ଏନଡିଏ ସରକାରଙ୍କ ୩ବର୍ଷ ପୂର୍ତ୍ତି ଅବସରରେ ମୋଦି ଫେଷ୍ଟ୍ ! ସରକାରଙ୍କ ଜନ କଲ୍ୟାଣକାରୀ କାର୍ଯ୍ୟକ୍ରମ ସଂପର୍କରେ କରାଯିବ ଅବଗତ

35

କନକ ବ୍ୟୁରୋ: ଏନଡିଏ ସରକାରର ୩ ବର୍ଷ ପୂର୍ତ୍ତି ଅବସରରେ ଆଜିଠୁ ଦେଶବ୍ୟାପୀ ଆରମ୍ଭ ହେବ ମୋଦି ଫେଷ୍ଟ୍ । ଓଡିଶାର ୭ଟି ସ୍ଥାନରେ ଆଜି ମୋଦି ଫେଷ୍ଟର ଆୟୋଜନ କରାଯାଉଛି । ଏହି କାର୍ଯ୍ୟକ୍ରମରେ ସରକାରଙ୍କ ଜନ କଲ୍ୟାଣକାରୀ କାର୍ଯ୍ୟକ୍ରମ ଓ ଯୋଜନା ସଂପର୍କରେ ସାଧାରଣ ଲୋକଙ୍କୁ ଅବଗତ କରାଯିବ ।

ତେବେ ଜାତୀୟ ଚଳଚ୍ଚିତ୍ର ବିକାଶ ନିଗମ ଏହି ଉତ୍ସବର ଆୟୋଜନ କରୁଥିବା ବେଳେ ସଂସ୍ଥା ତରଫରୁ ବିଭନ୍ନ ଆକର୍ଷଣୀୟ କାର୍ଯ୍ରକ୍ରମ ହାତକୁ ନିଆଯାଇଛି । ଓଡିଶାରେ ମୋଦି ଫେଷ୍ଟ୍ ସହ ‘ସବକା ସାଥ୍ ସବକା ବିକାଶ୍’ ସମ୍ମିଳନୀକୁ ମିଶାଇ ମୋଟ୍ ୭୫ଟି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଆଜି ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର, କଟକ, ଢେଙ୍କାନାଳ, ଭଦ୍ରକ, ସୁନ୍ଦରଗଡ, ରାଜଗାଙ୍ଗପୁର, ଗଜପତିର, ପାରଳାଖେମୁଣ୍ଡି ଏବଂ ବୌଦ୍ଧରେ ମୋଦି ଫେଷ୍ଟ୍ ଆୟୋଜନ କରାଯାଉଛି ।