ସମ୍ପର୍କ ସୁଧାରିବା ନେଇ ଇମ୍ରାନଙ୍କୁ ମୋଦିଙ୍କ କଡ଼ା ଉତ୍ତର: ଆଗ ଆତଙ୍କବାଦ ଛାଡ଼, ତାପରେ ଯାଇ କଥାବାର୍ତ୍ତା…

334

କନକ ବ୍ୟୁରୋ: ଭାରତ ସହ ସମ୍ପର୍କ ସୁଧାରିବା ବିକଳ ହେଉଛି ପାକିସ୍ତାନ । ହେଲେ ପାକିସ୍ତାନକୁ ପାଖ ପୁରାଇ ଦେଉନି ଭାରତ । ଭାରତ ସହ ସମ୍ପର୍କ ସୁଧାରିବାକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାରତର ପ୍ରଧାନମନ୍ତ୍ରୀଙ୍କୁ ବାରମ୍ବାର ଚିଠି ଲେଖୁଛନ୍ତି । ହେଲେ ଇମ୍ରାନଙ୍କ ଚିଠିର ଉତ୍ତର ଦେଉନଥିବା ମୋଦି ଆଜି ପ୍ରଥମ ଥର ପାଇଁ ଉତ୍ତର ରଖିଛନ୍ତି । ଇମ୍ରାନଙ୍କ ଚିଠିର ଜବାବ କଡା ଭାଷାରେ ଦେଇଛନ୍ତି ମୋଦି ।

ଇମ୍ରାନଙ୍କୁ ଜବାବ ଦେବାକୁ ଯାଇ ମୋଦି ଚିଠିରେ ଆତଙ୍କବାଦ ଛାଡିବାକୁ ଲେଖିଛନ୍ତି । ମୋଦି ଲେଖିଛନ୍ତି ଯଦି ଭାରତ ସହ ସମ୍ପର୍କ ସୁଧାରିବାକୁ ଚାହୁଁଛ ତେବେ ପ୍ରଥମେ ଆତଙ୍କବାଦୀଙ୍କ ହାତ ଛାଡ । ଆତଙ୍କୀଙ୍କ ସାଥ୍ ଛାଡିବା ପରେ ଯାଇ କୌଣସି ଆଲୋଚନା ହେବ । ଦୁଇ ଦେଶ ମଧ୍ୟରେ ଅନୁକୂଳ ବାତାବରଣ ଉପରେ ପୁନର୍ବିଚାର ଆବଶ୍ୟକତା ରହିଛି । କିନ୍ତୁ ଏସବୁ ସମ୍ଭବ ସେତେବେଳେ ହେବ ଯେତେବେଳେ ତୁମେ ଆତଙ୍କବାଦ ରାସ୍ତା ଛାଡିବ ବୋଲି ମୋଦି ସିଧା ଉତ୍ତର ଲେଖିଛନ୍ତି ।

ଏଥିସହ ମୋଦି ଲେଖିଛନ୍ତି ଭାରତ ତାର ସମସ୍ତ ପଡୋଶୀ ଦେଶ ସହ ଉତ୍ତମ ସମ୍ପର୍କ ସ୍ଥାପନ କରିବାକୁ ଚାହୁଁଛି । ସୀମାର ବିକାଶ ପାଇଁ ଶାନ୍ତି ଓ ସ୍ଥିରତାର ଆବଶ୍ୟକତା ରହିଛି । ଭାରତ ପାଇଁ ସବୁବେଳେ ଜନତାଙ୍କ ବିକାଶ ପ୍ରାଥମିକତା ହୋଇ ରହିଆସିଛି । ପାକିସ୍ତାନ ସବୁବେଳେ ଭାରତ ସହ ଆଲୋଚନା କରିବା କଥା କହି ଆସୁଛି ଆଉ ଭାରତ ମଧ୍ୟ ଆଲୋଚନା ପାଇଁ ପ୍ରସ୍ତୁତ ଅଛି । ହେଲେ ଯେପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦୀଙ୍କ ବିରୋଧରେ କୌଣସି କଡା କାର୍ଯ୍ୟାନୁଷ୍ଠାନ ନନେଇଛି ସେ ପର୍ଯ୍ୟନ୍ତ କୌଣସି ଆଲୋଚନା ହେବ ନାହିଁ ।

ତେବେ ଗତ କିଛି ଦିନ ତଳେ କିର୍ଗିଜସ୍ତାନ ରାଜଧାନୀ ବିସକେକରେ ଆୟୋଜିତ ସଂଘାଇ କର୍ପୋରେସନ ଅର୍ଗାନାଇଜେସନ ବା ଏସସିଓ ସମ୍ମିଳନୀରେ ମୋଦିଙ୍କ ସହ ଇମରାନ ଖାନଙ୍କ ସାକ୍ଷାତ ହୋଇଥିଲା । ହେଲେ ଇମ୍ରାନଙ୍କୁ ଆଡ ଆଖିରେ ଦେଖି ନଥିଲେ ମୋଦି । ସାମ୍ନାସାମ୍ନି ହୋଇଥିଲେ ବି କଥା ପଦେ କହିନଥିଲେ ପ୍ରଧାନମନ୍ତ୍ରୀ ମୋଦି । ସମ୍ମିଳନୀରେ ପାକିସ୍ତାନଙ୍କୁ ସମାଲୋଚନା କରିବାକୁ ଯାଇ ଆତଙ୍କବାଦର କଥା ଉଠାଇଥିଲେ ମୋଦି ।