ଭାରତର ଟେକ୍ନୋଲୋଜି ଦୁନିଆ ଧୀରେ ଧୀରେ ଆଗକୁ ବଢିବାରେ ଲାଗିଛି । ସେହିପରି ଏବେ ଏପରି ଏକ ଟେକ୍ନୋଲୋଜିର ଉଦ୍ଭାବନ ହୋଇଛି ଯାହା ଲୋକ ମାନଙ୍କୁ ଅସୁବିଧାରେ ସାହାଯ୍ୟ କରିପାରିବ । ଯଦି ଆପଣ ଏପରି କୌଣସି ସ୍ଥାନରେ ଫସିଯାନ୍ତି ଯେଉଁଠାରେ ସିଗନାଲ ଖୁବ ଧିମା ଥିବ କିମ୍ବା କୌଣସି ମୋବାଇଲର ନେଟୱର୍କ ଆସୁ ନଥିବ ସେ ସମୟରେ ଆପଣ ଖୁବ ଚିନ୍ତାରେ ପଡିଯାନ୍ତି । କିନ୍ତୁ ଏବେ ଏପରି କିଛି ନୂତନ ଟେକ୍ନୋଲୋଜି ବାହାରିଛି ଯାହା ଦ୍ୱାରା ଆପଣଙ୍କୁ ଏପରି ପରିସ୍ଥିତିରେ ସାହାଯ୍ୟ କରିବ ।

ନେଟୱର୍କ ଖରାପ ଥିଲେ ଚିନ୍ତିତ ହେଉଥିବ ମୋବାଇଲ ଗ୍ରାହକ ମାନଙ୍କ ପାଇଁ ଖୁସିର ଖବର । ସେମାନେ ବ୍ରଡବ୍ୟାଣ୍ଡ ଓ ୱଇଫାଇ କନେକସନ ଜରିଆରେ ମୋବାଇଲ ଏବଂ ଲ୍ୟାଣ୍ଡଲାଇନକୁ କଲ କରିପାରିବେ । ଇଣ୍ଟରନେଟ ଟେଲିଫୋନ ସେବା ସଂକ୍ରାନ୍ତୀୟ ସେବାକୁ କେନ୍ଦ୍ର ସରକାର ମଞ୍ଜୁରି ପ୍ରଦାନ କରିଛନ୍ତି । ଯେଉଁ କମ୍ପାନୀ ଗୁଡିକ ଟେଲିଫୋନିକ ଲାଇସେନ୍ସ ଦାଖଲ କରିବେ, କେବଳ ସେଇମାନେ ହିଁ ୧୦ ଅଙ୍କ ବିଶିଷ୍ଟ ମୋବାଇଲ ନମ୍ବର ଜାରି କରିପାରିବେ । କିନ୍ତୁ କୌଣସି ସିମ ଦେଇ ପାରିବେ ନାହିଁ । ଟେଲିଫୋନି ଆପ ଜରିଆରେ ସେହି ନମ୍ବରକୁ କାର୍ଯ୍ୟକ୍ଷମ କରାଯିବ । କଲଡ୍ରପ ସମସ୍ୟାକୁ ଦୁର କରିବା ଏହାର ମୂଖ୍ୟ ଉଦ୍ଦେଶ୍ୟ ଥିଲା । ତେବେ ଗତ ଅକ୍ଟୋବର ମାସରେ ଟେଲିକମକୁ ଅଧିକ ଉନ୍ନତତର କରିବା ପାଇଁ ଟ୍ରାଇ ତରଫରୁ ଏକ ପ୍ରସ୍ତାବ ସରକାରଙ୍କ ପାଖକୁ ପଠାଯାଇଥିଲା । ତାହା ସରକାର ଏବେ ମଞ୍ଜୁରି ପ୍ରଦାନ କରିଛନ୍ତି ।