାଉଛନ୍ତି, ଯାହାଦ୍ୱାରା ବ୍ୟବସାୟୀଙ୍କୁ କାରବାର ଆରମ୍ଭ କରିିବା ପାଇଁ ଋଣ ଦିଆଯିବ ।

ବିିନା ଗ୍ୟାରେଣ୍ଟିରେ ଋଣ ସୁବିଧା : ସରକାର ନୂଆ ବ୍ୟବସାୟ ଆରମ୍ଭ କରୁଥିବା ବ୍ୟବସାୟୀ ସମସ୍ୟା ଦୂର କରିବା ପାଇଁ ଯୋଜନା ଆରମ୍ଭ କରିଛନ୍ତି । ମୁଦ୍ରା ଯୋଜନା ଅନୁସାରେ ବିନା ଗ୍ୟାରେଣ୍ଟିରେ ଋଣ ମିିଳିବ । ଆଉ ଋଣ ସୁଝ ନପାରିଲେ ସମୟସୀମା ୫ ବର୍ଷ ମଧ୍ୟ ବୃଦ୍ଧିି କରାଯିବ । ମୁଦ୍ରା ଯୋଜନା ଅନୁସାରେ ବିନା ଗ୍ୟାରେଣ୍ଟିରେ ଋଣ ଦିଆଯାଏ । ଆଉ ଏହି ଯୋଜନା ଅନୁସାରେ କୌଣସି ପ୍ରକାର ଚାର୍ଜ ନିଆଯାଏ ନାହିଁ । ମୁଦ୍ରା ଯୋଜନାରେ କୌଣସି ନିଶ୍ଚିତ ସୁଧ ଦର ଆଦାୟ ହୁଏ ନାହିଁ । ମୁଦ୍ରା ଯୋଜନା ପାଇଁ ସୁଧ ଦର ବିଭିନ୍ନ ବ୍ୟାଙ୍କରେ ଭିନ୍ନ ଭିନ୍ନ ଥାଏ । ଋଣ ନେଇ୍ଥିବା ବ୍ୟବସାୟୀ ନିଜ ରିସ୍କରେ ଆଧାରରେ ହିଁ ଋଣ ଦିଆଯାଏ । ସାଧାରଣତଃ ମୁଦ୍ରା ଯୋଜାନର ସୁଧା ଦର ୧୨ ପ୍ରତିଶତ ଥାଏ । ବିଗତ ୩ ବର୍ଷ ଭିତରେ ପାଖାପାଖି ୯.୭୫ କୋଟି ଲୋକ ଋଣ ନେଇଛନ୍ତି । ମୁଦ୍ରା ଯୋଜନା ଅନୁସାରେ ଏବେ ପର୍ଯ୍ୟନ୍ତ ଲୋକଙ୍କୁ ୪ ଲକ୍ଷ କୋଟି ଟଙ୍କା ୬ଋଣ ଉପଲବ୍ଧ କରାଯାଇଛି । ବିଗତ ୩ ୧ର୍ଷ ଭତରେ ଏଥିଯୋଗୁଁ ୩ କୋଟି ନୂଆ ବ୍ୟବସାୟୀ ମଳିଛନ୍ତି ।

ମୁଦ୍ରା ଯୋଜନା ପାଇଁ ହେଲ୍ପ ଲାଇନ୍ – ଯଦି ଆପଣ ମୁଦ୍ରା ଯୋଜନାର ଲାଭ ଉଠାଇବ ସମୟରେ ଆପଣଙ୍କୁ କୌଣସି ସମସ୍ୟା ଆସେ ତେବେ ଆପଣ ହେଲ୍ପ ଲାଇନ, ୱେସାଇଟ୍, ମେଲ ଓ ଫୋନ୍ କରି ସମ୍ପର୍କ କରପାରିବେ । Website– http://www.mudra.org.in/, Mail – help@mudra.org.in., Call–1800 -180-1111, 1800-11-0001