ଗ୍ରାମୀଣ ମହିଳାଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଉପହାର ! ‘ମହିଳା ଶକ୍ତି କେନ୍ଦ୍ର’କୁ ମିଳିଲା ମଞ୍ଜୁରି

52

ଗ୍ରାମୀଣ ମହିଳାଙ୍କ ପାଇଁ ମୋଦି ମନ୍ତ୍ରିମଣ୍ଡଳ ଆଣିଛନ୍ତି ଏକ ନୂତନ ଯୋଜନା । ଆଜି ମନ୍ତ୍ରିମଣ୍ଡଳ ବୈଠକରେ ମହିଳା ସଶକ୍ତକରଣ କାର୍ଯ୍ୟକ୍ରମକୁ ମଞ୍ଜୁରି ଦେବା ସହ ଅନେକ ନୂଆ ଯୋଜନାକୁ ମଞ୍ଜୁରି ଦେଇଛନ୍ତି । ‘ମହିଳା ଶକ୍ତି କେନ୍ଦ୍ର’ ନାମକ ଏହି ଯୋଜନା ଅନୁସାରେ, ଗ୍ରାମୀଣ ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ କାମ କରାଯିବ । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ଏଥିରେ ମହିଳା ସୁରକ୍ଷା ଓ ସଶକ୍ତିକରଣ ମିଶନକୁ ମଞ୍ଜୁରି ଦିଆଯାଇଛି । ଏହି ମିଶନକୁ ୨୦୧୭-୧୮ ରୁ ୨୦୧୯-୨୦ ମଧ୍ୟରେ ମଞ୍ଜୁରି ଦିିଆଯାଇଛି । ଏହା ବ୍ୟତୀତ ଅନ୍ୟ ଏକ ଯୋଜନା ‘ମହିଳା ଶକ୍ତି କେନ୍ଦ୍ର’ ମଧ୍ୟ ଆରମ୍ଭ କରାଯାଇଛି ।

arun-jaitley‘ବେଟି ବଚାଓ ବେଟି ପଢ଼ାଓ’ ଯୋଜନାର ସୀମା ବଢ଼ାଇବା ପାଇଁ ମଧ୍ୟ ବୈଠକରେ ମଞ୍ଜୁରି ମିଳିଛି । ୧୬୧ ଜିଲ୍ଲାରେ ଏହି ଯୋଜନାକୁ ସଫଳତା ମିଳବା ପରେ ଏହି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଏହି ଯୋଜନା ଅନୁସାରେ ୨୦୧୭-୧୮ ଓ ୨୦୧୯-୨୦ ପାଇଁ ୩,୬୩୮.୮୫ କୋଟି ଟଙ୍କାର ସହଯୋଗ ରାଶି ଯୋଗାଇବେ ସରକାର । ନୂଆ ଯୋଜନା ‘ମହିଳା ଶକ୍ତି କେନ୍ଦ୍ର’ ଭିନ୍ନ ଭିନ୍ନ ସ୍ତରରେ କାମ କରିବ । ମହିଳା ଶକ୍ତି କେନ୍ଦ୍ରକୁ ଅପହଞ୍ଚ ଇଲାକାରେ ପହଞ୍ଚାଇବା ପାଇଁ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଏହି ଯୋଜନା ସହ ଯୋଡ଼ାଯିବ । ଛାତ୍ରମାନେ ଏହି ଯୋଜନା ସହ ପ୍ରତ୍ୟେକ୍ଷ ରୂପେ ଯୋଡି଼ହେବେ ।

ପ୍ରସ୍ତାବ ଅନୁସାରେ ୩ ଲକ୍ଷରୁ ମଧ୍ୟ ଅଧିକ ଛାତ୍ରଛାତ୍ରୀ ଏହି ଯୋଜନା ସହ ଯୋଡ଼ିହେବେ । ଏହା ବ୍ୟତୀତ ଏନଏସଏସ୍ ଓ ଏନସିସିର ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ଏହି ଯୋଜନା ସହ ଯୋଡ଼ାଯିବ । ତେବେ ଏହି ଯୋଜନା ସହ ଜଡ଼ିତ ଛାତ୍ରଛାତ୍ରୀମାନଙ୍କୁ ମିଳିବ ସ୍ୱତନ୍ତ୍ର ପ୍ରମାଣପତ୍ର । କର୍ମଜୀବି ମହିଳାଙ୍କୁ ଦୃଷ୍ଟିରେ ରଖି ୧୯୦ରୁ ଅଧିକ ହୋଷ୍ଟେଲ ଖୋଲାଯିବ । ଏହି ହୋଷ୍ଟେଲରେ ୧୯ ହଜାରରୁ ଅଧିକ ମହିଳା ରହିପାରିବେ । ଏହା ବ୍ୟତୀତ ମହିଳାଙ୍କ ପାଇଁ ଅନେକ ସୁଧାର ଗୃହ ମଧ୍ୟ ତିଆରି କରାଯିବ । ଏହି ସୁଧାର ଗୃହ ଯୋଗୁଁ ପ୍ରାୟ ୨୬୦୦୦ ମହିଳା ଲାଭବାନ ହୋଇପାରିବେ ।

ହିଂସାର ଶିକାର ହୋଇଥିବା ମହିଳାଙ୍କ ପାଇଁ ୱାନ୍ ଷ୍ଟପ୍ ସେଣ୍ଟର ମଧ୍ୟ ଖୋଲଯିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି । ୧୫୦ରୁ ଅଧିକ ଜିଲ୍ଲାରେ ଏପରି ସେଣ୍ଟର ସ୍ଥାପନା କରାଯିବ । ଏହି କେନ୍ଦ୍ରକୁ ସହ ମିହଳା ହେଲ୍ପଲାଇନ ନମ୍ବର ସହ ଯୋଡ଼ାଯିବ । ମିହଳାଙ୍କ ଜରୁରୀକାଳୀନ ସେବା ପାଇଁ ଏହି ସେଣ୍ଟର ୨୪ ଘଂଟା ଖୋଲା ରହିବ ।