ଉତ୍ତରପ୍ରଦେଶରେ ଲଜ୍ଜା ! ମୋବାଇଲ୍ ରିଚାର୍ଜ ଦୋକାନରେ ବିକ୍ରି ହେଉଛି ଯୁବତୀଙ୍କ ନମ୍ବର

55

ଏକ ଲଜ୍ଜିତ ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶରୁ । ଅଧିକାଂଶ ମୋବାଇଲ୍ ରିଚାର୍ଜ ଦୋକାନରେ ବିକ୍ରି ହେଉଛି ଯୁବତୀ ମାନଙ୍କ ମୋବାଇଲ୍ ନମ୍ବର୍ । ଆଉ ନମ୍ବର ଗୁଡିକର ମୂଲ୍ୟ ନିର୍ଭର କରେ ସେମାନଙ୍କ ରୂପ ଉପରେ । ଅର୍ଥାତ୍ ଯୁବତୀ ଜଣକ ଅତ୍ୟଧିକ ସୁନ୍ଦର ହୋଇଥିଲେ ତାଙ୍କ ନମ୍ବରର ମୂଲ୍ୟ ୫୦୦ ଟଙ୍କା ଓ ସାଧାରଣ ହୋଇଥିଲେ ୫୦ ଟଙ୍କା । ଯେଉଁ ଯୁବକ ଯାହାର ଚାହିଁବେ ଉଚିତ୍ ମୂଲ୍ୟ ଦେଇ ନମ୍ବର ଗୁଡିକ ନେଉଥିଲେ ଏବଂ ଫୋନ୍ କରି ଯୁବତୀମାନଙ୍କୁ ହଇରାଣ କରୁଥିବା ପ୍ରକାଶ କରିଛି ୟୁପି ପୁଲିସ୍ ।

htତେବେ ଘଟଣାଟି ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ୨୪ ଘଂଟିଆ ପୁଲିସ୍ ହେଲ୍ପଲାଇନ୍ ନମ୍ବର ୧୦୯୦ ପ୍ରଚଳିତ କରାଯାଇଥିଲା । ଉକ୍ତ ନମ୍ବରରେ ଶହ ଶହ ଯୁବତୀ ଏ ସଂକ୍ରାନ୍ତରେ ଅଭିଯୋଗ କରିବା ଆରମ୍ଭ କରିଥିଲେ । ଜାଣି ଆଶ୍ଚର୍ଯ୍ୟ ହେବେ ଗତ ୪ ବର୍ଷ ମଧ୍ୟରେ ରେକର୍ଡ କରାଯାଇଥିବା ୬ ଲକ୍ଷ ଅଭିଯୋଗ ମଧ୍ୟରୁ ୯୦% ହେଉଛି ଫୋନ୍ ଯୋଗେ ସେମାନଙ୍କୁ ହଇରାଣ କରାଯାଉଥିବା ଅଭିଯୋଗ ।

ପୁଲିସ୍ ସୂଚନା ଅନୁଯାୟୀ, ଦୋକାନୀ ମାନେ ରିଚାର୍ଜ କରିବା ପରେ ଯୁବତୀମାନଙ୍କ ନମ୍ବର ସେଭ୍ କରି ଦିଅନ୍ତି । ତାପରେ ଇଚ୍ଛୁକ ଯୁବକ ମାନଙ୍କୁ ନମ୍ବର ଗୁଡିକ ବ୍ରିକି କରନ୍ତି । ‘ମୁଁ ତୁମ ସାଙ୍ଗ ହେବାକୁ ଚାହେଁ’ କହି ନମ୍ବର କିଣିଥିବା ଯୁବକ ମାନେ ଯୁବତୀ ମାନଙ୍କୁ ହଇରାଣ କରିବା ଆରମ୍ଭ କରିଥାନ୍ତି । ତେବେ ବିଡମ୍ବନାର କଥା ହେଉଛି ଘଟଣାରେ ଏଯାଏ କାହାକୁ ଗିରଫ କରାଯାଇନାହିଁ ।