ଆସନ୍ତାକାଲି ମୋଦି-ଜିନପିଙ୍ଗ ଆଲୋଚନା ! ଡୋକଲାମ ବିବାଦ ପରେ ପ୍ରଥମ ଥର ପାଇଁ ୨ରାଷ୍ଟ୍ରମୁଖ୍ୟ କରିବେ ସାକ୍ଷାତ

36

କନକ ବ୍ୟୁରୋ : ଆସନ୍ତାକାଲି ମୋଦି-ଜିନପିଙ୍ଗ ଆଲୋଚନା । ବ୍ରିକ୍ସ ସମ୍ମିଳନୀ ଅବସରରେ ଆସନ୍ତାକାଲି ଆଲୋଚନା କରିବେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ ରାଷ୍ଟ୍ରପତି ଜିନି ଜିନପିଙ୍ଗ । ଡୋକଲାମ ବିବାଦ ପରେ ଦୁଇ ରାଷ୍ଟ୍ରମୁଖ୍ୟଙ୍କ ଏହା ପ୍ରଥମ ସାକ୍ଷାତ ହୋଇଥିବାରୁ ସାରା ବିଶ୍ୱର ନଜର ରହିଛି । ଜିନି ପିଙ୍ଗଙ୍କ ସହ ପ୍ରାୟ ୩୦ ମିନିଟ ଧରି ହେବାକୁ ଥିବା ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡୋକଲାମ ପ୍ରସଙ୍ଗ ସହ ପାକିସ୍ତାନର ସୀମାପାର ପ୍ରସଙ୍ଗ ଉଠାଇବେ ବୋଲି ଜଣାପଡିଛି ।

modi- and Xi Jinpingଚୀନର ଜିଆମେନ୍ ସହରରେ ଆରମ୍ଭ ଚାଲିଥିବା ବ୍ରିକ୍ସ ସମ୍ମିଳନୀରେ ସାମିଲ ହେବା ପାଇଁ ଜିଆମେନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ମୋଦି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ବ୍ରାଜିଲର ରାଷ୍ଟ୍ରପତି ମାଇକେଲ ଟେମେରଙ୍କୁ ଭେଟି ଦ୍ୱିପାକ୍ଷିକ ଆଲୋଚନା କରିବା କାର୍ଯ୍ୟସୂଚୀ ରହିଛି । ତେବେ ଚୀନରେ ବି ମୋଦି ମୋଦି । ବ୍ରିକ୍ସ ସମ୍ମିଳନୀ ଆରମ୍ଭ ହେବା ପୂର୍ବରୁ ଚୀନରେ ଗତକାଲି ପ୍ରବାସୀ ଭାରତୀୟଙ୍କୁ ଭେଟିଥିଲେ ମୋଦି । ଏଠାରେ ବି ମୋଦି ମୋଦି ନାରା ଲାଗିଥିଲା । ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ଆଗ୍ରହ ସହ ଅପେକ୍ଷା କରିଥାନ୍ତି ପ୍ରବାସୀ ଭାରତୀୟ । କୁନି କୁନି ପିଲା ମଧ୍ୟ ନରେନ୍ଦ୍ର ମୋଦିଙ୍କ ଝଲକ ପାଇଁ ଅଭିଭାବକଙ୍କ ସହ ଧାଡିରେ ରହିଥାନ୍ତି । ସେଠାରେ ଉପସ୍ଥିତ ଥିବା ଛୋଟ ଛୋଟ ପିଲାଙ୍କ ସହ ମୋଦି ହାତ ମିଳାଇବା ଓ ସ୍ନେହ କରିବା ବେଶ ଭାବବିହ୍ୱଳ ପରିବେଶ ସୃଷ୍ଟି କରିଥିଲା ।