ପାହାଡ ଉପରୁ ପ୍ରଧାନମନ୍ତ୍ରୀଙ୍କ ସନ୍ଦେଶ : ଭାରତ-ଚୀନ ସୀମାରେ ସେନାସହ ପାଳିଲେ ଦୀପାବଳି

23

କନକ ବ୍ୟୁରୋ : ଭାରତ-ପାକିସ୍ତାନ ସୀମାରେ ଜାରି ରହିଛି ତିକ୍ତତା । ପିଓକେରେ ଭାରତୀୟ ସେନାର ସର୍ଜିକାଲ ଷ୍ଟ୍ରାଇକ ପରେ ୬୦ରୁ ଅଧିକ ଥର ଅସ୍ତ୍ରବିରତି ଉଲ୍ଲଂଘନ କଲାଣି ପାକ୍ ସେନା । ସୀମା ଆରପଟୁ ଗୁଳିମାଡ କରି ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଉଛି ପଡୋଶୀ । ଆଉ ଏହାରି ଭିତରେ ଆଜି ସୀମାରେ ଦୀପାବଳି ପାଳିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ଯବାନଙ୍କ ମନୋବଳ ବଢାଇବାକୁ ୧୦ ହଜାର ଫୁଟ ଉଚ୍ଚରେ ପହଂଚିଥିଲେ । ସେପଟେ ରେଡିଓରେ ମନର କଥା କହି ଦେଶମାତୃକା ପାଇଁ ବୀର ଯବାନଙ୍କ ବଳିଦାନକୁ ସମ୍ମାନ ଜଣାଇବାକୁ ଦେଇଥିଲେ ଆହ୍ୱାନ ।