ମାର୍ଚ୍ଚ ମାସରୁ ବନ୍ଦ ହୋଇଯାଇପାରେ ପେଟିଏମ ଓ ମୋବିକ୍ୱିକ ଭଳି ମୋବାଇଲ ୱାଲେଟ ସେବା ! ଜାଣନ୍ତୁ କାହିଁକି ?

231

ପେଟିଏମ ଓ ମୋବିକ୍ୱିକ୍ ଭଳି ମୋବାଇଲ ୱାଲେଟ ସେବା ଆଗାମୀ ମାର୍ଚ୍ଚ ମାସରୁ ବନ୍ଦ ହୋଇପାରେ । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଦେଶରେ ମୋବାଇଲ ୱାଲେଟ ସେବା ପ୍ରଦାନ କରୁଥିବା କମ୍ପାନି ଆରବିଆଇ ଦ୍ୱାରା ଜାରି କରାଯାଇଥିବା କେୱାଇସି ସର୍ତ୍ତକୁ ଡେଡଲାଇନ ପୂର୍ବରୁ ପୂରଣ କରି ପାରିବେ ନାହିଁ । ଯାହା ଫଳରେ ଏହି କମ୍ପାନି ଗୁଡିକର ୯୫ ପ୍ରତିଶତ ଗ୍ରାହକଙ୍କର ମୋବାଇଲ ୱାଲେଟ ବନ୍ଦ ହୋଇପାରେ ।

ଭାରତୀୟ ରିଜର୍ଭ ବ୍ୟାଙ୍କ ଅକ୍ଟୋବର ୨୦୧୭ରେ ପ୍ରିପେଡ ପେମେଣ୍ଟ ସେବା ଓ ମୋବାଇଲ ୱାଲେଟ ସେବା ପ୍ରଦାନକାରୀ କମ୍ପାନି ଗୁଡିକୁ କେୱାଇସି ମାଧ୍ୟମରେ ୟୁଜର୍ସଙ୍କର ସମସ୍ତ ତଥ୍ୟ ସଂଗ୍ରହ କରିବାକୁ ଡେଡଲାଇନ ଦେଇଥିଲା । ଏହି ମୋବାଇଲ ୱାଲେଟ କମ୍ପାନି ଗୁଡିକର ଅଧିକାଂଶ ୟୁଜର୍ସଙ୍କର କେୱାଇସି ଡାଟାର ବାୟୋମେଟ୍ରିକ ଭେରିଫିକେସନ ହୋଇନାହିଁ ।

ଗତବର୍ଷ ସେପ୍ଟେମ୍ବର ମାସରେ ଆଧାର କାର୍ଡ ଉପରେ ଫୈସଲା ଆସିବା ପରେ ସମସ୍ତ ମୋବାଇଲ ୱାଲେଟ କମ୍ପାନି ଗୁଡିକ ବାୟୋମେଟ୍ରିକ ଭେରିଫିକେସନ ପାଇଁ ବିକଳ୍ପ ବ୍ୟବସ୍ଥା ଜରିଆରେ କେୱାଇସି ତଥ୍ୟ ସଂଗ୍ରହ କରିବାକୁ ଯୋଜନା କରୁଛନ୍ତି । ଏସବୁ ଭିତରେ ଯଦି ପେଟିଏମ ଓ ମୋବିକ୍ୱିକ୍ ଭଳି ମୋବାଇଲ ୱାଲେଟ ବ୍ୟବହାର କରୁଥାନ୍ତି ଓ କେୱାଇସି କରିନାହାନ୍ତି । ତେବେ ମାର୍ଚ୍ଚ ମାସରୁ ଏହି ମୋବାଇଲ ୱାଲେଟ ସେବାରୁ ବଞ୍ଚିତ ହେବେ ୟୁଜର୍ସ ।