ପାକିସ୍ତାନର ଭାବୀ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମୋଦିଙ୍କ ଶୁଭେଚ୍ଛା: ନିର୍ବାଚନରେ ବିଜୟ ପାଇଁ ଫୋନରେ ଜଣାଇଲେ ଶୁଭେଚ୍ଛା

23

କନକ ବ୍ୟୁରୋ: ପାକିସ୍ତାନର ଭାବି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଇମ୍ରାନ ଖାନଙ୍କ ସହ ଫୋନରେ କଥା ହୋଇଛନ୍ତି ମୋଦି । ନିର୍ବାଚନରେ ବିଜୟ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଇମ୍ରାନଙ୍କ ନେତୃତ୍ୱରେ ପାକିସ୍ତାନରେ ଶାନ୍ତି ସ୍ଥାପନ ସହ ଓ ଦେଶରେ ବିକାଶ ହେବ ବୋଲି ମୋଦି ଆଶା କରିଛନ୍ତି । ଏଥିସହ ପାକିସ୍ତାନରେ ଗଣତନ୍ତ୍ର ସୁଦୃଢ ହେବ ବୋଲି ମୋଦି ଆଶାବ୍ୟକ୍ତ କରିଛନ୍ତି । ନିର୍ବାଚନରେ ଇମ୍ରାନଙ୍କ ଦଳ ତେହରିକ୍ ଏ ଇନସାଫ୍ ମୋଟ ୨୭୨ ଆସନରୁ ୧୧୬ ଟି ଜିତି ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି । ତେବେ ସରକାର ଗଢିବା ପାଇଁ ଇମ୍ରାନଙ୍କୁ ଅନ୍ୟ ସ୍ୱାଧୀନ ଦଳ ସହ ମେଂଟ କରିବାକୁ ପଡିବ ।

ଉଲ୍ଲେଖଯୋଗ୍ୟ ଯେ ଇମ୍ରାନଙ୍କ ପାକିସ୍ତାନ ତେହରିକ ପାର୍ଟି (ପିଟିଆଇ) ସଂସଦ ନିର୍ବାଚନରେ ସର୍ବାଧିକ ଆସନ ହାସଲ କରିଛି। ଅନ୍ୟ ଦଳର ସମର୍ଥନ ନେଇ ଏହା ସରକାର ଗଠନ କରିବାକୁ ଯାଉଛି । ମେଣ୍ଟ ନେତା ଇମ୍ରାନ ଆସନ୍ତା ୧୧ ତାରିଖରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ।