ପଂଚାୟତ ନିର୍ବାଚନ ପୂର୍ବରୁ ଚାଷୀଙ୍କୁ ରାଜ୍ୟ ସରକାରଙ୍କ ଥୋପ : ୪୧ ହଜାର ମହିଳା ଚାଷୀଙ୍କୁ ମାଗଣା ମୋବାଇଲ ଫୋନþ

56

କନକ ବ୍ୟୁରୋ : ପଂଚାୟତ ନିର୍ବାଚନ ପୂର୍ବରୁ ଚାଷୀଙ୍କୁ ସରକାରଙ୍କ ଥୋପ । ରାଜ୍ୟର ୪୧ ହଜାର ମହିଳା ଚାଷୀଙ୍କୁ ମାଗଣା ମୋବାଇଲ ଫୋନ ବାଂଟିଛନ୍ତି ସରକାର । ଆଜି ସଚିବାଳୟରେ ସାଙ୍କେତିକ ଭାବେ ୧୨ ଜଣ ମହିଳା ଚାଷୀଙ୍କୁ ଏହି ମାଗଣା ମୋବାଇଲ ଫୋନ୍ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରିଛନ୍ତି ।

ସରକାରଙ୍କ ପକ୍ଷରୁ କୁହାଯାଇଛି ମୋବାଇଲ ଫୋନ ଦ୍ୱାରା ଏହି ଚାଷୀମାନେ କୃଷି ସଂପର୍କୀତ ସୂଚନା ସହଜରେ ପାଇପାରିବେ । ପୂର୍ବରୁ ୨୦୧୩ରେ ରାଜ୍ୟ ସରକାର ୧୮ ହଜାର ଚାଷୀଙ୍କୁ ମାଗଣା ମୋବାଇଲ ଫୋନ ବାଂଟିଥିଲେ । କିଷାନ କ୍ରେଡିଟ କାର୍ଡ ଥିବା ଚାଷୀଙ୍କୁ ଏହି ମୋବାଇଲ ଯୋଗାଇ ଦିଆଯାଉଛି । ରାଜ୍ୟରେ ପ୍ରାୟ ୬୫ ଲକ୍ଷ ଚାଷୀ ପରିବାର ରହିଛନ୍ତି । ଏହି ଅବସରରେ ନବୀନ ସମବାୟ ବିଭାଗ ପକ୍ଷରୁ ନିର୍ମିତ ୧୦୦ଟି ନୂଆ ଗୋଦାମ ଘରର ଲୋକାର୍ପଣ କରିଥିଲେ । ସମବାୟ ବିଭାଗର ମନ୍ତ୍ରୀ ଡା. ଦାମୋଦର ରାଉତ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ ।