ନୂଆବର୍ଷରେ ଚୀନକୁ ଝଟକା ଦେବ ଭାରତ ! ଯୋଜନା କରୁଛନ୍ତି ମୋଦି ସରକାର

242

କନକ ବ୍ୟୁରୋ : ଆସିଗଲା ନବବର୍ଷ । ବର୍ଷର ପ୍ରଥମ ଦିନରେ ହିଁ ଖବର ଆସୁଛି ଦେଶର ଉଦ୍ୟୋଗକୁ ବଂଚାଇବା ପାଇଁ ମୋଦି ସରକାର କଡ଼ା ପଦକ୍ଷେପ ନେବାକୁ ଯାଉଛନ୍ତି । ଆଉ ଭାରତର ଏହି ପଦକ୍ଷେପ ଯୋଗୁଁ ଚୀନକୁ ଶକ୍ତ ଝଟକା ଲାଗିବ । ସିଧାସଳଖ କହିବାକୁ ଗଲେ ଚୀନକୁ କ୍ଷତି ସହିବା ପାଇଁ ପଡ଼ିବ । ସୂଚନା ଅନୁସାରେ ମୋଦି ସରକାର ଚୀନ ଠାରୁ ଆମଦାନୀ ହେଉଥିବା ସିନ୍ଥେଟିକ ରବର ଡ଼ମ୍ପିଂ ଉପରେ ଶୁଳ୍କ ଲଗାଇବା ପାଇଁ ପ୍ରସ୍ତୁତି କରୁଛନ୍ତି । ଗାଡି଼ମଟର ଓ ଅନ୍ୟ ଉଦ୍ୟୋଗରେ ଏହି ରବରର ଉପଯୋଗ ହୋଇଥାଏ । ତେବେ ଏ ସମ୍ମନ୍ଧରେ ଶେଷ ନିଷ୍ପତ୍ତି ନେବ ଆର୍ଥିକ ମନ୍ତ୍ରାଳୟ ।

ସାଧାସିଧା ଭାବେ କହିବାକୁ ଗଲେ ବାହାରୁ ଆମଦାନୀ ହେଉଥିବା ଶସ୍ତା ମାଲ କାରଣରୁ ଦେଶର କୌଣସି ଘରୋଇ କାରଖାନାକୁ ଯେପରି କ୍ଷତି ସହିବା ପାଇଁ ପଡ଼େ, ସରକାର ତାକୁ ବଂଚାଇବା ପାଇଁ ଆଂଟି ଡ଼ମ୍ପିଂ ଶୁଳ୍କ ଲଗାନ୍ତି । ତେବେ ଭାରତ ସକରାର ଏପରି କଲେ ଚୀନ କମ୍ପାନୀ ଗୁଡ଼ିକ ପ୍ରଭାବିତ ହେବାସହ କ୍ଷତିରେ ରିହିବେ । ଏହା ପୂର୍ବରୁ ଗତ ଡିସେମ୍ବର ମାସରେ ଭାରତ ଚୀନ ବିରୋଧରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଥଲା ।