ବିମୁଦ୍ରାକରଣ, ମୋଦିଙ୍କ ବିଫଳ ରଣନୀତି !

129

କନକ ବ୍ୟୁରୋ : ନୋଟବନ୍ଦୀକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କର ରିପୋର୍ଟ ଆସିବା ପରେ ଏହା ମୋଦି ସରକାରଙ୍କ ବଡ ବିଫଳତା ବୋଲି କୁହାଯାଉଛି । ସରକାରଙ୍କୁ ଘେରିବାକୁ ଚେଷ୍ଟା କରିଛନ୍ତି ବିରୋଧୀ । ଅର୍ଥନୈତିକ ବିଶେଷଜ୍ଞ ମାନେ ମଧ୍ୟ ଏନେଇ ବିଶ୍ଳେଷଣ ଆରମ୍ଭ କରିସାରିଲେଣି । ବିମୁଦ୍ରାକରଣ ଦ୍ୱାରା କଳାଧନ ଉପରେ ରୋକ ଲାଗିବ ବୋଲି କୁହାଯାଉଥିବା ବେଳେ ଏବେ କଳାଧନ କୁଆଡେ ଗଲା ବୋଲି ପ୍ରଶ୍ନ ଉଠିଛି । ନଜର ପକାନ୍ତୁ କଣ ଥିଲା ଏହି ପୁରା ପ୍ରକ୍ରିିୟା ।

5୨୦୧୬ ନଭେମ୍ବର ୮ । ପୁରା ଦେଶକୁ ହଲାଇ ଦେଇଥିଲା ପ୍ରଧାନମନ୍ତ୍ରୀଙ୍କ ଗୋଟିଏ ଘୋଷଣା । ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ମୋଦି ୫ଶହ ଓ ହଜାରେ ଟଙ୍କିଆ ନୋଟକୁ ଅଚଳ ଘୋଷଣା କଲେ । ଦେଶର ଅର୍ଥବ୍ୟବସ୍ଥାକୁ କ୍ୟାସଲେସ କରିବା ସହ ଡିଜିଟାଲାଇଜଡ କରିବା ଦିଗରେ ଏହି ଘୋଷଣା ଥିଲା । ମୋଦି କହିଥିଲେ କ୍ୟାସ ଅଧିକ ହେଲେ ଭ୍ରଷ୍ଟାଚାର ବଢ଼ିବାର ସମ୍ଭାବନା ରହିଛି । ତେଣୁ ବ୍ୟବସ୍ଥାକୁ କ୍ୟାସଲେସ କରିବା ଦରକାର ।

1ଅବଶ୍ୟ ସେହି ସମୟରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ ସାଧାରଣ ଲୋକେ । ବ୍ୟାଙ୍କ ଆଗରେ ଲାଗିଲା ଲୋକଙ୍କ ଲମ୍ବା ଲାଇନ । ଏଟିଏମରୁ ନୂଆ ନୋଟ ପାଇବା ପାଇଁ ଏକ ପ୍ରକାର ପ୍ରତିଯୋଗିତା କରିବାକୁ ପଡିଲା । ରାସନ ପାଇଁ ଠିଆ ହେବା ଭଳି ଧାଡି ଲାଗିଲା ନୋଟ ପାଇଁ । ନୋଟ ବଦଳାଇବା ତ ହଠାତ ସମ୍ଭବ ହେଲାନି କିନ୍ତୁ ନିଜ ଖାତାରେ ପୁରୁଣା ନୋଟକୁ ଜମା କରିବାକୁ ବି କସରତ କଲେ ଲୋକେ । ତଥାପି କଳାଧନ ରୋକିବାକୁ ଏ ପଦକ୍ଷେପକୁ ସମର୍ଥନ କଲେ ସମସ୍ତେ । ସମସ୍ତଙ୍କର ଉଦ୍ୟମରେ ଯଦି କଳାଧନ ଉପରେ ରୋକ ଲାଗେ ତେବେ ଦେଶ ପାଇଁ ଏତକ କରିବାକୁ ପ୍ରସ୍ତୁତ ଥିବା କହିଥିଲେ ସାଧାରଣ ଲୋକେ ।

