ଗ୍ରାମାଂଚଳ ଲୋକଙ୍କ ପାଇଁ ନୂଆ ବ୍ୟବସ୍ଥା : ପଂଚାୟତରେ ଉପଲବ୍ଧ ହେବ ମୋବାଇଲ ବ୍ୟାଙ୍କିଂ ସୁବିଧା

13

କନକ ବ୍ୟୁରୋ : ଏଣିକି ପଂଚାୟତରେ ମିଳିବ ମୋବାଇଲ୍ ବ୍ୟାଙ୍କିଂ ସୁବିଧା । ଯେଉଁ ପଂଚାୟତରେ ବ୍ୟାଙ୍କ ନାହିଁ ସେହି ପଂଚାୟତରେ ଏହି ସୁବିଧା ମିଳିବ । ବ୍ୟାଙ୍କ ନଥିବା ପଂଚାୟତକୁ ବ୍ୟାଙ୍କ ପ୍ରତିନିଧିମାନଙ୍କୁ ଯାଇ ଏହି ସୁବିଧା ଯୋଗାଇଦେବେ ।

ବ୍ୟାଙ୍କ ମିତ୍ରମାନେ ପ୍ରତିନିଧି ଭାବେ ଏହି କାର୍ଯ୍ୟରେ ନିୟୋଜିତ ହେବେ । ଏହି ମୋବାଇଲ ବ୍ୟାଙ୍କିଂ ଜରିଆରେ ଉଭୟ ଟଙ୍କା ବଦଳ ଓ ଜମା ନିଆଯିବ । ସ୍ୱୟଂ ସହାୟକ ଗୋଷ୍ଠି ମଧ୍ୟ ଏହି କାର୍ଯ୍ୟରେ ସହଯୋଗ କରିପାରିବେ ବୋଲି କୁହାଯାଇଛି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବ୍ୟାଙ୍କ ଅଧିକାରୀଙ୍କ ସହ ବସିଥିବା ବୈଠକରେ ଏହି ନିଷ୍ପତି ନିଆଯାଇଛି ।