ଶିକ୍ଷାନୁଷ୍ଠାନରେ ମୋବାଇଲ୍ ବ୍ୟବହାର ଉପରେ ଲାଗିପାରେ କଟକଣା ! ଖୁବଶୀଘ୍ର ଆସିପାରେ ସରକାରଙ୍କ ନିଷ୍ପତି

28

କନକ ବ୍ୟୁରୋ : ଶିକ୍ଷାନୁଷ୍ଠାନରେ ମୋବାଇଲ୍ ବ୍ୟବହାର ଉପରେ ଲାଗିପାରେ କଟକଣା । ପାଠପଢାରେ ବ୍ୟାଘତ କାରଣରୁ ଆଗକୁ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ପରିସରରେ ମୋବାଇଲ ବ୍ୟବହାର ଉପରେ ରୋକ୍ ଲଗାଇ ପାରନ୍ତି ରାଜ୍ୟ ସରକାର । ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ କ୍ଷେତ୍ରରେ ଏହି ନିୟମ ଲାଗୁ କରାଯାଇ ପାରେ । ଏନେଇ ଆଲୋଚନା କରାଯାଉଥିବା କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ।

ଖୁବଶୀଘ୍ର ରାଜ୍ୟ ସରକାର ଏନେଇ ନିଷ୍ପତି ନେବେ ବୋଲି ମନ୍ତ୍ରୀ ଅନନ୍ତ ନାରାୟଣ ଦାସ କହିଛନ୍ତି । ତେବେ ପାଠପଢା ସମୟରେ ଫୋନ କଲ୍ ଆସିବାରୁ ଶିକ୍ଷାଦାନରେ ଅସୁବିଧା ହେଉଥିବା କହିଛନ୍ତି ମନ୍ତ୍ରୀ ଅନନ୍ତ ଦାସ । ବହୁ ଆଲୋଚନା ପର୍ଯ୍ୟାଲୋଚନା ପରେ କ୍ୟାମ୍ପସରେ ମୋବାଇଲ ବ୍ୟବହାର ଉପରେ କଟକଣା ଲଗାଇବା ନେଇ ଚିନ୍ତା କରାଯାଉଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦକୁ ଅପେକ୍ଷା କରାଯାଇଛି ।