ବ୍ରାଣ୍ଡ୍ ବଡ ଅତୀତ ଛୋଟ ! ଜାଣନ୍ତୁ ଆପଣଙ୍କ ପ୍ରିୟ ମୋବାଇଲର ଇତିହାସ

67

ଆପଣ ବ୍ୟବହାର କରୁଥିବା ମୋବଇଲ୍ ବ୍ରାଣ୍ଡର ଇତିହାସ ଜାଣନ୍ତି କି । ଜାଣି ଆଶ୍ଚର୍ଯ୍ୟ ହେବେ ନୋକିଆ ପଥମେ ଏକ ପେପର୍ ମିଲ୍ ଏବଂ ସାମସଙ୍ଗ୍ ଥିଲା ଏକ ତେଜରାତି ଦୋକାନ । ହୁଏତ ଆପଣଙ୍କୁ ଏହା ମିଛ ଲାଗୁଥାଇପାରେ କିନ୍ତୁ ଏହା ସଂପୂର୍ଣ୍ଣ ସତ । ଏବେ ଜାଣନ୍ତୁ ଆପଣଙ୍କ ପ୍ରିୟ ବ୍ରାଣ୍ଡର ଇତିହାସ ।

ସାମସଙ୍ଗ୍ :
ସାମସଙ୍ଗ୍ କୋରିଆରେ ମାର୍ଚ୍ଚ ୧୯୩୮ରେ ପ୍ରଥମେ ଏକ ତେଜରାତି ଦୋକାନ ଖୋଲିଥିଲା । ଯାହାର ମୁଖ୍ୟ କାମ ଥିଲା ପନିପରିବା , ନୁଡୁଲ୍ସ ବିକ୍ରି କରିବା । ପରେ ୧୯୬୦ରେ ସାମସଙ୍ଗ୍ ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ ତିଆରି ଆରମ୍ଭ କରିଥିଲା । ୧୯୮୭ରେ ଏହା ସାମସଙ୍ଗ୍ ଇଲେକ୍ଟ୍ରୋନିକ୍, ସିଜେ ଗ୍ରୁପ୍, ହଂସଲ୍ ଗ୍ରୁପ୍ ଏବଂ ସିଂସେଗା ଗ୍ରୁପରେ ବିଭକ୍ତ ହୋଇଥିଲା । ପରେ ୧୯୯୩ରେ ସାମସଙ୍ଗ୍ ସଂପୂର୍ଣ୍ଣ ଭାବରେ କେବଳ ଇଲେକ୍ଟ୍ରୋନିକ୍ ଜିନିଷ ବିକ୍ରି କରିବା ଆରମ୍ଭ କରିଥିଲା ।

ନୋକିଆ :
୧୮୬୫ରେ ଫ୍ରେଡ୍ରିକ୍ ଇଡେଷ୍ଟାମ୍ ଫିନଲାଣ୍ଡର ନୋକିଆନଭିର୍ତା ନଦୀ କୂଳରେ ନୋକିଆ ଆବ୍ ନାଁରେ ଏକ ପେପର୍ ମିଲ୍ ଖୋଲିଥିଲେ । ୧୯୨୨ରେ ଏହାକୁ ଫିନିସ୍ କେବଲ୍ ନେଇଥିଲେ । ପରେ ସେ ଏହି ବ୍ୟବସାୟକୁ ବଢାଇ ଏହାର ନାଁ ଦେଇଥିଲେ ନୋକିଆ କର୍ପୋରେସନ୍ । ଯେଉଁଥିରେ ଟୟଲେଟ୍ ପେପର୍, କାର୍ ଟାୟାର୍ , ରବର ଯୋତା, ବାଇସାଇକେଲ୍ ଏବଂ କମ୍ପ୍ୟୁଟର୍ ଆଦି ତିଆରି କଲେ । ୧୯୮୮ରେ ନୋକିଆ ୬ଟି ନୂଅ କମ୍ପାନୀ କରିଥିଲେ । ତେବେ ସେଥି ମଧ୍ୟରୁ ନୋକିଆ ମୋବାଇଲ୍ କମ୍ପାନୀକୁ ଛାଡି ବାକି ସବୁ ବିକ୍ରି ହୋଇଯାଇଥିଲା ।

ମୋଟୋରୋଲା :
ମୋଟୋରୋଲା ଆରମ୍ଭ କରିବା ପୂର୍ବରୁ ପାଓଲ୍ ଗେଭିନ୍ ପ୍ରଥମେ ଭିଟ୍ରୋଲା ନାମକ କାର୍ ରେଡିଓ ତିଆରି କରୁଥିଲେ । ପରେ ଏହାର ନାଁ ପରିବର୍ତ୍ତନ କରି ରଖିଲେ ମୋଟୋରୋଲା । ମୋଟୋର୍ ଏବଂ ଭିଟ୍ରୋଲାକୁ ମିଶାଇ ଏହି ମୋଟୋରୋଲା ନାଁ ବାହାର କରିଥଇଲେ ପାଓଲ୍ । ୧୯୬୦ରେ ସେ ମୋଟୋରୋଲା ଫୋନ୍ ତିଆରି କରିବା ଆରମ୍ଭ କରିଥିଲେ । ଧୀରେ ଧୀରେ ଏହା ଏକ ଭଲ ବ୍ରାଣ୍ଡ ହିସାବରେ ପରିଗଣିତ ହେଲା ।