ଦୁର୍ଘଟଣା ଘଟିଲେ ବଞ୍ଚିବେ କେମିତି, ବଞ୍ଚାଇବେ କେମିତି ! ରାଉରକେଲାରେ ରେଳବାଇ କଲା ମକଡ୍ରିଲ

24

କନକ ବ୍ୟୁରୋ : ଦିନକୁ ଦିନ ଟ୍ରେନ ଦୁର୍ଘଟଣା ବଢି ଚାଲିଛି । ଏଥିରେ ଅନେକ ଲୋକଙ୍କର ଜୀବନ ଯାଉଛି । ଟ୍ରେନ ଦୁର୍ଘଟଣା ପାଇଁ ରେଳବାଇ କେତେ ପ୍ରସ୍ତୁତ ତାକୁ ନେଇ ରାଉରକେଲାରେ ଏକ ମକ ଡ୍ରିଲ ଆୟୋଜିତ ହୋଇଛି । ରେଳବାଇ ଦୁର୍ଘଟଣା ବେଳେ ଯାତ୍ରୀଙ୍କ ସୁରକ୍ଷା ଓ ଚିକିତ୍ସା ବ୍ୟବସ୍ଥା ସମେତ ପ୍ରଭାବିତ ରେଳ ଟ୍ରାକକୁ କିପରି ତୁରନ୍ତ କାର୍ଯ୍ୟକ୍ଷମ କରାଯିବ ସେ ନେଇ ମକ ଡ୍ରିଲ କରିଛିି । ରେଳ ଦୁର୍ଘଟଣା ସମୟରେ କିପରି ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବ ସେ ନେଇ ଏନଡିଆରଏଫ, ଆରପିଏଫ, ଓଡ଼ିଶା ପୁଲିସ, ରେଳବାଇ ସେଫଟି ଟିମ,ଡାକ୍ତରୀ ଦଳ ଓ ପରା ମେଡିକାଲ କର୍ମଚାରୀ ଏହି ମକ୍ ଡ୍ରିଲରେ ସାମିଲ ହୋଇଛନ୍ତି ।

ଦୁର୍ଘଟଣା ପରେ ଆହତ ଯାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା ଓ ଯାତ୍ରୀଙ୍କୁ ଉ଼ଦ୍ଧାର କରିବା ପରେ ପ୍ରାଥମିକ ଚିକିତ୍ସା ପରେ ନିକଟବର୍ତୀ ହସ୍ପିଟାଲ ପହଂଚାଇବା,ମୃତାହତଙ୍କ ପରିଚୟ ସଂଗ୍ରହ କରିବା ଓ ପ୍ରଭାବିତ ଟ୍ରାକକୁ କମ୍ରୁ କମ ସମୟ ମଧ୍ୟରେ କିପରି କାର୍ଯ୍ୟକ୍ଷମ କରାଯିବ ସେ ନେଇ ଏଥିରେ ଅଭ୍ୟାସ କରାଯାଇଛି । ଭାରତୀୟ ରେଳବାଇ ପକ୍ଷରୁ ଚକ୍ରଧରପୁର ଡିଭିଜନ ପକ୍ଷରୁ ବନ୍ଧମୁଣ୍ଡା ସିଏଏନ ୟାର୍ଡଠାରେ ମକଡ୍ରିଲ ହୋଇଛି ।