ପିଏଫ ଉପରେ ମୋଦି ସରକାର ନେଇ ପାରନ୍ତି ବଡ ନିଷ୍ପତ୍ତି ! ମାଲାମାଲ୍ ହେବେ ସାଧାରଣ ଲୋକେ ।

551

୨୦୧୯ ନିର୍ବାଚନ ପାଇଁ ସଜବାଜ ହେଲେଣି ବିଭିନ୍ନ ରାଜନୈତିକ ଦଳ । ତେବେ ନିର୍ବାଚନ ଆସିଲେ ଜନସାଧାରଣଙ୍କ ପାଇଁ ଅନେକ ଯୋଜନା ମଧ୍ୟ ଆସିଥାଏ । ମୋଦି ସରକାର ମଧ୍ୟ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର କରିଛନ୍ତି । ୫ଟି ରାଜ୍ୟର ନିର୍ବାଚନରେ ବିଜେପିର ପରାଜୟ ପରେ ଆଗାମୀ ଲୋକସଭା ନିର୍ବାଚନ ପାଇଁ ଅଙ୍କକଷା ଆରମ୍ଭ କରିଛନ୍ତି ମୋଦି ସରକାର । ଖୁବ ଶୀଘ୍ର ସାଧାରଣ ଲୋକମାନଙ୍କୁ ଏକ ବଡ ଉପହାର ଦେଇପାରନ୍ତି କେନ୍ଦ୍ର ସରକାର । ଆଉ ଏହି ଉପହାରର ପ୍ରଭାବ ଅବସର ପରେ ମିଳୁଥିବା ପିଏଫ ଫଣ୍ଡ ଉପରେ ସିଧାସଳଖ ପଡିବ ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, କର୍ମଚାରୀ ମାନଙ୍କର ଭବିଷ୍ୟନିଧି ପାଣ୍ଠିରେ ମିଳୁଥିବା ସୁଧରେ ବୃଦ୍ଧି ଆଣିପାରନ୍ତି ମୋଦି ସରକାର । ଏହି ମାମଲାରେ ଜାନୁୟାରୀ ମାସର ଅନ୍ତିମ ସପ୍ତାହରେ ଇପିଏଫଓ ବଡ ନିଷ୍ପତ୍ତି ନେଇପାରେ । ଇପିଏଫଓର ସୁଧ ହାରରେ ଯଦି ପରିବର୍ତ୍ତନ କରାଯାଏ, ତେବେ ଏହାର ସିଧାସଳଖ ପ୍ରଭାବ ୬ କୋଟି ଖାତାଧାରୀଙ୍କ ଉପରେ ପଡିବ । ତେବେ ବର୍ତ୍ତମାନ ଇପିଏଫଓର ସୁଧ ହାର ୮.୫୫ ପ୍ରତିଶତ ରହିଛି । ଇପିଏଫଓର ସୁଧ ହାରରେ ପରିବର୍ତ୍ତନ କରିବା ପାଇଁ ରିଭ୍ୟୁ କମିଟି ମଧ୍ୟ କରାଯାଇଥିଲା । ଯାହା ପରେ ଏଭଳି ଏକ ବଡ ନିଷ୍ପତ୍ତି ନିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି ।