ଦୁଇ ବର୍ଷ ଭିତରେ ସାରା ଦେଶରେ ୫ କୋଟି ଲୋକ ଗରୀବ ଅବସ୍ଥାରୁ ସୁଧୁରିଛନ୍ତି ବୋଲି କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

34

କନକ ବ୍ୟୁରୋ : କେନ୍ଦ୍ରରେ ଶାସନ କରୁଥିବା ମୋଦି ସରକାର ନିଜର ଚତୁର୍ଥ ବର୍ଷ ପୂରଣ କରି ନିର୍ବାଚନୀ ବର୍ଷରେ ପାଦ ଦେଇଛନ୍ତି । ତେଣୁ ସାରା ଦେଶରେ କିପରି ଭାବରେ ବିଗତ ଚାରିବର୍ଷ ମଧ୍ୟରେ ଶାସନ ଚାଲିଥିଲା ତାହାକୁ ଲୋକମାନଙ୍କ ସମୁଖରେ ବଖାଣୁଛନ୍ତି ମୋଦି । ତେବେ ନିଜର ପୂର୍ବାଞ୍ଚଳ ରାଜ୍ୟ ଗସ୍ତର ଦ୍ୱତୀୟ ଦିନରେ ଏକ ବଡ ଯୋଜନା ବିଷୟରେ ମୋଦୀ କହିଛନ୍ତି । ଏଠାରେ ମୋଦୀ ବଣାସାଗର ଯୋଜନା ସହ ୧୦୮ ଯୋଜନା, ମେଡିକାଲ କଲେଜର ଶିଳାନ୍ୟାସ ସହ ବାରାଣାସୀ ଓ ମିର୍ଜାପୁରକୁ ଯୋଡିବା ପାଇଁ ଏକ ପୋଲର ଅନୁଧ୍ୟାନ କରିଥିବା ଜଣାପଡିଛି । ମିର୍ଜାପୁରର ଏକ ଗ୍ରାମରେ ଆୟୋଜିକ ଏକ ସଭାରେ ବଣାସାଗର ଯୋଜନାର ଲୋକାର୍ପଣ କରିବା ସହ ସେଠାରେ ହେବାକୁଥିବା ମେଡିକାଲ କଲେଜ ବିଷୟରେ ଆଲୋଚନା କରିଛନ୍ତି ।

ତେବେ ମୋଦି କହିଛନ୍ତି ଏଠାରେ ଅନେକ ଯୋଜନା ହେବାରେ ଦେଖାଯାଇଛି । କିନ୍ତୁ କୌଣସି ଯୋଜନା କାର୍ଯ୍ୟକାରିତା ହୋଇପାରିନାହିଁ । ଏହ କେଉଁ କାରଣରୁ ପୂର୍ବରୁ ହୋଇ ପାରିନାହିଁ ତାହାର ଉତ୍ତର ମଧ୍ୟ କାହା ପାଖରେ ନାହିଁ । କିନ୍ତୁ ଉତ୍ତରପ୍ରଦେଶରେ ଯୋଗୀ  ମୁଖ୍ୟମନ୍ତ୍ରୀ ହେଲାପରେ ଏଠାରେ ଅନେକ ଲୋକହିତ କର ଯୋଜନା ହେବା ସହ ତାହାର ସମୀକ୍ଷା ମଧ୍ୟ କରାଯାଉଥିବା ଆପଣମାନେ ଦେଖୁଛନ୍ତି । ଏହାସହ ମୋଦୀ କହିଛନ୍ତି ଯେ, ଦୁଇଦିନ ହେଲା ଏଠାରେ ଅନେକ ନୂତନ ଯୋଜନା କରିବା ସହ ଅନେକ ଯୋଜନାର ଉଦଘାଟନ କରାଯାଉଛି । ତେଣୁ ଏଠାରେ ବିକାଶ ସହ ଯୋଡିହୋଇଥିବା ସମସ୍ତ ଦିଗକୁ ମୋର ଦୃଷ୍ଟି ରହିଛି । ଯୋଜନା କିପରି ଭାବରେ ଲୋକମାନଙ୍କ ପାଖରେ ପହଞ୍ଚିବ ତାହାକୁ ମଧ୍ୟ ଗୁରୁତ୍ୱ ଦେବାରେ ଆବଶ୍ୟକତା ରହିଛି ।

