ଚିରଯୌବନା ରହିବାକୁ ରକ୍ତସ୍ନାନ ! ମଡେଲଙ୍କ ସତେଜ ସୌନ୍ଦର୍ଯ୍ୟର ସିକ୍ରେଟ୍

44

ସୌନ୍ଦର୍ଯ୍ୟ ଓ ଯୌବନ ଚିରସ୍ଥାୟୀ ନୁହେଁ । ତଥାପି ଅନେକ ମହିଳା ଏହାକୁ ବଜାୟ ରଖିବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରିବା ସହ ବିଉଟି ପାର୍ଲରରେ ହଜାର ହଜାର ଟଙ୍କା ମଧ୍ୟ ଖର୍ଚ୍ଚ କରିବା ପାଇଁ ପଛାନ୍ତି ନାହିଁ । ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ଚିରଯୌବନା ରହିବାକୁ ନିୟମିତ ଘୁଷୁରୀ ରକ୍ତରେ ସ୍ନାନ କରନ୍ତି ଜଣେ ଯୁବତୀ ।

କୈନେଲ୍ ନାମକ ଏହି ୧୯ ବର୍ଷୀୟ ଯୁବତୀ ଜଣେ ମଡେଲ୍ ଏବଂ ଅଭିନେତ୍ରୀ । ଯବାନ ରହିବା ପାଇଁ କୈନେଲଙ୍କ ଏହି ନିଆରା ଅଭ୍ୟାସ ଆଜି ତାଙ୍କୁ ଲୋକପ୍ରିୟ କରିଛି । ଏହା ସହ ଏକ ଟିଭି ସୋ’ ପାଇଁ ମଧ୍ୟ ତାଙ୍କୁ କାମ ମିଳିଛି ।

ଘୁଷୁରୀ ରକ୍ତରେ ଗାଧୋଉଥିବା ବେଳେ ଏମ୍ ଟିଭିର ରିୟାଲିଟି ସୋ ‘ଦ ଲାଇଫ’ରେ ତାଙ୍କୁ ଦେଖିବା ପାଇଁ ମଳିଥିଲା । ଜଣାଇ ରହିବାକୁ ଚାହିଁବୁ , ଏମ ଟିଭିର ଏଇ ସୋ’ ସେଇ ଲୋକଙ୍କ ପାଇଁ ଯିଏ ନିଜ ଯୌବନକୁ କେବେ ହରାଇବା ପାଇଁ ଚାହାନ୍ତି ନାହିଁ ।

କୈନେଲ କୁହନ୍ତି ସେ ତାଙ୍କ ଘର ପାଖରେ ଥିବା କଂସାଇ ପାଖରୁ ନିୟମିତ ଘୁଷୁରୀ ରକ୍ତ କିଣି ଗାଧୋଇଥାନ୍ତି ।ତେବେ ଘୁଷୁରୀ ରକ୍ତରେ ଗାଧାଇବା ପାଇଁ ଭଲଲାଗିବା ସହ ତାଙ୍କର ଏହି ଅଭ୍ୟାସକୁ ବଦଳାଇ ପାରିବେ ନାହିଁ ବୋଲି କହିଛନ୍ତି କୈନେଲ୍ ।