500-2000ସେହି ଅନୁସାରେ ୨୦୧୬ ନଭେମ୍ବର ୮ରୁ ପୁରୁଣା ୫ଶହ ଓ ହଜାରେ ଟଙ୍କିଆ ଅଚଳ ହେବା ପରେ ଦୁଇ ହଜାର ଟଙ୍କା ଆସିଲା ବଜାରକୁ । ଦେଶର ଆର୍ଥିକ ବ୍ୟବସ୍ଥାରେ ନୂଆ ନୋଟର ପ୍ରଚଳନ ହେଲା । ଅବଶ୍ୟ ପରେ ନୂଆ ରୂପରେ ଆସିଲା ପାଂଚ ଶହ ଟଙ୍କା । ଲୋକେ ହଇରାଣ ହୋଇ ବି ପ୍ରଧାନମନ୍ତ୍ରୀଙ୍କ ପଦକ୍ଷେପକୁ ସମର୍ଥନ କରିଥିବା ବେଳେ ଏବେ ଆରବିଆଇର ରିପୋର୍ଟ ଅନେକ ନୂଆପ୍ରଶ୍ନକୁ ଜନ୍ମ ଦେଇଛି । ବିମୁଦ୍ରାକରଣକୁ ନେଇ ଗତକାଲି ଆରବିଆଇ ପ୍ରକାଶ କରିଥିବା ରିପୋର୍ଟରେ ୯୯ ପ୍ରତିଶତ ପୁରୁଣା ନୋଟ ବ୍ୟାଙ୍କକୁ ଫେରିଥିବା କୁହାଯାଇଛି । ଯାହାକୁ ନେଇ ଏବେ ଅନେକ ତର୍କ ଆରମ୍ଭ ହୋଇଛି ।

New Delhi: Congress Vice President Rahul Gandhi during a press conference at Parliament in New Delhi on Wednesday. PTI Photo by Subhav Shukla (PTI12_14_2016_000052B)

ବିମୁଦ୍ରାକରଣ ମୋଦିଙ୍କ ଫ୍ଲପ ସୋ ବୋଲି ସିଧା ସିଧା କହିଛନ୍ତି ବିରୋଧୀ । ମୋଦି ଏନେଇ ଉତ୍ତରଦାୟିତ୍ୱ ନେବେ କି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ । ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ ବି ଘେରିଛନ୍ତିି ସରକାରକୁ । କହିଛନ୍ତି ରିଜର୍ଭ ବ୍ୟାଙ୍କକୁ ୧୬ ହଜାର କୋଟି ମିଳିଛି ହେଲେ ନୂଆ ନୋଟ ଛାପିବାରେ ୨୧ ହଜାର କୋଟି ଖର୍ଚ୍ଚ ହୋଇଛି । ତେଣୁ ଦେଶର ଅର୍ଥ ବ୍ୟବସ୍ଥାକୁ ନୋଟବନ୍ଦୀ ଦୋହଲାଇ ଦେଇଛି ବୋଲି ସେ କହିଛନ୍ତି । ସୀତାରାମ ୟେଚୁରୀ, ମମତା ବାନାର୍ଜିଙ୍କ ଭଳି ନେତା ବି ସରକାରଙ୍କୁ କଡା ଭାଷାରେ ଭର୍ତ୍ସନା କରିଛନ୍ତି । ମୋଦି ସରକାରଙ୍କ ଏଭଳି ପଦକ୍ଷେପ ଦେଶର ଆର୍ଥିକ କ୍ଷତି କରିଛି ବୋଲି କହିଛନ୍ତି ।

New Delhi : Union Minister for Finance, Defence and Corporate Affairs, Arun Jaitley addresses a Press Conference on 3 years achievements of NDA Government in New Delhi on Thursday.PTI Photo by Subhav Shukla(PTI6_1_2017_000038A) *** Local Caption *** 3 Years

ତେବେ ସରକାରଙ୍କୁ ବଞ୍ଚାଇବାକୁ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ନିଜେ ଆସିଛନ୍ତି ସାମ୍ନାକୁ । ଜେଟଲୀ କହିଛନ୍ତି, ଯେଉଁମାନେ କଳାଧନ ବିରୋଧରେ କେବେ ବି ଲଢ଼ି ନାହାଁନ୍ତି, ସେହିମାନେ ନୋଟବନ୍ଦୀର ଉଦ୍ଦେଶ୍ୟ ନବୁଝି ଏଭଳି ପ୍ରଚାର କରୁଛନ୍ତି । ବ୍ୟାଙ୍କରେ ଜମା ହୋଇଗଲେ ସବୁ ଟଙ୍କା ବୈଧ ରହିବ ସେଭଳି କିଛି ପ୍ରାବଧାନ ନାହିଁ । ବରଂ ଏନେଇ ଆୟକର ବିଭାଗ ଯାଂଚ କରୁଛି । ବ୍ୟାଙ୍କରେ ଟଙ୍କା ଜମା ହେବା ପରେ ଟିକସ ବଢ଼ିବ ବୋଲି ଜେଟଲୀ କହିଛନ୍ତି ।