ଏହାସହ ସେ କହିଛନ୍ତି ଆଗରୁ ଏହି ଉନ୍ନୟନମୂଳକ ଯୋଜନା ହୋଇଥିଲେ ବର୍ତ୍ତମାନ ସମୟରେ ଏହାର ଲୋକାର୍ପଣ କରାଯାଇଥାଆନ୍ତା । ତେବେ ଆମେ ଯଦି କୃଷକମାନଙ୍କ କଥା କହିବା ତେବେ ପୂର୍ବ ସରକାର କୃଷକ ମାନଙ୍କ ପାଇଁ କୌଣସି ଯୋଜନା କରିନାହାନ୍ତି । ୪୦ ବର୍ଷ ପୂର୍ବରୁ ଏହାର ପରିକଳ୍ପନା କରାଯାଇଥିଲା । ବଡ ଦୁଃଖର ବିଷୟ ଏହା ଆରମ୍ଭ ହେଉ ହେଉ ୨୦ ବର୍ଷ ପଳାଇଥିଲା । କିନ୍ତୁ ୨୦୧୪ ମସିହାରେ ଉତ୍ତରପ୍ରଦେଶରେ ବିଜେପି ସରକାର ଆସିବା ପରେ ସମସ୍ତ ଅଟକିଥିବା ଯୋଜନାକୁ କାର୍ଯ୍ୟକାରୀ କରାଯାଇଛି । ଆମ ସମସ୍ତଙ୍କ ପାଇଁ ଏକ ଖୁସିର କଥା ଅନ୍ତର୍ଜାତୀୟ ରିପୋର୍ଟ ଅନୁସାରେ ଭାରତରେ ବିଗତ ଦୁଇବର୍ଷ ମଧ୍ୟରେ ୫ କୋଟିଲୋକ ଗରୀବ ଶ୍ରେଣୀରୁ ନିସ୍ତାର ପାଇପାରିଛନ୍ତି । ଏବେକାର କିଛି ଦଳ ଦେଶର କୃଷକମାନଙ୍କ ପାଇଁ ଆଖିରୁ ଲୁହ ବାହାର କରୁଛନ୍ତି । କିନ୍ତୁ ବିଜେପି ସରକାର ଦେଶର ବିକାଶ ଦିଗରେ କାମ କରୁଛି ଓ ଆଗକୁ ମଧ୍ୟ କରିବ ବୋଲି ମୋଦି କହିଛନ୍ତି ।

 

ଏହି ସଭାରେ ମୋଦି ସାଧାରଣ ଜନତାଙ୍କୁ ସମ୍ବୋଧନ କରି କହିଛନ୍ତି ଯେ, ଆପଣମାନେ ଯେଉଁ ଆଶାନେଇ ଯୋଗୀ ସରକାରଙ୍କୁ ଭୋଟ ଦେଇଛନ୍ତି ଠିକ୍ ସେହିପରି ଭାବରେ ଆପଣମାନଙ୍କର ବିକାଶ କରାଯିବ । ବାରାଣାସୀ ସହ ମିର୍ଜାପୁର ପୋଲ ବିକାଶର ଯୋଗ ସୂତ୍ରକାରୀ ହେବ ବୋଲି ମୋଦି କହିଛନ୍ତି । ତେବେ ଏହି ସଭାକୁ ସମ୍ବୋଧନ କଲାପରେ ପ୍ରଧାନମନ୍ତ୍ରୀ ଦିଲ୍ଲୀ ଫେରିଯିବେ ବୋଲି ଜଣାପଡିଛି ।