ମୋବାଇଲରୁ ଡାଟା ଚୋରାଇ ବ୍ଲାକମେଲିଂ ! ଭାଂଗିଗଲା ଯୁବତୀଙ୍କ ବାହାଘର

44

ଉତ୍ତର ପ୍ରଦେଶ : ୟୁପିର ବୁଲନ୍ଦସହରରେ ଜଣେ ଯୁବତୀଙ୍କୁ ନିଜ ମୋବାଇଲ୍ ଫୋନ ଠିକ୍ କରିବାକୁ ଦେବା ମହଙ୍ଗା ପଡିଛି । ମୋବାଇଲ୍ ରିପେୟର କରୁଥିବା ଦୋକାନୀ ତାଙ୍କର ଡାଟା ମୋବାଇଲରୁ ଚୋରୀ କରି କରିଥିଲେ ବ୍ଲାକମେଲିଂ । ଖାଲି ଏତିକି ନୁହେଁ ଦୁଇଦୁଇ ଥର ସେହି ଯୁବତୀଙ୍କର ବିବାହ ବି ଭାଂଗିଛିି ଏହି ଯୁବକ । ଯୁବତୀଙ୍କର ପରିବାର ଲୋକଙ୍କ ଠାରୁ ୬ଲକ୍ଷ ଟଙ୍କା ମାଗିଥିଲା । ପରିବାର ଲୋକଙ୍କ ଅଭିଯୋଗ ପରେ ପୁଲିସ୍ ଆରୋପୀକୁ ଗିରଫ କରିଛନ୍ତି । ତାର ଲ୍ୟାପଟପ୍ ବି ଜବତ କରାଯାଇଛି ।

ସେଠାର ଏକ ଗାଁରେ ରହୁଥିବା ଯୁବତୀ ପାଖାପାଖି ୬ ମାସ ପୂର୍ବରୁ ହଲଦୋନୀ ଅଂଚଳରେ ରହି ଗ୍ରେଟର ନୋଏଡାର ଏକ ପ୍ରାଇଭେଟ୍ କଂପାନୀରେ ଚାକିରୀ କରୁଥିଲେ । ଏହି ସମୟରେ ଯୁବତୀଙ୍କର ମୋବାଇଲ୍ ଖରାପ ହୋଇଥିଲା । ଆରୋପୀ ଯୁବକର ନାଁ ଅମିତ୍ କୁମାର । ସେ ଦାଦରୀରେ ମୋବାଇଲ୍ ରିପେୟରିଂ ଦୋକାନ କରିଥିଲେ । ଚିହ୍ନାପରିଚିତ ଯୋଗୁଁ ଯୁବତୀ ଜଣକ ଦାଦରୀ ଆସି ଅମିତକୁ ନିଜର ମୋବାଇଲ୍ ଠିକ୍ କରିବାକୁ ଦେଇଥିଲେ ।

ଅମିତ୍ ମୋବାଇଲ୍ ସିନା ଠିକ୍ କରି ଦେଇଥିଲେ , ହେଲେ ଏଥିରେ ଥିବା ଡାଟାକୁ ଚୋରାଇ ନିଜର ଲ୍ୟାପଟପରେ ନେଇଥିଲେ । ଏଥିରେ ଯୁବତୀଙ୍କତ କିଛି ଫଟୋ ଓ ଭିଡିଓ ଥିଲା । ଏହାପରେ ସେ ଯୁବତୀଙ୍କୁ ଅସୁବିଧାରେ ପକାଇଲେ । ଅଶ୍ଳୀଳ କଥା କହି ଶାରୀରିକ ସମ୍ବନ୍ଧ ରଖିବାକୁ କହୁଥିଲା । ଏହି ସମୟରେ ଅମିତ ଯୁବତୀଙ୍କର ବିବାହ ଖବର ଜାଣି ଫଟୋ ସୋସିଆଲ୍ ସାଇଟରେ ପୋଷ୍ଟ କରିଦେଲା । ଏହି କାରଣରୁ ଯୁବତୀଙ୍କର ଦୁଇଟି ବାହାଘର ଭାଂଗିଯାଇଛି । ଯୁବତୀଙ୍କର ପରିବାର ଲୋକେ ଏମିତି ନକରିବାକୁ ଅମିତକୁ ବାରଣ କରିଥିଲେ । । ଏହାର ଫାଇଦା ନେଇ ଅମିତ୍ ସେମାନଙ୍କର ଠାରୁ ୬ଲକ୍ଷ ଟଙ୍କା ମାଗିଥିଲେ ।

ଏହାସହ ଅମିତ୍ ଧମକ ଦେଇଥିଲା କି ଟଙ୍କା ନମିଳିଲେ ସେ ଯୁବତୀକୁ ବଦନାମ୍ କରିଦେବ । ଚିନ୍ତିତ ହୋଇ ପୀଡିତା ଆରୋପୀ ଅମିତ୍ ବିରୁଦ୍ଧରେ ଦାଦରୀ କୋତବାଲୀ ରେ ରିପୋର୍ଟ ଦାଖଲ କଲେ । ଦାଦରୀ କୋତବାଲୀର ଏସଏଚଓ ରାମ୍ ସେନ୍ ସିଂହ କହିଛନ୍ତି କି ଅଭିଯୋଗ ଆଧାରରେ ଆରୋପୀ ଅମିତ୍କୁ ଗିରଫ କରିନେଇଛନ୍ତି । ସୋମବାର ଦିନ ଆରୋପୀକୁ କୋର୍ଟରେ ହାଜର କରାଯାଇଛି । ସେଠାରୁ ଜେଲ୍ ପଠାଇଦିଆଯାଇଛି ।

( ସୌଜନ୍ୟ- ନବଭାରତ ଟାଇମ୍ସ )