ଆଜି ପାଳନ କରାଯିବ ଆଜାଦ ହିନ୍ଦ୍ ଫୌଜ ସ୍ଥାପନର ୭୫ତମ ବର୍ଷ : ଅଗଷ୍ଟ ୧୫ ପରେ ଲାଲକିଲ୍ଲାରୁ ଦ୍ୱିତୀୟ ଥର ଲାଗି ଜାତୀୟ ପତାକା ଉତୋଳନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

43

କନକ ବ୍ୟୁରୋ : ଚଳିତ ବର୍ଷ ଲାଲକିଲ୍ଲାରେ ଦ୍ବିତୀୟ ଥର ପାଇଁ ପାଳନ କରାଯିବ ସ୍ବାଧୀନତା ଦିବସ । ଆଜି ଅକ୍ଟୋବରରେ ଲାଲକିଲ୍ଲାଠାରେ ପୁଣି ଥରେ ପତାକା ଉତ୍ତୋଳନ କରିବେ ପ୍ରଧାନମନ୍ତ୍ରୀ ମୋଦି । ଲାଲକିଲ୍ଲାଠାରେ ଏହି କାର୍ଯ୍ୟକ୍ରମ ସକାଳ ୮ଠାରୁ ଆରମ୍ଭ ହେବ । ତେବେ ସାଧାରଣ ଭାବରେ ସମସ୍ତେ ଜାଣନ୍ତି ୧୫ ଅଗଷ୍ଟ ସ୍ବାଧୀନତା ଦିବସ । ଏହି ଦିନ ଲାଲକିଲ୍ଲାଠାରେ ପ୍ରଧାନମନ୍ତ୍ରୀ ଦେଶର ପତାକାକୁ ଉତ୍ତୋଳନ କରିବା ସହ ଭାଷଣ ଅଭିଭାଷଣ ଦେଇଥାନ୍ତି । କିନ୍ତୁ ୨୧ ଅକ୍ଚୋବରରେ ମଧ୍ୟ ଦେଶର ପତାକା ଉଡା ଯିବ । ମୋଦି ଏନେଇ ନିଜ ଫେସବୁକ ଆକାଉଣ୍ଟରେ ଏକ ଭିଡିଓ ଜାରୀ କରିଛନ୍ତି ।

 

ସୁବାଷ ଚନ୍ଦ୍ର ବୋଷଙ୍କ ଦ୍ବାରା ଗଠିତ ଆଜାଦ ହିନ୍ଦ ଫୌଜକୁ ଗଠନ କରିଥିଲେ । ସେହି ସମୟରେ ଆଜାହ ହିନ୍ଦ ଫୌଜ ଗଠନ କରି ୨୧ ଅକ୍ଟୋବରକୁ ସ୍ବାଧୀନତା ଦିବସ ରୂପରେ ପାଳନ କରାଯାଇଥିଲା । ଆଜି ଏହି ଐତିହାସିକ ଦିନ ୭୫ ବର୍ଷ ପୂରଣ କରୁଥିବା ନେଇ ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରଧ୍ବଜାକୁ ଉଡାଇବେ । ମିଳିଥିବା ସୂଚନା ଅନୁସାରେ ମୋଦିଙ୍କ ଏପରି କାମକୁ ସାରା ଦେଶରେ ପ୍ରଶଂସା କରାଯିବା ସହ ଲାଲକିଲ୍ଲାରେ ସାଧାରଣ ଲୋକମାନେ ଉପସ୍ଥିତ ରହି ଏପରି କାର୍ଯ୍ୟକ୍ରମକୁ ଉପଭୋଗ କରିବେ ବୋଲି ସୂଚନା ମିଳିଛି ।