ନୋଟବନ୍ଦୀ ଅନେକ ସଫଳତା ଦେଇଛି । ଆତଙ୍କବାଦ କାର୍ଯ୍ୟକଳାପ ଉପରେ ରୋକ ଲାଗିଛି । ନକ୍ସଲଙ୍କ ଟଙ୍କା ଜବତ ହୋଇଛି । ଜାଲନୋଟ କାରବାର ଉପରେ ବି ରୋକ ଲାଗିଛି ବୋଲି ଜେଟଲୀ କହିବା ସହ ସରକାରଙ୍କ ନୋଟବନ୍ଦୀ ପଦକ୍ଷେପର ସମସ୍ତ ଉଦ୍ଦେଶ୍ୟ ଟ୍ରାକ ଉପରେ ଥିବା ସେ କହିଛନ୍ତି ।

ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଦେଶରେ ଏବେ୧୦ ପ୍ରତିଶତ ଡିଜିଟାଲ ଟ୍ରାଞ୍ଜାକ୍ସନ ହେଉଥିବା ବେଳେ ୯୦ ପ୍ରତିଶତ ଏବେ ବି ନଗଦ କାରବାର ହେଉଛି । ବଜାରରେ ପୂର୍ବଭଳି ନୋଟ କାରବାର ଚାଲୁଥିବାରୁ ବଜାର ଉପରେ ନୋଟବନ୍ଦୀର କୌଣସି ପ୍ରଭାବ ପଡିନାହିଁ ବୋଲି କୁହାଯାଉଛି । ସେପଟେ ୯୯ ପ୍ରତିଶତ ପୁରୁଣା ନୋଟ ବ୍ୟାଙ୍କକୁ ଫେରିଛି । ଯଦି ଜମା କରାଯାଇଥିବା ନୋଟକୁ ବୈଧ ଘୋଷଣା କରାଯାଏ ତେବେ କଳାଧନ କିଭଳି ଧଳା ହେଲା ବୋଲି ପ୍ରଶ୍ନ ଉଠିଛି ।

୮ନଭେମ୍ବର ୨୦୧୬ରେ ମୋଦି କହିଥିଲେ ନୋଟବନ୍ଦୀ ହିଁ ଭ୍ରଷ୍ଟାଚାର, କଳାଧନ ଓ ଆତଙ୍କବାଦ କାର୍ଯ୍ୟକଳାପ ଉପରେ ରୋକ ଲଗାଇପାରିବ । ୨୦୧୬ ଡିସେମ୍ବରରେ ସୁପ୍ରିମକୋର୍ଟ ଏହି ମାମଲାରେ ଏକ ଶୁଣାଣୀ କରିଥିଲେ । ଏଥିରେ କୁହାଯାଇଥିଲା ନୋଟବନ୍ଦୀ ଫଳରେ ୧୦ରୁ ୧୧ ଲକ୍ଷ କୋଟି ଟଙ୍କା ତ ଫେରିବ କିନ୍ତୁ ତଥାପି ୫ଲକ୍ଷ କୋଟି କଳାଧନ ଫେରିପାରିବ ନାହିଁ । ଅନ୍ୟପଟେ ୨୦୧୭ ଅଗଷ୍ଟ ୧୫ରେ ଲାଲକିଲାରେ ପ୍ରଧାନମନ୍ତ୍ରୀ ନିଜ ଅଭିଭାଷଣରେ କହିଥିଲେ, ନୋଟବନ୍ଦୀରେ ୩ଲକ୍ଷ କୋଟି କଳାଧନ ବ୍ୟାଙ୍କକୁ ଫେରିଛି ଏବଂ ପ୍ରାୟ ୧.୭୫ ଲକ୍ଷ କୋଟି ଟଙ୍କା ଉପରେ ଯାଂଚ କରାଯାଉଛି ।

