ସାରା ଦେଶରେ ଘୁରି ବୁଲୁଛି ଏହି ମୋବାଇଲ୍ କ୍ଲିନିକ୍ ! କ୍ୟାନସର ରୋଗୀଙ୍କ ପାଇଁ ସାଜିଛି ଦେବଦୂତ ।

122

ଦେଶରେ ଦିନକୁ ଦିନ ବଢୁଛି କ୍ୟାନସର ରୋଗୀଙ୍କ ସଂଖ୍ୟା । ଆଉ ଏହି ମାରତ୍ମକ ରୋଗ ମଧ୍ୟ ସାଂଘାତିକ ରୂପ ଧାରଣ କରୁଛି । ଆଉ ଏହି ରୋଗ ପାଇଁ ଏବେ ସଚେତନ କରୁଛି ମୋବାଇଲ୍ କ୍ଲିନିକ୍ । ଏହି ମୋବାଇଲ କ୍ଲିନିକ୍ ଦେଶର କୋଣ ଅନୁକୋଣରେ ଘୁରି ବୁଲୁଛି । ଆଉ ଏହାର ଉଦ୍ଦେଶ୍ୟ ରହିଛି, କ୍ୟାନସର ରୋଗୀଙ୍କୁ ଖୋଜିବା ସହ ତାଙ୍କ ଚିକିତ୍ସା ପାଇଁ ଆବଶ୍ୟକୀୟ ପରାମର୍ଶ ଦେବା । ଆଉ ଏହି ମୋବାଇଲ କ୍ଲିନିକ୍ ଗରିବ ଲୋକମାନଙ୍କ ପାଇଁ ଦେବାଳୟ ପାଲଟିଥିବା ଏବେ ଚର୍ଚ୍ଚା ହେଉଛି । ଆଉ ସବୁଠାରୁ ବଡ କଥା ହେଉଛି, ୨୨ଟି ରାଜ୍ୟ ବୁଲି ସାରିଥିବା ଏହି ମୋବାଇଲ କ୍ଲିନିକ୍ ଜରିଆରେ ୧ ଲକ୍ଷ ଲୋକଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିବା ବେଳେ ୬ ହଜାର କ୍ୟାନସର ରୋଗୀଙ୍କୁ ଚିହ୍ନଟ କରାଯାଇଛି ।

ସାରା ଦେଶରେ ଏହି ମୋବାଇଲ କ୍ଲିନିକ୍ ଏକ ଅନନ୍ୟ ଉଦାହରଣ ପାଲଟିଛି । ଲୋକମାନଙ୍କର ସ୍ୱାସ୍ଥ୍ୟପରୀକ୍ଷା କରାଯାଇ କ୍ୟାନସର ପାଇଁ ସଚେତନ କରାଉଛି ଏହି କ୍ଲିନିକ୍ । ତେବେ ଏହି ମୋବାଇଲ କ୍ଲିନିକର ପ୍ରଭାରୀ ଆନନ୍ଦ କୁମାର ସିଂହ କହିଛନ୍ତି, କ୍ୟାନସର ନିଜ ପ୍ରାରମ୍ଭିକ ପର୍ଯ୍ୟାୟରେ ଚିହ୍ନଟ ହୋଇଗଲେ, ଏହାର ନିରାକରଣ ଅତ୍ୟନ୍ତ ସହଜ ହୋଇଥାଏ । କିନ୍ତୁ ବିଳମ୍ବ ହୋଇଗଲେ ଏହି ରୋଗ ମାରତ୍ମକ ହୋଇଯାଇଥାଏ । ତେବେ ଏହି ମୋବାଇଲ କ୍ଲିନିକର ଲକ୍ଷ୍ୟ ହେଉଛି, ଲୋକମାନଙ୍କ ମଧ୍ୟରେ କ୍ୟାନସର ରୋଗ ପ୍ରତି ସଚେତନ ସୃଷ୍ଟି କରିବା ।