ଡୋନାଲ ଟ୍ରମ୍ପଙ୍କୁ ଭେଟି ପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ! ସ୍ୱିଜରଲ୍ୟାଣ୍ଡର ଡାଭୋସରେ ଅଛି କାର୍ଯ୍ୟକ୍ରମ

43

କନକ ବ୍ୟୁରୋ : ସ୍ୱିଜରଲ୍ୟାଣ୍ଡର ଡାଭୋସରେ ଆମେରିକା ରାଷ୍ଟ୍ରପତି ଡୋନାଲ ଟ୍ରମ୍ପଙ୍କୁ ଭେଟି ପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ୨୨ ତାରିଖରେ ଡାଭୋସରେ ଅନୁଷ୍ଠିତ ହେବାକୁ ଯାଇଉଛି ୱାଲର୍ଡ ଇକୋନୋମିକ୍ ଫୋରମ୍ । ଯେଉଁଥିରେ ଆମେରିକା ରାଷ୍ଟ୍ରପତି ସାମିଲ ହେଉଥିବା ନେଇ ଗତକାଲି ହ୍ୱାଇଟ୍ ହାଉସ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏହି ଫୋରମରେ ପ୍ରଧାନମନ୍ତ୍ରୀ ମଧ୍ୟ ଯୋଗ ଦେଉଛନ୍ତି । ଏହି ଅବସରରେ ମୋଦି-ଟ୍ରମ୍ପ ଭେଟ୍ ହେବା ନେଇ ଆକଳନ କରାଯାଉଛି । ଆମେରିକା ଫାଷ୍ଟ ଏଜେଂଡା ନେଇ ଟ୍ରମ୍ପ ଏଥିରେ ସାମିଲ ହେଉଥିବା ସୂଚନା ମିଳିଛି । ଆମେରିକାର ବ୍ୟବସାୟ, ଶିଳ୍ପ ଏବଂ ଆମେରିକାର ଶ୍ରମ ଉପରେ ୱାଲର୍ଡ ଇକୋନୋମିକ୍ ଫୋରମରେ ବିଶେଷ ଗୁରୁତ୍ୱ ଦିଆଯାଉଥିବା ନେଇ ହ୍ୱାଇଟ୍ ହାଉସ୍ ପକ୍ଷରୁ ସୂଚନା ଦିଆଯାଇଛି ।

modi-trumpଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଥିରେ ଭାରତର ଏକ ବଡ ପ୍ରତିନିଧି ଦଳ ସାମିଲ ହେଉଛନ୍ତି । ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୬ଜଣ କେନ୍ଦ୍ରମନ୍ତ୍ରୀ, ୨ ଜଣ ମୁଖ୍ୟମନ୍ତ୍ରୀ ଏବଂ ଶହେ ଜଣ ସିଇଓ ସାମିଲ ଅଛନ୍ତି । ୧୯୯୪ରେ ନରସିଂମା ରାଓ ପ୍ରଥମଥର ପାଇଁ ଫୋରମରେ ସାମିଲ ହୋଇଥିବା ବେଳେ ୧୯୯୭ରେ ଦେବେ ଗୌଡ଼ା ଯୋଗ ଦେଇଥିଲେ । ତେବେ ବାଜପାୟୀ ଏବଂ ମନମୋହନ ସିଂହ ପ୍ରଧାନମନ୍ତ୍ରୀ ଥିବା ବେଳେ ଦୀର୍ଘ ୧୬ ବର୍ଷ ମଧ୍ୟରେ ଭାରତ, ୱାଲର୍ଡ ଇକୋନୋମିକ୍ ଫୋରମରେ ଯୋଗଦାନ କରିନଥିଲା । ସେହିପରି ଆମେରିକା ପକ୍ଷରୁ ୨୦୦୦ ମସିହାରେ ଶେଷଥର ପାଇଁ ୱାଲର୍ଡ ଇକୋନୋମିକ୍ ଫୋରମରେ ସାମିଲ ହୋଇଥିଲେ । ବାରାକ୍ ଓବାମା କିନ୍ତୁ ଏଥିରେ ସାମିଲ ହୋଇନଥିଲେ । ଗତବର୍ଷ ପ୍ରଥମ ଚୀନ ରାଷ୍ଟ୍ରପତି ଭାବରେ ସି-ଜିଙ୍ଗ-ପିନ୍ ଏଥିରେ ସାମିଲ ହୋଇଥିଲେ ।