ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ କୃତିତ୍ୱ ! ଏସୀୟ ଇଂଟର କଲେଜ ରକେଟ ପ୍ରତିଯୋଗିତାରେ ଅତ୍ୟାଧୁନିକ ସାଟେଲାଇଟ୍ ନିର୍ମାଣ କରି ଚର୍ଚ୍ଚାରେ

33

କନକ ବ୍ୟୁରୋ : ଅତ୍ୟାଧୁନିକ ସାଟେଲାଇଟ୍ ନିର୍ମାଣ କଲେ ସମ୍ବଲପୁର ଭିସୁଟ୍ ଛାତ୍ରଛାତ୍ରୀ । ସମ୍ବଲପୁର ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ଆଇଡିଆ କ୍ଲବର ୨୫ ଜଣ ପିଲା ପ୍ରସ୍ତୁତ କରିଛନ୍ତି କମ୍ ମୂଲ୍ୟର ଅତ୍ୟାଧୁନିକ ସାଟେଲାଇଟ୍ । ସ୍ପେସ ଡେଭଲପମେଂଟ୍ ନେକ୍ସସ ଓ ଋଷର ବ୍ରିକ୍ସ ଆୟୋଜନ କରିଥିଲା ଇଂଟର କଲେଜ୍ ରକେଟ୍ ପ୍ରତିଯୋଗିତା ।

ଏଥିରେ ଅଂଶ ଗ୍ରହଣ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ସମ୍ବଲପୁର ଭିସୁଟ୍ର ଛାତ୍ରଛାତ୍ରୀ । ଏହି ସାଟେଲାଇଟ୍ ନିର୍ମାଣ କରିବାକୁ ୬ ମାସ ସମୟ ଲାଗିଥିଲା । ୧ କିଲୋମିଟର ଉପରେ ଉଡିବାର କ୍ଷମତା ରଖିଛି ଛାତ୍ରଛାତ୍ରୀଙ୍କ ଦ୍ୱାରା ନିର୍ମିତ ରକେଟ୍ । ହୀରାକୁଦ ବନ୍ଧରେ ଥିବା ପଟୁ ମାଟି କେତେ ପରିମାଣରେ ଅଛି, ତଥା ନଦୀର ପାଣି କେଉଁ ସ୍ଥାନକୁ ଯାଇ ପାରୁନାହିଁ ତାହା ଏହି ରକେଟ୍ ଦ୍ୱାରା ଜାଣିହେବ ।

ଏବେ ଆସନ୍ତୁ ଜାଣିବା ଏହି ସାଟେଲାଇଟରେ ଖାସ କ’ଣ ବିଶେଷତ୍ୱ ରହିଛି-
ଛାତ୍ରଛାତ୍ରୀମାନେ ଏହି ସାଟେଲାଇଟ ତିଆରି କରିବାରେ ୬ ମାସ ସମୟ ନେଇଛନ୍ତି । ଏହି ରକେଟ ୧ କିଲୋମିଟର ଯାଏଁ ଉଡିବାର କ୍ଷମତା ରଖିଛି । ଛାତ୍ରଙ୍କ ଦାବି ଅନୁସାରେ, ଏହି ରକେଟର କାମ ହେଲା ହୀରାକୁଦ ବନ୍ଧରେ ଥିବା ପଟୁମାଟି କେତେ ପରିମାଣରେ ଅଛି ଓ ନଦୀର ପାଣି କେଉଁ ସ୍ଥାନକୁ ଯାଇପାରୁନାହିଁ ତାହା ସାଟେଲାଇଟ ମାଧ୍ୟମରେ ଜାଣିହେବ । ରକେଟରେ ଲାଗିଥିବା ଜିପିଏସ ଟେକ୍ନଲୋଜି ଦ୍ୱାରା ବିଭିନ୍ନ ସ୍ଥାନରେ ମେପିଂ କରି ବିଭିନ୍ନ ତଥ୍ୟ ଜାଣିହେବ ।