ପୁଣି ମୋଦିଙ୍କ ଐତିହାସିକ ନିଷ୍ପତି ! ୧୫୦ବର୍ଷର ପରମ୍ପରା ଭାଙ୍ଗିବାକୁ ଯୋଜନା

72

ଚର୍ଚ୍ଚିତ ନିଷ୍ପତି ପାଇଁ ସବୁବେଳେ ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ । ନୋଟ ବନ୍ଦି ପରେ ଏବେ ପୁଣି ଏକ ବଡ ଏବଂ ଐତିହାସିକ ପଦକ୍ଷେପ ନେବାକୁ ଯାଉଛନ୍ତି ମୋଦି । ୧୫୦ ବର୍ଷର ପୁରୁଣା ପରମ୍ପରା ଭାଙ୍ଗିବା ଯୋଜନାରେ ଅଛନ୍ତି ପ୍ରଧାନମନ୍ତ୍ରୀ । ଏପ୍ରିଲରୁ ମାର୍ଚ୍ଚ ଯାଏଁ ଥିବା ଆର୍ଥିକ ବର୍ଷକୁ ଶେଷ କରି କ୍ୟାଲେଣ୍ଡର ବର୍ଷ ଅନୁଯାୟୀ ଜାନୁୟାରୀରୁ ଡିସେମ୍ବର ପର୍ଯ୍ୟନ୍ତ କରିବାକୁ ଚାହୁଁଛନ୍ତି । ଏପ୍ରିଲରୁ ମାର୍ଚ୍ଚ ପର୍ଯ୍ୟନ୍ତ ଆର୍ଥିକ ବର୍ଷ ୧୮୬୭ରେ ଆରମ୍ଭ ହୋଇଥିଲା । ଏବେ ମୋଦି ଏହି ଦୀର୍ଘ ବର୍ଷର ପରମ୍ପରା ଭାଙ୍ଗିବାକୁ ଯାଉଛନ୍ତି । ତେବେ ଜାଣନ୍ତୁ ସାଧାରଣ ଜନତା ଉପରେ ଏହାର କଣ ପ୍ରଭାବ ପଡିପାରେ ଏବଂ କି କି ଲାଭ ମିଳିପାରେ ।

କଣ ହୋଇପାରେ ଲାଭ
• ଭାରତର ଜିଡିପିରେ କୃଷିର ଯୋଗଦାନ ୧୫ ପ୍ରତିଶତରୁ ଅଧିକ ରହିଛି । ପ୍ରାୟ ୫୮ ପ୍ରତିଶତ ପରିବାର କୃଷି ଉପରେ ନିର୍ଭର କରେ । ଆର୍ଥିକ ବର୍ଷରେ ପରିବର୍ତ୍ତନ ଫଳରେ କୃଷି କ୍ଷେତ୍ରରେ ବେଶ୍ ଲାଭ ମିଳି ପାରିବ । ଜୁନ୍ ଏବଂ ସେପ୍ଟେମ୍ବରରେ ପଡୁଥିବା ମରୁଡି ଦୃଷ୍ଟିରେ ରଖି କୃଷି କ୍ଷେତ୍ରରେ ଭଲ ଆବଂଟନ ହୋଇପାରିବ ।

• ୱଲର୍ଡ ବ୍ୟାଙ୍କ୍ ଏବଂ ଅନ୍ତରାଷ୍ଟିୟ ମୁଦ୍ରା କୋଷ ଭଳି ବଡ ବଡ ଏଜେନ୍ସି ମଧ୍ୟ କ୍ୟାଲେଣ୍ଡର ବର୍ଷକୁ ଆର୍ଥିକ ବର୍ଷ ଭାବେ ଅନୁସରଣ କରେ । ଯଦି ଭାରତ ଏପରି କରେ ତେବେ ବିଦେଶୀ ସଂସ୍ଥାକୁ ଦୁଇ ପ୍ରକାର ଆର୍ଥିକ ବର୍ଷ ସହ କାମ କରିବାକୁ ପଡିବନି । ଯାହା ଫଳରେ ବ୍ୟବସାୟ କ୍ଷେତ୍ରରେ ଭାରତ ଲାଭବାନ୍ ହେବ ।

