କନକ ବ୍ୟୁରୋ: ମୋଦି ସରକାର ଦେଶରେ ଆଉ ୨୦ ଟି ସର୍ବଭାରତୀୟ ମେଡିକାଲ କଲେଜ ସ୍ଥାପନା କରିବା ଲାଗି ଗତ ମାସରେ ଘୋଷଣା କରିଥିଲେ । ମୋଦିଙ୍କ କ୍ୟାବିନେଟ ଏହାକୁ ନିଜ ସରକାରର ୪ର୍ଥ ବର୍ଷ ପୂର୍ତ୍ତି ଉପଲକ୍ଷେ ଏହା ଘୋଷଣା କରିଥିଲେ । ତେବେ ପୂର୍ବରୁ ଘୋଷଣା ହୋଇଥିବା ୧୩ ଟି ମେଡିକାଲ କଲେଜର ଅବସ୍ଥା କ’ଣ ଅଛି ତାହାର ଉତ୍ତର କାହାରି ପାଖରେ ନାହିଁ । ଏବେ ଏକଥା ପଦାକୁ ଆସିବା ପରେ ବିରୋଧୀମାନେ ମଧ୍ୟ ସରକାରଙ୍କୁ ଏହାର ସ୍ପଷ୍ଟୀକରଣ ମାଗିଛନ୍ତି । ଯାହକୁ ନେଇ ହରଡଘଣାରେ ପଡ଼ିଛନ୍ତି ସରକାର ।

ପୂର୍ବରୁ ମୋଦି କଂଗ୍ରେସକୁ ଟାର୍ଗେଟ କରି କହିଥିଲେ କି ସେ ସରକାର ଅମଳରେ କେବଳ ୭ ଟି ମେଡିକାଲରେ ହିଁ ସୀମିତ ରହିଥିଲା । କିନ୍ତୁ ଆମେ ଚାରିବର୍ଷ ମଧ୍ୟରେ ଆମେ ୧୩ ଟି ପ୍ରକଳ୍ପକୁ ମଞ୍ଜୁର ଦେଇଛୁ ବୋଲି କହିଥିଲେ ସରକାର । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଘୋଷଣା ହୋଇଥିବା ସମସ୍ତ ମେଡିକାଲ ଅବ୍ୟବସ୍ଥା ଘେରରେ ରହିଛି । ତେଣୁ ଏ ମେଡିକାଲ ଗୁଡ଼ିକ କାହା ଖୋଲାଯାଇଛି ସ୍ୱାର୍ଥରେ ବୋସି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ଗୁଡିକ । ଏହି ମେଡିକାଲର ପ୍ରକୃତ ସ୍ଥିତି ଜାଣିବା ଲାଗି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଆରଟିଆଇ ଜରିଆରେ ତଥ୍ୟ ମାଗିଥିବା ଜଣାପଡିଛି ।

ବିଭିନ୍ନ ରାଜ୍ୟରେ ହେବାକୁଥିବା ସର୍ବଭାରତୀୟ ମେଡିକାଲର କଲେଜ ଲାଗି ଅନେକ ସ୍ଥାନରେ ଜମିି ଚିହ୍ନଟ ମଧ୍ୟ ହୋଇସାରିଛି । ଉତ୍ତର-ପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଜାମ୍ମୁ କାଶ୍ମୀର, ପଞ୍ଜାବ, ଆସାମ, ହିମାଚଳ ପ୍ରଦେଶ, ବିହାର, ତାମିଲନାଡୁ, ଝାଡଖଣ୍ଡ, ଗୁଜୁରାଟ ଅନେକ ସ୍ଥାନରେ ଅବ୍ୟବସ୍ଥାରେ ରହିଛି ଏହି ମେଡିକାଲ । ତେବେ ଏ ଖବର ପ୍ରକାଶିତ ହେବା ପରେ ସାରା ଦେଶରେ ଚର୍ଚ୍ଚାରେ ରହିଛି । ତେବେ ସରକାରଙ୍କ ପକ୍ଷରୁ କୁହାଯାଇଛି ଆମେ ଏ ବିଷୟରେ ଅବଗତ ଅଛୁ । ପ୍ରଥମେ ସତ୍ୟାସତ୍ୟ ତଦନ୍ତ ହୋଇସାରିଲା ପରେ କେଉଁ ମେଡିକାଲରେ ଏପରି ଅବ୍ୟସ୍ଥାରେ ରହିଛି ତାହା ଜଣାପଡିବ । ଯଦି କେହି ଜାଣିଶୁଣି କାମରେ ଅବହେଳା କରିଥିବେ ତେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହମ କରାଯିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ।