ମୋବାଇଲ ନମ୍ବର ପୋର୍ଟ କରିବା ହେବ ଆହୁରି ସହଜ ! ଟ୍ରାଇର ବଡ ପଦକ୍ଷେପ, ଜାଣନ୍ତୁ ନୂଆ ସିମ୍ ପାଇଁ କେତେ ଟଙ୍କା ହେବ ଖର୍ଚ୍ଚ

37

ଦୂରସଂଚାର ନିୟାମକ ଟ୍ରାଇ ମୋବାଇଲ ନମ୍ବର ପୋର୍ଟାବିଲିଟି ବା ଏମଏନପି ପ୍ରଣାଳୀ ର ସମୀକ୍ଷା ପାଇଁ ଚିନ୍ତା କରୁଛି ଯେପରିକି ଗ୍ରାହକମାନଙ୍କ ପାଇଁ ଏମଏନପି ପ୍ରକ୍ରିୟା ବେସ୍ ସରଳ ହୋଇପାରିବ । ଏମଏନପି ଏପରି ଏକ ପ୍ରଣାଳୀ ଅଟେ ଯାହାଦ୍ୱାରା କୌଣସି ଦୂରସଂଚାର ଗ୍ରାହକ ନିଜ ମୋବଇଲ ନମ୍ବରକୁ ସ୍ଥିର ରଖିବା ସହ ଅନ୍ୟ କୌଣସି କମ୍ପାନୀର ସେବା ନେଇପାରିବେ । ଭାରତୀୟ ଦୂରସଂଚାର ନିୟାମକ ପ୍ରାଧିକାରୀ, ଟ୍ରାଇ ର ଚେୟାରମ୍ୟାନ ଆର ଏସ ଶର୍ମା କହିଛନ୍ତି ଯେ, ନିୟାମକ ଏହି ମାସ ଅନ୍ତିମ ତାରିଖରେ ଏହି ସମସ୍ୟା ଉପରେ ପରାମର୍ଶ ପତ୍ର ଜାରି କରିବ । ସେ କହିଛନ୍ତି ଯେ, ଏହାର ଉଦ୍ଦେଶ୍ୟ ହେଉଛି ଏମଏନପି ପ୍ରକ୍ରିୟାରେ ଲାଗୁଥିବା ସମୟକୁ କମ୍ କରିବା ଏବଂ ଏହି ପ୍ରକ୍ରିୟାକୁ ସରଳୀକରଣ କରିବା ।

ଏମଏନପି ପ୍ରକ୍ରିୟାର ସମୟକୁ କମ କରିବା ଲକ୍ଷ୍ୟ :
ଟ୍ରାଇ ର ଚେୟାରମ୍ୟାନ ଆର ଏସ ଶର୍ମା କହିଛନ୍ତି, ଏମଏନପି ପ୍ରକ୍ରିୟାରେ ଲାଗୁଥିବା ସମୟକୁ କମ କରିବା ପାଇଁ ପରାମର୍ଶ ପତ୍ର ଅଣାଯାଉଛି । ଏମଏନପି ପ୍ରକ୍ରିୟାରେ ଲାଗୁଥିବା ସମୟକୁ କମ କରିବା ଏବଂ ଏହି ପ୍ରକ୍ରିୟାରେ ପରିବର୍ତ୍ତନ କରିବା । ସେ କହିଛନ୍ତି ଆମେ ଏହି ପ୍ରକ୍ରିୟାରେ କାମ କରୁଛୁ ଏବଂ ଏହି ମାସର ଅନ୍ତିମ ତାରିଖ ସୁଦ୍ଧା ଏହାକୁ ଜାରି କରାଯିବ ।

୭୯ ପ୍ରତିଶତ ଖସିଥିଲା ଏମଏନପି ଶୁଳ୍କ :
ଉଲ୍ଲେଖନୀୟ, ନିୟାମକ କିଛି ଦିନ ପୂର୍ବେ ଏମଏନପି ଶୁଳ୍କ କୁ କିଛି ଦିନ ପୂର୍ବେ ପାଖାପାଖି ୭୯ ପ୍ରତିଶତ ଖସାଇ ସର୍ବାଧିକ ୪ଟଙ୍କା କରିଥିଲେ । ନିୟାମକ ଏହି କାମର ଅଳ୍ପ ଟଙ୍କା ତଥା ବଡ ସଂଖ୍ୟାକୁ ନଜରରେ ରଖି ଏପରି ନିଷ୍ପତ୍ତି ନେଇଥିଲେ । ଏମଏନପି ଶୁଳ୍କ ଦରର ସମୀକ୍ଷା ପାଇଁ ପରାମର୍ଶ ପ୍ରକ୍ରିୟା ଡିସେମ୍ବର ୨୦୧୭ରେ ଆରମ୍ଭ ହୋଇଥିଲା ।