ମୋଦି କହିଥିଲେ ୧୫ ଲକ୍ଷ ଟଙ୍କା ଦେବେ ! କିନ୍ତୁ ଏପର୍ଯ୍ୟନ୍ତ ଟଙ୍କାଟିଏ ମିଳିଲାନି, ଏବେ ବ୍ୟାଙ୍କରେ ନିଆଁ ଲଗାଇଦେବି… ଜାଣନ୍ତୁ କିଏ ଏମିତି କହିଲେ ।

27
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମ ସମସ୍ତଙ୍କୁ ଠକି ଦେଇଛନ୍ତି । ୧୫ ଲକ୍ଷ ଟଙ୍କା ଦେଇନାହାନ୍ତି । ବ୍ୟାଙ୍କରୁ ସମସ୍ତେ ବାହାରକୁ ପଳାଅ, ନିଆଁ ଲଗାଇଦେବି… ଏଭଳି କିଛି ଶୁଣିବା ପରେ ଆଲ୍ଲାହାବାଦ ବ୍ୟାଙ୍କ ଜରବଲରେ ଲୋକମାନଙ୍କ ମନରେ ଆତଙ୍କ ଖେଳିଯାଇଥିଲା । ନିଆଁ ଲଗାଇଦେବି… ଏତିକି କହିବା ପରେ ଜଣେ ଯୁବକ ପେଟ୍ରୋଲ ଥିବା ଏକ ବୋତଲ ନିଜ ଉପରେ ଢାଳି ହୋଇଥିଲେ । ପୋଲିସ କର୍ମଚାରୀମାନେ କୌଣସି ପ୍ରକାରେ ତାଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ଶାଖା ପ୍ରବନ୍ଧକଙ୍କ ଅଭିଯୋଗ ଆଧାରରେ ପୋଲିସ ସମ୍ପୃକ୍ତ ଯୁବକଙ୍କ ନାଁରେ ଏତଲା ଦାୟର କରିବା ସହ ତାଙ୍କୁ ହେପାଜତରେ ନେଇଛି ।
ଜରବଲରୋଡ ଥାନା ଅନ୍ତର୍ଗତ ଧନରାଜପୁର ଗାଁରେ ରହୁଥିବା ୩୫ ବର୍ଷୀୟ ମୈଜିଲାଲଙ୍କ ପୁଅ ରାମବାଲକ ଶୁକ୍ରବାର ସକାଳ ୧୦.୪୫ ସମୟରେ ହାତରେ ଏକ ବଡ ବୋତଲ ଧରି ଆଲ୍ଲାହାବାଦ ବ୍ୟାଙ୍କର ଜରବଲ ଶାଖାରେ ପହଞ୍ଚିଥିଲେ । ବ୍ୟାଙ୍କରେ ପହଞ୍ଚିବା ପରେ ସେ ବ୍ୟାଙ୍କର ସହାୟକ ପ୍ରବନ୍ଧକ ନିତିନ କୁମାର କନୌଜିଆଙ୍କୁ ବ୍ୟାଙ୍କରୁ ବାହାରକୁ ଯିବା ପାଇଁ କହିଥିଲେ । ଏହା ପରେ ସହାୟକ ପ୍ରବନ୍ଧକ କାରଣ ପଚାରିବା ପରେ ଯୁବକଜଣଙ୍କ କହିଥିଲେ ଯେ, ମୋଦି ୧୫ ଲକ୍ଷ ଟଙ୍କା ଦେବା ପାଇଁ କହିଥିଲେ । କିନ୍ତୁ ଏପର୍ଯ୍ୟନ୍ତ ବ୍ୟାଙ୍କ ଖାତାରେ ଟଙ୍କାଟିଏ ମଧ୍ୟ ଆସିନାହିଁ । ପରିବାର ଅତ୍ୟନ୍ତ ଦୁଃଖରେ ଅଛନ୍ତି ।
ତେବେ ଲୋକମାନେ କିଛି ବୁଝିବା ପୂର୍ବରୁ ଯୁବକଜଣଙ୍କ ବୋତଲରେ ଆଣିଥିବା ପେଟ୍ରୋଲକୁ ନିଜ ଦେହରେ ଢାଳି ହୋଇଥିଲେ । ଲୋକମାନେ ତାଙ୍କୁ ଅଟକାଇବାକୁ ପ୍ରୟାସ କଲାବେଳେ ସେ ନିଜ ପକେଟରୁ ଦିଆସିଲି ବାହାର କରିଥିଲେ । ବ୍ୟାଙ୍କ କର୍ମଚାରୀ ଆଗକୁ ଆସିବାରୁ ସେ ସେମାନଙ୍କ ଉପରେ ମଧ୍ୟ ପେଟ୍ରୋଲ ପକାଇ ଦେଇଥିଲା । ବ୍ୟାଙ୍କରେ ଏକ ପ୍ରକାର ଆତଙ୍କ ଖେଳିଯାଇଥିଲା । ବ୍ୟାଙ୍କ କର୍ମଚାରୀ ଏବଂ ଗ୍ରାହକମାନେ ନିଜ ନିଜ ସ୍ଥାନ ଛାଡି ବାହାରକୁ ଦୌଡିବା ଆରମ୍ଭ କରିଥିଲେ । ଏହା ପରେ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଏବଂ ଅତି କଷ୍ଟରେ ଯୁବକଜଣଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା । ଏହା ପରେ ବ୍ୟାଙ୍କରେ ପଡିଥିବା ପେଟ୍ରୋଲକୁ ସଫା କରାଯାଇଥିଲା । ଏବେ ବ୍ୟାଙ୍କ ସମ୍ପୃର୍ଣ୍ଣ ରୂପେ ସୁରକ୍ଷିତ ଅଟେ ।