ମୋଦି ସରକାର ଆଧାର ସମ୍ପର୍କିତ ୮ଟି ସ୍ପଷ୍ଟୀକରଣ ଜାରି କରିଛନ୍ତି । ଏହି ସ୍ପଷ୍ଟୀକରଣ ଜରିଆରେ ସରକାରଙ୍କ ଲକ୍ଷ୍ୟ ହେଲା ଆଧାର ବିଷୟରେ ସାଧାରଣ ଜନତା ସଠିକ ସୂଚନା ପାଆନ୍ତୁ । ଏହାଦ୍ୱାରା ସରକାର ଲୋକଙ୍କ ମନରେ ଥିବା ସନ୍ଦେହକୁ ଦୂରୀଭୂତ କରିବା ପାଇଁ ଚାହୁଁଛନ୍ତି, କି କିପରି ଆଧାର ଜରିଆରେ ଲୋକମାନେ ଅନେକ ଲାଭ ଉଠାଇପାରିବେ । ଏହାସହ ଆଧାର ସମ୍ପର୍କରେ ଲୋକଙ୍କ ମନରେ ଅନେକ ଭ୍ରାନ୍ତ ଧାରଣା ରହିଛି । ଏନେଇ କିଛି ପ୍ରଶ୍ନର  ବିଷୟରେ ଜାଣନ୍ତୁ . . . . .

୧- ଆଧାର ଏନରୋଲମେଣ୍ଟ ଠିକରେ ଯାଞ୍ଚ କରାଯାଏ ନାହିଁ ?

ଲୋକଙ୍କ ମନରେ ଥାଏକି ଆଧାର ଏନରୋଲମେଣ୍ଟ ଠିକରେ କରାଯାଏ ନାହିଁ। ଆଧାର ଏନରୋଲମେଣ୍ଟ ରେଜିଷ୍ଟାର ଜରିଆରେ କରାଯାଏ । ଏହା ରାଜ୍ୟ ସରକାର , ବ୍ୟାଙ୍କ ଓ କମନ ସର୍ଭିସ ସେଣ୍ଟର ପରି ବିଶ୍ୱସନୀୟ ଅଟେ । ରେଜିଷ୍ଟାର ୟୁଆଇଡ଼ିଏଆଇର ପ୍ୟାନେଲରୁ ଏନରୋଲମେଣ୍ଟ ଏନଜିଓକୁ ଆଧାର ତିଆରି କାମରେ ଲଗାଏ । ଏହି ଏଜେନ୍ସି ଗୁଡ଼ିକ ଅପରେଟର ନିଯୁକ୍ତ କରନ୍ତି, ଯାହା ୟୁଆଇଡ଼ିଏଆଇ ଦ୍ୱାରା ପ୍ରମାଣୀକୃତ ହୋଇଥିାଏ । ଆଧାର ଏନରୋଲମେଣ୍ଟ କେବଳ ୟୁଆଇଡ଼ିଏଆଇ ଦ୍ୱାରା ବିକଶିତ କରାଯାଏ । ଅପରେଟକୁ ପ୍ରତିନିନ ନିଜର ଆଧାର ନଂ ଓ ଫିଙ୍ଗରପ୍ରିଣ୍ଟ ଜରିଆରେ ଏନରୋଲମେଣ୍ଟ ମେସିନକୁ ଲଗ ଇନ୍ କରିବା ପାଇଁ ପଡ଼େ । ଏନରୋଲମେଣ୍ଟ ସମୟରେ ସଂଗ୍ରହ କରାଯାଇଥିବା ଡାଟା ଏନକ୍ରିପ୍ଟଟେଡ଼ ହୁଏ ଓ ୟୁଏଆଇଡ଼ିଏଆଇ ସର୍ଭର ବ୍ୟତୀତ ଏହାକୁ ଅନ୍ୟ କେହି ପଢ଼ିପାରିିବେ ନାହିଁ ।

୨- ଜାଲ୍ ଆଇ କୋଡ଼୍ ଜରିଆରେ ତିଆରି କରିହେବ କି ଆଧାର ?
ଏହି ମାମଲାକୁ ଆପଣ ଉଦାହରଣ ଦ୍ୱାରା ଭଲରେ ବୁଝିପାରିବେ । ଉଦାହରଣ ସ୍ୱରୂପ ରାମ କୁମାର ନିଜର ରାସନ କାର୍ଡ଼ କିମ୍ବା ଭୋଟର ଆଇଡ଼ି କାର୍ଡ଼ ଶ୍ୟାମ କୁମାର ନାମରେ ତିଆରି କରିବା ପାଇଁ ଚାହିୁଁଛନ୍ତି । ଏହାସହ ରାମଙ୍କୁ ନିଜ ନାମରେ ମଧ୍ୟ ଏକ ଆଧାର କାର୍ଡ଼ ଜରୁରୀ । ଏପରିସ୍ଥଳେ ଉକ୍ତ ବ୍ୟକ୍ତି ଜଣକ ଯେତେବେଳେ ରାମ କୁମାର ନାମରେ ଏନରୋଲ କରାଇବେ ସେତେବେଳେ ତାହାର ଏନରୋଲମେଣ୍ଟ ଖାରଜ ହୋଇଯିବ । କାରଣ ତାହାର ବାୟୋମେଟ୍ରିକ୍ସ ପ୍ରଥମରୁ ଶ୍ୟାମ କୁମାର ନାମରେ ଡ଼ଟାବେସରେ ରହିଛି । ଏମିତିରେ ଜାଲ ପ୍ରମାଣ ପତ୍ରରେ ଆଧାର ନମ୍ବର ନେବା କଷ୍ଟକର ହେବ ।

