ରଥଯାତ୍ରା ଦେଖିବା ପାଇଁ ମୁଖ୍ୟମନ୍ତ୍ରୀ ସିଂହଦ୍ୱାରରେ ପହଂଚିଲେ

197

naveen n modi tweetପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ମହାପ୍ରଭୁଙ୍କ ଦର୍ଶନ ଲାଗି ପୁରୀରେ ପହଂଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଡା ସୁରକ୍ଷା ମଧ୍ୟରେ ତାଙ୍କୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟକୁ ନିଆଯାଇଛି । ଏଠାରେ ରଥଯାତ୍ରା ଅବସରରେ ପ୍ରକାଶିତ ସ୍ୱତନ୍ତ୍ର ପୁସ୍ତିକା ଉନ୍ମୋଚନ କରିବା ସହ ଭକ୍ତଙ୍କୁ ଜଳ ବଂଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ରାଜ୍ୟବାସୀଙ୍କୁ ପବିତ୍ର ରଥଯାତ୍ରାର ଶୁଭେଚ୍ଛା ଜଣାଇଛନ୍ତି ନବୀନ । ମୁଖ୍ୟମନ୍ତ୍ରୀଙ୍କ ସହ ଅନେକ ନେତା, ମନ୍ତ୍ରୀ ପୁରୀ ଗସ୍ତ କରିଛନ୍ତି ।

modi's tweetସେପଟେ ପବିତ୍ର ରଥଯାତ୍ରା ଅବସରରେ ଟ୍ୱିଟ କରି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ରଥଯାତ୍ରା ପାଇଁ ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଚତୁର୍ଦ୍ଧା ମୂରତିଙ୍କ କୃପା ଭରି ଦେଉ ସୁଖ, ସମୃଦ୍ଧି ଆଉ ପ୍ରଗତି ବୋଲି ଟୁଇଟ କରିଛନ୍ତି ନବୀନ । ସେହପରି ପିସିସି ସଭାପତି ପ୍ରସାଦ ହରିଚନ୍ଦନ ରଥଯାତ୍ରା ଅବସରରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହ ସୁଖ ସମୃଦ୍ଧି କାମନା କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ମଧ୍ୟ ରାଜ୍ୟବାସୀଙ୍କୁ ରଥଯାତ୍ରାର ଅଭିନନ୍ଦନ ଜଣାଇ ଟ୍ୱିଟ କରିଛନ୍ତି ।