ବିଜେପିର ନୂଆ କାର୍ଯ୍ୟକ୍ରମ ‘ମୋ ଘର ବିଜେପି ପରିବାର’ । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଘରୁ ହେଲା ଶୁଭାରମ୍ଭ

ଦଳର ସମସ୍ତ କର୍ମୀ ଓ ନେତା ନିଜ ଘରେ ଲଗାଇବେ ବିଜେପି ପତକା

203

କନକ ବ୍ୟୁରୋ: ବିଜେପିର ନୂଆ କାର୍ଯ୍ୟକ୍ରମ ‘ମୋ ଘର ବିଜେପି ପରିବାର’ ଆରମ୍ଭ ହୋଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରୁ ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମ ଅନୁସାରେ ଦଳର ସମସ୍ତେ କର୍ମୀ ଓ ନେତା ନିଜ ଘରେ ବିଜେପି ପତକା ଲଗାଇବେ । ଏନେଇ ବିଜେପି ସୋସିଆଲ ମିଡିଆରେ ବି କ୍ୟାମ୍ପେନିଂ ଆରମ୍ଭ ହୋଇଛି । ଦଳର କର୍ମୀ ନିଜ ଘରେ ପତାକା ଲଗାଇ ଏହାକୁ ଟୁଇଟରରେ ଅପଲୋଡ କରିପାରିବେ । ମୋ ଘର ବିଜେପି ପରିବାର କାର୍ଯ୍ୟକ୍ରମ ଦଳୀୟ କର୍ମୀଙ୍କ ଆତ୍ମବିଶ୍ୱାସ ବଢାଇବ ବୋଲି କୁହାଯାଉଛି ।

ଭୁବନେଶ୍ୱର ସ୍ଥିତ ନିଜ ଭାସଭବନରେ ବିଜେପି ପତକା ଲଗାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଗତ ୧୨ ତାରିଖରୁ ଦେଶରେ ଏକ ଅଭିଯାନ ଦଳର ରାଷ୍ଟ୍ରୀୟ ସଭାପତିଙ୍କ ନେତୃତ୍ୱରେ ଆରମ୍ଭ ହୋଇଛି । ୨୦୧୯ରେ ଆଉ ଥରେ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କୁ ଜିତାଇବା ପାଇଁ ‘ମୋ ଘର ବିଜେପି ଘର, ମୋ ପରିବାର ବିଜେପି ପରିବାର’ ଅଭିଯାନ ଆରମ୍ଭ କରାଯାଉଛି । ଓଡିଶାର ପ୍ରତି କାର୍ଯ୍ୟକର୍ତ୍ତାଙ୍କ ଘରେ ପ୍ରତି ଶୁଭେଚ୍ଛୁଙ୍କ ଘରେ , ପ୍ରତି ସମର୍ଥକ ଏବଂ ପ୍ରତି ଲାଭାର୍ଥୀଙ୍କ ଘରେ ମାସ ବ୍ୟାପି ଅଭିଯାନ କରି ନରେନ୍ଦ୍ର ମୋଦିଙ୍କୁ ଆଉ ଥରେ ପ୍ରଧାନମନ୍ତ୍ରୀ କରିବାର ସଂଙ୍କଳ୍ପ ନେଇ ରାଜ୍ୟର ପ୍ରତି ବିଜେପି କାର‌୍ୟ୍ୟକର୍ତା, ଶୁଭେଚ୍ଛୁ ଏବଂ ଲାଭାର୍ଥୀଙ୍କ ଘରେ ବିଜେପି ପତକା ଓ ଷ୍ଟିକର ଲଗାଇବାର କାର‌୍ୟ୍ୟକ୍ରମ ଆରମ୍ଭ ହୋଇଛି ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ସେ ଆହୁରୀ ମଧ୍ୟ କହିଛନ୍ତି କି, ଗତ ୫ ବର୍ଷ ଭିତରେ ଭାରତୀୟ ଜନତା ପାର୍ଟି ତଥା ଏନଡିଏ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଜନକଲ୍ୟାଣକାରୀ ଯୋଜନା ଲାଭାର୍ଥୀ ବନ୍ଧୁମାନେ ଆଜି ଦେଶରେ ପାଖାପାଖି ଦେଢ କୋଟି ପରିବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଲାଭାର୍ଥି ଅଛନ୍ତି । ଓଡିଶାରେ ତାର ସଂଖ୍ୟା ପାଖାପାଖି ୧୦ ଲକ୍ଷ । ସେହିପରି ଭାରତ ବର୍ଷରେ ପାଖାପାଖି ୧୦ କୋଟି ଘରେ ସ୍ୱଚ୍ଛ ଭାରତ ଅଭିଯାନ ମାଧ୍ୟମରେ ଶୌଚାଳନ ବନିଛି । ସବୁ ଗାଁକୁ ବିଜୁଳୀ ସଂଯୋଗ ପହଂଚିପାରିଛି । ଓଡିଶାରେ ତାର ସଂଖ୍ୟା ୪୦ ଲକ୍ଷରେ ପହଂଚିଛି ।

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଦେଶରେ ୬ କୋଟି ମହିଳାଙ୍କ ଘରେ ମାଗଣାରେ ଗ୍ୟାସ୍ ଲାଗିଛି । ଓଡିଶାରେ ଏହି ସଂଖ୍ୟା ୩୭ ଲକ୍ଷରେ ପହଂଚିଛି । ସେହିଭଳି ପ୍ରଧାନମନ୍ତ୍ରୀ ସୁକନ୍ୟା ଯୋଜନା, ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ମଧ୍ୟ ଏ ସରକାରରେ ଆରମ୍ଭ ହୋଇଥିବା ବେଳେ ଚଳିତବର୍ଷ ନୂଆ କରି ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଚାଷୀଙ୍କୁ ବାର୍ଷିକ ୬୦୦୦ ଟଙ୍କା ଓ ପ୍ରଧାନମନ୍ତ୍ରୀ ଶ୍ରୋମଯୋଗୀ ଯୋଜନାରେ ଶ୍ରମିକଙ୍କୁ ୬୦ ବର୍ଷ ପରେ ୩ ହଜାର ଟଙ୍କାର ଯୋଜନା ପେନସନ ଯୋଜନାମାନ ହୋଇଛି । ଓଡିଶାରେ ଆରମ୍ଭ ହୋଇଥିବା ଏହି ମାସେ ବ୍ୟାପି ଅଭିଯାନକୁ ଜାରି ରଖିବା ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହ୍ୱାନ ଦେଇଛନ୍ତି