୩- ଆତଙ୍କୀ ଘଟଣା ଓ କଳାଧନକୁ ଧଳା କରିବା ପାଇଁ ଲୋକ କରିପାରିବେ କି ଆଧାର କାର୍ଡ଼ର ବ୍ୟବହାର ?

ଆପଣ ଏପରି ଭାବିବା ଭୁଲ କି ସରକାରୀ କାମ ପାଇଁ କେବଳ ଆଧାର ଉପରେ ଭରସା କରନ୍ତି ସରକାର । ଯଦି କୌଣସି ଏଜେନ୍ସି ଆଧାରକୁ ବ୍ୟହାରକ କରୁଛି ତେବେ ଏହାର ଅର୍ଥ ନୁହଁ, ସେ ଅନ୍ୟ ଜରୁରୀ ଯାଞ୍ଚ କରିବା ଛାଡିଦେବେ । ଆଧର ନମ୍ବର, ବାୟୋମେଟ୍ରିକ୍ସ ଓ ଓଟିପ ଜରିଆରେ ବ୍ୟକ୍ତିର ଚିହ୍ନଟ କନଫର୍ମ କରିବା ପାଇଁ ଅନ୍ୟ ଉପାୟ ମଧ୍ୟ ଆପଣାଇ ପାରନ୍ତି ସରକାର । ଉଦାହରଣ ସୂରୂପ କୌଣସିି ବ୍ୟକ୍ତି ଯଦି ଆଧାର ଜରିଆରେ ବ୍ୟାଙ୍କ ଆକାଉଂଟ ଖୋଲେ ଓ ବହୁତ ଟଙ୍କାର ଟ୍ରାଞ୍ଜାକ୍ସନ କରିବା ପାଇଁ ଚାହେଁ ତେବେ ବ୍ୟାଙ୍କ ତାକୁ ଅନ୍ୟ ପ୍ରମାଣ ପତ୍ର ମଧ୍ୟ ମାଗିବା ଜରୁରୀ । ଜାଲ ନାମ ଓ ଠିକଣା ଜରିଆରେ ବ୍ୟାଙ୍କ ଆକାଉଂଟ ଖୋଲିବା ଓ କଳାଧନକୁ ଧଳା କରିବା ପ୍ରସଙ୍ଗ ଉଠାଇଲେ, ଏହା ଅନ୍ୟ ଜାଲ ଆକାଊଂଟ ଦ୍ୱାରା ମଧ୍ୟ ସମ୍ଭବ । କିନ୍ତୁ ଏଥିରେ ଭିନ୍ନତା କେବଳ ଏତିକି ଯଦି କେହି ନିଜର ଆଧାର ବ୍ୟବହାର କରି ଏପରି କିଛି କରୁଛି, ତେବେ ଯାଞ୍ଚ ଏଜେନ୍ସି ଗୁଡ଼ିକ ଉକ୍ତ ବ୍ୟକ୍ତିକୁ ଧରିବା ସହଜ ହୋଇଯିବ ।

୪ -ଲିକ୍ ହୋଇପାରିବ କି ଆଧାର ନମ୍ବର ?

ତଥ୍ୟ ଅନୁସାରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ କିଛି ଏଜେନ୍ସି ରାଜ୍ୟସ୍ତରୀୟ , ଜିଲ୍ଲା ସ୍ତରୀୟ ଏପରିକି ଗ୍ରାମ୍ୟସ୍ତରୀୟ ଆଧାର ବିବରଣୀ ସର୍ଚ୍ଚ ମେନୁ ହିସାବରେ ପ୍ରସ୍ତୁତ କରୁଛି । ଆରଟିଆଇ ଅନୁସାରେ ଏପରି କରିବା ଜରୁରୀ । ଏହି ଆକ୍ଟ ଆଧାର ନମ୍ବର ଓ ବ୍ୟାଙ୍କ ଆକାଉଂଟ ପରି ବ୍ୟକ୍ତିଗତ ସୂଚନା ପ୍ରକାଶ କରିବା ଉପରେ ରୋକ ଲଗାଏ । ଏମିତିରେ କହିବା ଆଧାର ଲିକ୍ ହେବା ଖବର ପୁରାପୁରି ଭାବେ ଏକ ବିଭ୍ରାନ୍ତିିକର ଖବର ।

୫- ସୋସିଆଲ ମିଡ଼ିଆରେ ଭୁଲରେ ଆଧାର ନମ୍ବର ପବ୍ଲିକ କରି ଦେଇଛି ,ଏବେ କେହି ବି ମୋ ମୋର ନମ୍ବରର ଖରାପ ବ୍ୟବହାର କରିପାରିବ କି ?

