ଓଡ଼ିଶା ଗସ୍ତରେ ଆସୁଛନ୍ତି ମୋଦି-ରାହୁଲ ! ଖୋର୍ଦ୍ଧାରେ ବିଶାଳ ଜନସମାବେଶ କରିବେ ମୋଦି,କର୍ମୀଙ୍କ ଯୋଶ ବଢ଼ାଇବେ ରାହୁଲ

539

କନକ ବ୍ୟୁରୋ : ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଡିସେମ୍ବର ୨୪ରେ ମୋଦି ଓଡ଼ିଶା ଆସୁଛନ୍ତି । ଖୋର୍ଦ୍ଧାର ଏକ ବିରାଟ ଜନସମାବେଶରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହା ବ୍ୟତୀତ ଆଉ କ’ଣ କାର୍ଯ୍ୟକ୍ରମ ରହିଛି ସେନେଇ କିଛି ସ୍ପଷ୍ଟ ହୋଇନାହିଁ । ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂ କଟକ ଜିଲ୍ଲା ନିଶ୍ଚିତ କୋଇଲି ବ୍ଲଖ କୁହାଳ ଗ୍ରମେପଂଚାୟତର ଏକ ଜନ ପରାମର୍ଶ ପଦଯାତ୍ରାରେ ସାମିଲ ହୋଇ ଏହାର ସୂଚନା ଦେଇଛନ୍ତି ।

narendra-modi
image courtesy-https://www.bgr.in

ସେପଟେ ଚଳିତ ମାସ ଶେଷ ସପ୍ତାହରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ । ଉପକୂଳ, ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ରାହୁଲ ବିଭିନ୍ନ ସଭାରେ ଯୋଗ ଦେବେ । ସେଠାରେ କର୍ମୀଙ୍କ ଯୋଶ ବଢ଼ାଇବା ପାଇଁ ଉଦବୋଧନ ଦେବେ ରାହୁଲ ।

ତେବେ ୨୦୧୯ ନିର୍ବାଚନ ପୂର୍ବରୁ ରାଜ୍ୟକୁ ନେତାଙ୍କ ଆଗମନ ବିଭିନ୍ନ ଦିଗକୁ ଇସାରା କରୁଛି । ଏବେ ଠାରୁ ରାଜନୈତିକ ବାତାବରଣ ସରଗରମ ହୋଇଉଠୁଛି । ଦେଶର ପ୍ରମୁଖ ରାଜନୈତିକ ଦଳ ଗୁଡ଼ିକର ନେତାମାନେ ବିଭିନ୍ନ ରାଜ୍ୟକୁ ଯାଇ ଲୋକଙ୍କୁ ନିଜ ଆଡ଼କୁ ଢ଼ଳାଇବା ପାଇଁ ଚେଷ୍ଟା କରୁଛନ୍ତି ।