ଏବେ ୱାଇ-ଫାଇରୁ ସ୍ପୀଡ ହେବ ଲାଇ-ଫାଇ ! ଏଲଇଡି ବଲରେ ଚାଲିବ ଇଣ୍ଟରନେଟ୍ !  

5

ଲାଇ-ଫାଇର ସମ୍ପୁର୍ଣ୍ଣ ନାଁ ହେଉଛି ଲାଇଟ୍ ଫିଡେଲିଟି । ଏହା ୱାୟାରଲେସ୍ କମ୍ୟୁନିକେସନରେ କାମ କରୁଥିବା ଏକ ଅତ୍ୟାଧୁନିକ ଟେକ୍ନିକ୍ ଅଟେ । ଯେଉଁଠି ଡିଭାଇଜ୍ ଡାଟା ଟ୍ରାନ୍ସମିଟ୍ ପାଇଁ ଲାଇଟର ବ୍ୟବହାର କରାଯାଏ । ଲାଇ-ଫାଇ ସହ ଖୁବ୍ ଲୋକଙ୍କ ପରିଚୟ ହୋଇଥିବ । କିନ୍ତୁ ଆମେ ଆପଣଙ୍କୁ କହିଦେଉଛୁ ଯେ ଲାଇ-ଫାଇର ଆରମ୍ଭ ୨୦୧୧ ମସିହାରେ ଜର୍ମାନର ଜଣେ ବ୍ୟକ୍ତି ପ୍ରସ୍ତୁତ କରିଥିଲେ ।

 

ଇଣ୍ଟରନେଟର ଏହି ସମୟରେ ଏହି ଟେକ୍ନିକ୍ କୌଣସି କ୍ରାନ୍ତି ଠାରୁ କମ୍ ନୁହେଁ । ବର୍ତ୍ତମାନ ସିଗନାଲ୍ ଏକ୍ସଚେଞ୍ଜରେ ରେଡିଓ ସିଗନାଲର ବ୍ୟବହାର ହୋଇଥାଏ । କିନ୍ତୁ ଏହି ନୂଆ ଟେକ୍ନିକର ବ୍ୟବହାରରେ ସିଗନାଲ୍ ଏକ୍ସଚେଞ୍ଜ ପାଇଁ ଲାଇଟର ବ୍ୟବହାର କରାଯାଏ ।

କିଭଳି କାର୍ଯ୍ୟ କରେ ଲାଇ-ଫାଇ ଟେକ୍ନିକ୍?

ଯେମିତି କି ଆମେ ଆପଣଙ୍କୁ ପୁର୍ବରୁ କହିଛୁ ଯେ ଲାଇ-ଫାଇ ଟେକ୍ନିକରେ ଲାଇଟ୍ ଦ୍ୱାରା ସିଗନାଲ୍ ଟ୍ରାସଫର୍ମ ହୁଏ । ଏଲଇଡି ଲାଇଟ୍ ସିଗନାଲ୍ ଟ୍ରାସଫର୍ମ ପାଇଁ ଏକ ସେକେଣ୍ଡରେ ଏକ ଲକ୍ଷ ବାର ଧପ୍ ଧପ୍ ହୋଇଥାଏ । ଯାହାକୁ ଆମେ ଖାଲି ଆଖିରେ ଦେଖିପାରିନଥାଉ କିନ୍ତୁ ପ୍ରକୃତରେ ଏହା କେତେ ଥର ଧପ୍ ଧପ୍ ହୁଏ ତାହା ଭଲ ଭାବରେ ନିରୀକ୍ଷଣ କଲେ ହିଁ ଜଣାପଡିବ ।

 

ଲାଇ-ଫାଇ ଟେକ୍ନିକର ଲାଭ?

ଲାଇ-ଫାଇ ଟେକ୍ନିକର ଗୋଟିଏ ବଡ ଲାଭ ହେଉଛି ଯେ କେହି ବି ଆପଣଙ୍କ ଇଣ୍ଟରନେଟକୁ ଆପଣଙ୍କ ଅନୁମତି ବିନା ବ୍ୟବହାର କରିପାରିବ ନାହିଁ  । ଏହା ଏଥିପାଇଁ ହୋଇଥାଏ କାରଣ ଏହା କେବଳ ଲାଇଟ୍ ଜଳିଥିବା ସ୍ଥାନରେ ହିଁ ନିଜର ସକ୍ଷମତା ଦେଖାଇଥାଏ ।

ଲାଇ-ଫାଇର ଦ୍ୱିତୀୟ ଖାସ୍ କଥା ହେଉଛି ୱାଇ-ଫାଇ ତୁଳନାରେ ଏହା ଅଧିକ କାର୍ଯ୍ୟକ୍ଷମ ଅଟେ । କିନ୍ତୁ ଆପଣଙ୍କୁ ସିଗନାଲ୍ ପାଇଁ ଲାଇ-ଫାଇ ଡଙ୍ଗଲ୍ ଲଗାଇବାକୁ ପଡିବ । ୱାଇ-ଫାଇ ସିଗନାଲ୍ ରେଡିଓ ସିଗନାଲ୍ ଭଳି କାମ କରିଥାଏ ଯାହା ପରିବେଶ,ଜୀବଜନ୍ତୁ,ପକ୍ଷୀମାନଙ୍କ ପାଇଁ ହାନିକାରକ ସାବ୍ୟସ୍ତ ହୋଇଥାଏ । ଲାଇ-ଫାଇ ପରିବେଶ ଦୃଷ୍ଟିରୁ ଖୁବ୍ ସୁରକ୍ଷିତ ଅଟେ । ଏଥିପାଇଁ ଏହାକୁ “ଗ୍ରୀନ୍ ଟେକ୍ନିକ” ମଧ୍ୟ କୁହାଯାଇଥାଏ ।

କିଭଳି କରିବେ ବ୍ୟବହାର?

ବର୍ତ୍ତମାନ ସମୟରେ ଲାଇ-ଫାଇ ଟେକ୍ନିକ ୱାଇ-ଫାଇ  ତୁଳନାରେ ଖୁବ୍ କମ୍ ଲୋକପ୍ରିୟ । କମ୍ ଲୋକ ଏହି ଅତ୍ୟାଧୁନିକ ଟେକ୍ନିକର ବ୍ୟବହାର ବିଷୟରେ ଜାଣିପାରୁଛନ୍ତି । ଏଥିପାଇଁ ଲୋକଙ୍କୁ ଘରେ ଏଲଇଡି ଲାଇଟ୍ ବ୍ୟବହାରକ୍ରିବାକୁ ପଡିବ ଯାହା ୱାଇ-ଫାଇ ତୁଳନାରେ ମହଙ୍ଗା ଆସିବ ।

Comments are closed.