ଆଧାର ନମ୍ବର, ବ୍ୟାଙ୍କ ଆକଉଂଟ ନମ୍ବର ଓ ମୋବାଇଲ ନମ୍ବର ସିକ୍ରେଟ୍ ନୁହଁ । ଏହା ଅତ୍ୟନ୍ତ ବ୍ୟକ୍ତିଗତ ହେଲେ ମଧ୍ୟ ବ୍ୟକ୍ତିଗତ ନୁହଁ । କିନ୍ତୁ ଏପରି ମାନିବା ଭୁଲ ଯେ କେହି ଯଦି ଆପଣଙ୍କ ଆଧାର ନମ୍ବର ଜାଣିଛି, ତେବେ ସେ ଆପଣଙ୍କ ଆକାଉଂଟ ନମ୍ବର ସହ ଲିଙ୍କ ଥିିବା ବ୍ୟାଙ୍କ ଆକଉଂଟ ନମ୍ବର ହ୍ୟାକ୍ କରିପାରିବ ।

୬ – ଆଧର ନମ୍ବର ନଥାଇ ସବୁ ସବକାରୀ ସୁବିଧାର ଲାଭ ଉଠାଇ ହେବ କି ?

ଆଧାର ଆକ୍ଟର ସେକ୍ସନ ୭ ଏହି କଥାର ନେଇ ସ୍ପଷ୍ଟ କରିଛି ଯେ ଭାରତ ସରକାର ତରପରୁ ଯଦି କିଛି ସବସିଡ଼ି ଦିଆଯାଉଛି ତେବେ ସରକାର ଆଧାର ନମ୍ବର ମାଗିପାରନ୍ତି । ଯଦି ଆପଙ୍କ ପାଖରେ ଆଧାର ନମ୍ବର ନାହିଁ ତେବେ ତାକୁ ଆଧାର ସହ ଏନରୋଲ କିରବା ପାଇଁଁ ପଡ଼ିବ ଓ ସେବେ ପର୍ଯ୍ୟନ୍ତ ଲାଭ ଅନ୍ୟ ବିକଳ୍ପ ଜରିଆରେ ମଳିପାରିବ । କିନ୍ତୁ ଭବିଷ୍ୟତରେ ସରକାରୀ ସାହାଯ୍ୟ ପାଇଁ ଆପଣଙ୍କୁ ଆଧାର ନମ୍ବର ରଖିବା ନିହାତି ଜରୁରୀ ।

୭- ଟେଲିକମ କମ୍ପାନି ବାୟୋମେଟ୍ରିକ୍ସକୁ ଭିଷ୍ୟତ ପାଇଁ ସଂଗ୍ରହ କରିପାରିବ କି ?

ଟେଲିକମ କମ୍ପାନୀ ଆପଣଙ୍କ ବାୟୋମେଟ୍ରିକ ଷ୍ଟୋର କରିପାରିବ ନାହିଁ । ସଂଗ୍ରହ ହୋଇଥିବା ବାୟୋମେଟ୍ରିକ ସର୍ଭିସ ପ୍ରୋଭାଇଡ଼ର ଦ୍ୱାରା ଏନକ୍ରିପ୍ଟ କରାଯାଏ ଓ ତୁରନ୍ତ ୟୁଏଆଇଡ଼ିଏଆଇକୁ ପଠାଯାଏ । କୌଣସିି ଏଜେନି୍ସ ଦ୍ୱାରା ବାୟୋମେଟ୍ରିକ ସଂଗ୍ରହ କରିବା ଗମ୍ଭୀର ଅପରାଧ ଅଟେ ଓ ଏପରି କିରବା ଲୋକଙ୍କୁୁ ଆଧାର ଆକ୍ଟ ଅନୁସାରେ ୩ ବର୍ଷର କାରାଦଣ୍ଡ ଭୋଗିବା ପାଇଁ ପଡ଼ିବ ।

୮- ଆଧାରକୁ ଟ୍ରାକ୍ କରିବା ପାଇଁ ବ୍ୟବହାର କରାଯାଇପାରିବ କି ?

ଆଧାର ଆକ୍ଟ ଅନୁସାରେ କୌଣସି ବି ଏଜେନ୍ସି ଆଧାର ଜରିଆରେ ଆପଣଙ୍କୁୁ ଟ୍ରାକ କରପାରିବ ନାହିଁ ।

              ସୌଜନ୍ୟ -ମନିଭାସ୍କର.କମ