• ସାଧାରଣତଃ ଦକ୍ଷିଣ ପଶ୍ଚିମ ମୌସୁମୀ ଦ୍ୱାରା ଆର୍ଥିକ ବର୍ଷ ପ୍ରଭାବିତ ହୋଇଥାଏ । ବର୍ତ୍ତମାନର ବ୍ୟବସ୍ଥା ଅନୁଯାୟୀ ଦକ୍ଷିଣ ପଶ୍ଚିମ ମୌସୁମୀର ପ୍ରଭାବ ନା କେବଳ ଚଳିିତ ବରଂ ପୂର୍ବ ବର୍ଷର ଆର୍ଥିକ ବର୍ଷ ଉପରେ ମଧ୍ୟ ପଡିଥାଏ । ତେବେ ନୀତି ଆୟୋଗର ସମର୍ଥିତ ପ୍ୟାନେଲ୍ ଚାହେଁ ବଜେଟକୁ ଅକ୍ଟୋବରରେ ଅନ୍ତିମ ରୂପ ଦିଆଯାଉ । କାରଣ ଅକ୍ଟୋବର ମାସ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରାୟ ଶେଷ ହୋଇଯାଇଥାଏ । ସେହି ସମୟରେ ଖରିପ ଫସଲ କେମିତି ହୋଇଥାଏ ତାହାର ସୂଚନା ମିଳିସାରିଥିବା ସହ ରବି ଫସଲର ଅନୁମାନ ହୋଇଯାଇଥାଏ । ତେଣୁ ଯଦି ନଭେମ୍ବରରେ ବଜେଟ୍ ଉପସ୍ଥାପନ କରାଯାଏ ତେବେ ଆର୍ଥକ ବର୍ଷ ଜାନୁୟାରୀରୁ ଆରମ୍ଭ ହୋଇପାରେ ।

କଣ ହୋଇପାରେ କ୍ଷତି
• ପରିବର୍ତ୍ତନର ରାସ୍ତାରେ ଚ୍ୟାଲେଂଜ ବି କିଛି କମ୍ ନାହିଁ । ଚଳିତ ବର୍ଷ ଲାଗୁ ହେବାକୁ ଯାଉଛି ବହୁ ଚର୍ଚ୍ଚିତ ଜିଏସଟି । ଯଦି ମୋଦି ସରକାର ଆର୍ଥିକ ବର୍ଷକୁ ପରିବର୍ତ୍ତନ କରନ୍ତି ତେବେ ଜିଏସଟି କାରଣରୁ ସମସ୍ୟା ଉପୁଜି ପାରେ । ସରକାରୀ ବିଭାଗ ଏବେ ଜିଏସଟି ପାଇଁ ନିଜକୁ ପ୍ରସ୍ତୁତ କରୁଛି । ଆଉ ଯଦି ଏଭଳି କ୍ଷେତ୍ରରେ ଆର୍ଥିକ ବର୍ଷ ବଦଳେ ତେବେ ପରିବର୍ତ୍ତନକୁ ଆପଣେଇବାରେ ବିଭାଗକୁ ଅସୁବିଧାର ସମ୍ମୁଖୀନ ହୋଇପାରେ ।

• କିଛି ରାଜ୍ୟ ଏହି ନିଷ୍ପତି ସପକ୍ଷରେ ନାହିଁ । ବିଜେପି ଶାସିତ ମହାରାଷ୍ଟ୍ର ଆର୍ଥିକ ବର୍ଷ ପରିବର୍ତ୍ତନକୁ ବିରୋଧ କରି ସାରିଛି । ମହାରାଷ୍ଟ୍ର କହିବା ଅନୁଯାୟୀ, ଉଭୟ ପ୍ରଶାସନ ଏବଂ ଜନସାଧାରଣଙ୍କର ସମୟ ନଷ୍ଟ ହେବ ।

ଏହା ସହ ଦେଖନ୍ତୁ ଜାଣନ୍ତୁ ପ୍ରଧାନମନ୍ତ୍ରୀଙ୍କ ଅଙ୍ଗରକ୍ଷୀଙ୍କ ବ୍ରିଫକେସରେ କଣ ଥାଏ ?