ବିପଦ ଆଣିଲା ମୋବାଇଲ ଫୋନ୍ । ସୋଲାର ବ୍ୟାଟେରିରେ ବସିଥିଲା ଚାର୍ଜ, କାଢିଲାବେଳେ ହେଲା ବିସ୍ଫୋରଣ ।  ଯୁବକଙ୍କ ପେଟ ଓ ମୁଣ୍ଡରେ ଲାଗିଲା ଗଭୀର ଆଘାତ । 

799

କନକ ବ୍ୟୁରୋ : ଅସାବଧାନତା ଯୋଗୁଁ ମୋବାଇଲ୍ ଫୋନ ଜୀବନକୁ ବିପଦ ଭିତରୁ ମଧ୍ୟ ଠେଲିଦିଏ । ନବରଙ୍ଗପୁରରୁ ଆସିଛି ସେହିଭଳି ଏକ ଖବର । ଘରିଗାଁ ବ୍ଳକ୍ ବଡ଼ପାଲିଆ ଗାଁରେ ମୋବାଇଲ୍ ଫୋନ୍ ବ୍ଲାଷ୍ଟ ହେବାରୁ ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି । ଲକ୍ଷ୍ମଣ ଭୁଂଜିଆ ନାମକ ଜଣେ ଯୁବକ ମୋବାଇଲ୍ ଫୋନକୁ ସୋଲାର ବ୍ୟାଟେରୀରେ ଚାର୍ଜ ବସାଇଥିଲେ ।

ଫୋନରେ ରିଙ୍ଗ୍ ହେବାରୁ ଫୋନରୁ ଚାର୍ଜରୁ ବାହାର କରୁଥିବା ସମୟରେ ଫାଟି ଯାଇଥିଲା ମୋବାଇଲ୍ । ଭୀଷଣ ଶବ୍ଦ ହେବା ସହ ମୋବାଇଲ ବିସ୍ଫୋରଣ ହେବାରୁ ଲକ୍ଷ୍ମଣଙ୍କ ହାତ, ପେଟ ଓ ମୁଣ୍ଡରେ ଆଘାତ ଲାଗିଛି । ଗୁରୁତର ଆହତ ହୋଇଥିବା ଲକ୍ଷ୍ମଣଙ୍କୁ ପ୍ରଥମେ ଝରିଗାଁ ଡାକ୍ତରଖାନା ଓ ପରେ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି । ଅସାବଧାନତା ଯୋଗୁଁ କିମ୍ବା ମୋବାଇଲ୍ ଖରାପ ଥିବା ଯୋଗୁଁ ଏହି ବିସ୍ଫୋରଣ ଘଟିଲା, ତାହା ସ୍ପଷ୍ଟ ହୋଇନାହିଁ ।