ଦିବ୍ୟାଙ୍ଗ ମଡେଲ ! ଜନ୍ମରୁ ନଥିଲା ଗୋଡ, ଏବେ କରୁଛନ୍ତି କୋଟି କୋଟି ଟଙ୍କା ରୋଜଗାର, ପୂରା ଦେଶରେ ସେସରଙ୍କୁ ନେଇ ଚର୍ଚ୍ଚା

46

ଭିନ୍ନକ୍ଷମ ଭାବେ ଜନ୍ମ ନେବା ବାସ୍ତବରେ ବେଶ ଯନ୍ତ୍ରଣାଦାୟକ । ଏଭଳି ପିଲା ଜନ୍ମ ସମୟରୁ ହିଁ ନିଜକୁ ଅସହାୟ ମଣିଥାନ୍ତି । ଏପରିକି ଅଧିକାଂଶ ଲୋକ ଏମାନଙ୍କୁ ବୋଝ ବୋଲି ଭାବିଥାନ୍ତି । କିନ୍ତୁ ପୋଟଲାଣ୍ଡର ୨୩ ବର୍ଷିୟା ଯୁବତୀ କାନ୍ୟା ସେସର ଦେଖିଲେ ଏଭଳି ଭାବୁଥିବା ଲୋକଙ୍କ ଚିନ୍ତାଧାରରେ ନିଶ୍ଚୟ ପରିବର୍ତ୍ତନ ଆସିବ । କାରଣ ସେସରଙ୍କ ଜନ୍ମରୁ ଗୋଡ ନାହିଁ । କିନ୍ତୁ ଏଥିପାଇଁ ଆଦୌ ଚିନ୍ତିତ ନୁହଁନ୍ତି ସେସର । ନିଜ କାମ ନିଜେ କରିବା ସହ ବେଶ ଭଲ ରୋଜଗାର ମଧ୍ୟ କରୁଛନ୍ତି । ସେସର ଏବେ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ।

10_1028_1514891102_618x347ପୋଲାଣ୍ଡର ୨୩ ବର୍ଷିୟା କାନ୍ୟା ସେସର । ବେଶ ସଂଘର୍ଷମୟ ତାଙ୍କର ଜୀବନ । ଜନ୍ମରୁ ଗୋଟ ନାହିଁ କିନ୍ତୁ କେବେ କାହା ଉପରେ ବୋଝ ହୋଇନାହାନ୍ତି । ଗୋଡ ନାହିଁ ସତ କିନ୍ତୁ ମଡେଲିଂ କରି ହଜାର ହଜାର ଡଲାର ରୋଜଗାର କରୁଛନ୍ତି ସେସର । ଅତି ଛୋଟ ବେଳୁ ସେ ସ୍ଥିର କରିଥିଲେ କି ଅନ୍ୟ ଉପରେ କେବେ ବୋଝ ହୋଇ ବଞ୍ଚିବେ ନାହିଁ ।ଭଗବାନ ସେସରଙ୍କୁ ଗୋଡ ଦେଇନଥିଲେ ସତ କିନ୍ତୁ ଆକର୍ଷଣୀୟ ଚେହେରା ପାଇଁ ମଡେଲିଂ କରିବାକୁ ନିଷ୍ପତି ନେଇଥିଲେ ସେସର । ଆଉ ଏଇଠୁ ହିଁ ଆରମ୍ଭ ହୋଇଥିଲା ସଫଳତାର ଯାତ୍ରା । ଗୋଡ ନଥିବାରୁ ରାମ୍ପରେ ଚାଲି ପାରୁନଥିଲେ କିନ୍ତୁ ହାତରେ ସେ ଯେଉଁ କୌଶଳ ଦେଖାଇଥାନ୍ତି ତାହା ବେଶ ପ୍ରଂଶସାଯୋଗ୍ୟ ।

କାନ୍ୟା ସେସରଙ୍କ ଜନ୍ମ ଥାଇଲାଣ୍ଡରେ ହୋଇଥିଲା । କିନ୍ତୁ ଜନ୍ମରୁ ଗୋଡ ନଥିବାରୁ ତାଙ୍କ ବାପା ମା ଏକ ମନ୍ଦିରରେ ଛାଡି ଦେଇଥିଲେ । ମନ୍ଦିରରେ ଏକ ପୋଲାଣ୍ଡ ଦମ୍ପତି କାନ୍ୟାକୁ ନେବା ସହ ବେଶ ସ୍ନେହ ଓ ଶ୍ରଦ୍ଧାରରେ ପାଳିଥିଲେ । ତେବେ ହ୍ୱିଲ ଚେୟାରରେ ବୁଲିବା ବେଳେ ଲୋକଙ୍କ ସହାନୂଭୁତି କାନ୍ୟାକୁ ଭଲ ଲାଗିନଥିଲା । ତେଣୁ ସେ ଏପରି କିଛି କରିବାକୁ ସ୍ଥିର କଲେ ଯାହାଫଳରେ ଲୋକେ ତାଙ୍କୁ ଦେଖି ଅନୁପ୍ରାଣୀତ ହେବେ ।ଏଥିପାଇଁ ହ୍ୱିଲ ଚେୟାରରେ ବସି ବିଭିନ୍ନ କୌଶଳ ଶିଖିବା ଆରମ୍ଭ କଲେ । ଖୁବ ଦିନ ଭିତରେ ଏଥିରେ ମାହିର ହୋଇଗଲେ ସେସର ।

ଦିନ ଗଡିବା ସହ ପୋଲଣ୍ଡରେ ବେଶ ଲୋକପ୍ରିୟ ହୋଇଗଲେ ସେସର । ସବୁଠି ତାଙ୍କୁ ନେଇ ଚର୍ଚ୍ଚା ମଧ୍ୟ ହେଲା । ଏବେ ମଡେଲିଂ କରି ହଜାର ହଜାର ଡଲାର କମାଉଛନ୍ତି ସେସର ।ଗୋଡ ନଥାଇ ମଧ୍ୟ ସେସର ଅଧିକାଂଶ ସ୍ଥାନକୁ ବେଶ ସହଜରେ ଯାତାୟତ କରି ପାରୁଛନ୍ତି । ଏହାବାଦ ସବୁଠୁ ଆଶ୍ଚଯ୍ୟଜନକ କଥା ହେଲା ଗୋଡ ନଥାଇ ମଧ୍ୟ ସେସର ଖୁବ ଭଲ ପହଁରି ପାରନ୍ତି ।