ଭାରତୀୟ ସମୁଦାୟଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ : ଇସ୍ରାଏଲରେ ରହୁଥିବା ଭାରତୀୟଙ୍କୁ ମିଳିବ ଓସିଆଇ କାର୍ଡ

22

କନକ ବ୍ୟୁରୋ : ଇସ୍ରାଏଲରେ ରହୁଥିବା ଭାରତୀୟଙ୍କୁ ମୋଦିଙ୍କ ଉପହାର । ଏଣିକି ଇସ୍ରାଏଲରେ ରହୁଥିବା ଭାରତୀୟଙ୍କୁ ମିଳିପାରିବ ଓସିଆଇ ବା ଓଭରସିଜ୍ ସିଟିଜନ ଅଫ୍ ଇଣ୍ଡିଆ କାର୍ଡ । କେବଳ ଏତିକି ନୁହେଁ ଏଣିକି ନୂଆଦିଲ୍ଲୀ ଓ ମୁମ୍ବାଇରୁ ସିଧାସଳଖ ତେଲ୍ ଅବବିକୁ ବିମାନ ଉଡିବ । ଇସ୍ରାଏଲରେ ଭାରତୀୟ ସମୁଦାୟଙ୍କୁ  ସମ୍ବୋଧିତ କରିବା ଅବସରରେ ଏହି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ମୋଦିଙ୍କ ସହ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଂଜାମିନ ନେତନ୍ୟାହୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ନିଜ ଅଭିଭାଷଣରେ ଭାରତ ଓ ଇସ୍ରାଏଲ ସମ୍ପର୍କକୁ ଉଲ୍ଲେଖ କରିଥିଲେ ମୋଦି । ଦୀର୍ଘ ଦିନ ଧରି ଇସ୍ରାଏଲରେ ରହୁଥିବା ଭାରତୀୟଙ୍କୁ ଓସିଆଇ କାର୍ଡ ଦେବା ପାଇଁ ଆଲୋଚନା ଚାଲିଥିଲା । ତେବେ ଶେଷରେ ଏହା ପୂରଣ କରିବାକୁ ଘୋଷଣା କରିଛନ୍ତି ମୋଦି । ଏପରିକି ସେ ସେନାରେ କାର୍ଯ୍ୟ କରୁଥିଲେ ମଧ୍ୟ ତାଙ୍କୁ ଓଭରସିଜ ସିଟିଜନ ଅଫ୍ ଇଣ୍ଡିଆ କାର୍ଡ ଦିଆଯିବା ନେଇ ମୋଦି ଘୋଷଣା କରିଛନ୍ତି । ଏବେ ହୃଦୟ ସହ ହୃଦୟର ସମ୍ପର୍କ ଥିବାରୁ କାଗଜପତ୍ର ଉପରେ ନିର୍ଭର ରହିପାରିବା ନାହିଁ ବୋଲି ମୋଦି କହିଛନ୍ତି ।