ତେବେ ଭାରତୀୟ ରିଜର୍ଭ ବ୍ୟାଙ୍କ ରିପୋର୍ଟ ଅନୁସାରେ ୩୨୮୫ ମିଲିୟନ ୨ହଜାର ଟଙ୍କିଆ ନୋଟ ସର୍କୁଲେସନ କରାଯାଇଛି । ୨ହଜାର ଟଙ୍କିଆର ମୋଟ ମୂଲ୍ୟ ୬୫୭୧ ବିଲିୟନ ଟଙ୍କା । ସେହିଭଳି ୫୮୮୨ମିଲିୟନ ୫ଶହ ଟଙ୍କିଆ ନୋଟ ସର୍କୁଲେସନ ହୋଇଛି । ଯାହାର ମୂଲ୍ୟ ପ୍ରାୟ ୨୯୪୧ ବିଲିୟନ ।

8ନୋଟବନ୍ଦୀ ପୂର୍ବରୁ ୫ଶହ ଓ ହଜାରେ ଟଙ୍କାର ୧୫.୪୪ଲକ୍ଷ କୋଟି ଟଙ୍କା ଚାଲୁଥିଲା । ୧୫.୨୮ଲକ୍ଷ ନୋଟ ବ୍ୟାଙ୍କକୁ ଫେରି ଆସିଛି । ଏହାର ଅର୍ଥ ୯୯ପ୍ରତିଶତ ନୋଟ ଫେରିଛି କିନ୍ତୁ ୧୬ହଜାର କୋଟି ଟଙ୍କାର କୌଣସି ତଥ୍ୟ ନାହିଁ । ୨୦୧୬-୧୭ ଆର୍ଥିକ ବର୍ଷରେ ନୋଟ ଛାପିବାରେ ୭୯୬୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି ଯାହା ୨୦୧୫-୧୬ ତୁଳନାରେ ଦୁଇଗୁଣ । ୨୦୧୬-୧୭ ଆର୍ଥିକବର୍ଷ ତୁଳନାରେ ୪୧ କୋଟି ଜାଲନୋଟ ବଢ଼ିଛି ।

ନୋଟବନ୍ଦୀ ପରେ ପ୍ରଥମ ତିନିମାସରେ ଜିଡିପି୬.୧ପ୍ରତିଶତରେ ପହଂଚିଥିଲା ଯାହା ୨୦୧୪ ପରଠାରୁ ସବୁଠୁ କମ ଥିଲା । ବଜାରରେ ନଗଦ କାରବାର କମିବା କାରଣରୁ ଏଭଳି ପରିସ୍ଥିତି ଉପୁଜୁଥିଲା । ନୋଟବନ୍ଦୀ କାରଣରୁ ୧୦୪ ଲୋକଙ୍କର ମୃତ୍ୟୁ ହୋଇଛି । ଭ୍ରଷ୍ଟାଚାର କମିଲାନି, ଆତଙ୍କବାଦ ଉପରେ ରୋକ ଲାଗିପାରିଲାନି ଏବଂ କଳାଧନ ନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ ତେବେ ଏସବୁ ପାଇଁ କିଏ ଉତ୍ତରଦାୟୀ ବୋଲି ଏବେ ପ୍ରଶ୍ନ ଉଠିଛି ।

ତେବେ ଏସବୁ ଭିତରେ ବାସ୍ତବତା କିନ୍ତୁ କିଛି ଭିନ୍ନ ରହିଛି । ଯେତେବେଳେ ନୂଆ ଦୁଇ ହଜାର ଟଙ୍କିଆ ନୋଟ ବଜାରକୁ ଆସିଲା ଏହା ପରେ ପରେ ନୂଆନୋଟର ଜାଲ ନୋଟ ବି ସାମ୍ନାକୁ ଆସିଲା । ବିଭିନ୍ନ ସ୍ଥାନରେ ଜାଲନୋଟ ଧରପଗଡ ହେଲା । କିଛି ସ୍ଥାନରେ ଜାଲନୋଟ କାରଖାନା ବି ଠାବ କରାଗଲା । ପୁରୁଣା ନୋଟ ଜବତ ହେଲା । ସବୁ ପରେ ବି ସେଭଳି ଆଖିଦୃଶିଆ ପ୍ରଭାବ ପଡିପାରିନି । ତେବେ ଆଗାମୀ ଦିନରେ ବିମୁଦ୍ରାକରଣର କଣ ପ୍ରଭାବ ରହୁଛି ତାହା ଉପରେ ରହିବ ସମସ୍ତଙ୍କର ନଜର ।