ଏମ୍ସରେ ପହଞ୍ଚିଲେ ମୋଦିଙ୍କ ସମେତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ : ଅଟଳଙ୍କୁ ଭେଟିବା ପାଇଁ ଦିଲ୍ଲୀ ଅଭିମୁଖେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

28

କନକ ବ୍ୟୁରୋ : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଦେଖିବା ପାଇଁ ଦିଲ୍ଲୀ ଏମ୍ସରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜ ମଧ୍ୟ ପହଞ୍ଚିଥିବା ନେଇ ସୂଚନା ମିଳିଛି । ତେବେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଆଉ କିଛି ସମୟପରେ ଏମ୍ସରେ ପହଞ୍ଚିବେ ବୋଲି ସୂଚନା ମିଳିଛି ବର୍ତ୍ତମାନ ସମୟରେ ଅଟଳଙ୍କୁ ଦେଖିବା ପାଇଁ ମେଡିକାଲ ନେତାମାନଙ୍କର ପ୍ରବଳ ଭିଡ ରହିଛି ।

 

ପୂର୍ବରୁ ଗୃହମନ୍ତ୍ରୀ ରାଜନାଥ ସିଂହ, ଅମିତ ଶାହାଙ୍କ ସହ ବିଜେପିର ବରିଷ୍ଠ ନେତା ଲାଲାକୃଷ୍ଣ ଆଡଭାନୀ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, କେନ୍ଦ୍ରାପଡା ସାସଂଦ ବୈଜୟନ୍ତ ପଣ୍ଡା ପ୍ରମୁଖ ନେତା ବାଜପେୟୀଙ୍କୁ ମେଡିକାଲରେ ଭେଟିଛନ୍ତି । ତେବେ ବାଜପେୟୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବର୍ତ୍ତମାନ ସମୟରେ ମଧ୍ୟ ସଙ୍କଟାପନ୍ନ ରହିଛି । ପୂର୍ବରୁ ମେଡିକାଲ କର୍ତ୍ତୃପକ୍ଷ ହେଲଥ ବୁଲେଟିନ ଜାରି କରିବା ଅଟଳଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା କୁହାଯାଇଥିଲା । ତେବେ ପୁଣିଥରେ ୨.୩୦ରେ ମେଡିକାଲ ପକ୍ଷରୁ ହେଲଥ ବୁଲେଟିନ ଜାରି ହେବ ବୋଲି ସୂଚନା ମିଳିଛି । ଅନେତ ନେତା ମେଡିକାଲରେ ପହଞ୍ଚୁଥିବାରୁ ସ୍ଥାନୀୟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।