କଲେଜ ଓ ବିଶ୍ୱବିଦ୍ୟାଳୟରେ ନିଷେଧ ହେଲା ମୋବାଇଲ୍ ଫୋନ୍ ! ଜାଣନ୍ତୁ କେଉଁଠି ଲାଗୁ ହେଲା ଏଭଳି ନିୟମ ।

4,028

କନକ ବ୍ୟୁରୋ : ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ମୋବାଇଲ ଫୋନ୍‌ ବ୍ୟବହାର ଉପରେ ଉତ୍ତରପ୍ରଦେଶ ଉଚ୍ଚଶିକ୍ଷା ନିର୍ଦେଶାଳୟ ନିଷେଧାଦେଶ ଜାରି କରିଛନ୍ତି । ଏଥିନିମନ୍ତେ ଗୁରୁବାର ଦିନ ଉଚ୍ଚଶିକ୍ଷା ନିର୍ଦେଶାଳୟ ନୂଆ ସର୍କ୍ୟୁଲାର୍‌ ଜାରି କରିଛନ୍ତି । ଏବେ ଠାରୁ ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀମାନେ କ୍ୟାମ୍ପସ୍‌କୁ ମୋବାଇଲ୍‌ ଫୋନ୍‌ ଆଣିବେ ନାହିଁ କି, ବ୍ୟବହାର କରିବେ ନାହିଁ ବୋଲି ଏଥିରେ ନିର୍ଦେଶ ଦିଆଯାଇଛି ।

ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକ/ଶିକ୍ଷୟିତ୍ରୀମାନେ ମଧ୍ୟ ପରିସର ମଧ୍ୟରେ ମୋବାଇଲ୍‌ ଫୋନ୍‌ ବ୍ୟବହାର କରି ପାରିବେ ନାହିଁ ବୋଲି ଏଥିରେ କୁହାଯାଇଛି । କଲେଜ ସମୟରେ ମଧ୍ୟ ବହୁସଂଖ୍ୟକ ଛାତ୍ରଛାତ୍ରୀ ତଥା କର୍ମଚାରୀ ସେମାନଙ୍କର ମୂଲ୍ୟବାନ ସମୟ ମୋବାଇଲ୍‌ ଫୋନ୍‌ ପିଛେ ନଷ୍ଟ କରୁଥିବା କଥା ଲକ୍ଷ୍ୟ କରିବା ପରେ ନିର୍ଦେଶାଳୟ ଏଭଳି ନିଷ୍ପତ୍ତି ନେଇଛନ୍ତି । କ୍ୟାବିନେଟ୍‌ ବୈଠକ ସମେତ ସମସ୍ତ ପ୍ରକାର ସରକାରୀ ସଭାରେ ଚାଲିଥିବା ସମୟରେ ମୋବାଇଲ୍‌ ଫୋନ୍‌ ବ୍ୟବହାର ନ କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କିଛି ଦିନ ତଳେ ନିର୍ଦେଶ ଦେଇଥିଲେ।