ଫିଲ୍ମ “ୟେ ଦିଲହେ ମୁସ୍କିଲ’କୁ ବିରୋଧ କରିବ ନାହିଁ ମହାରାଷ୍ଟ୍ର ନବ ନିର୍ମାଣ ସେନା

36

କରଣଙ୍କ ଫିଲ୍ମ “ୟେ ଦିଲହେ ମୁସ୍କିଲ’ ରିଲିଜକୁ ନେଇ ମହାରାଷ୍ଟ୍ର ନବ ନିର୍ମାଣ ସେନାର ବିରୋଧ ବେଶ କିଛିଦିନ ପୃଷ୍ଠା ମଂଡନ କରିଥିବା କଥା ସମସ୍ତେ ଜାଣନ୍ତି । କିନ୍ତୁ ଏବେ ମହାରାଷ୍ଟ୍ର ନବ ନିର୍ମାଣ ସେନା କରନ ଜୋହରଙ୍କ ଏଇ ଫିଲ୍ମର ରିଲିଜକୁ ବିରୋଧ କରିବ ନାହିଁ ବୋଲି ନିଷ୍ପତି ନେଇଥିବା ସୂଚନାରୁ ଜଣାପଡିଛି ।

“ୟେ ଦିଲହେ ମୁସ୍କିଲ’ ରିଲିଜକୁ ନେଇ ଏମଏନଏସର ମୁଖ୍ୟ ରାଜ ଠାକରେ ଏବଂ ଚଳଚ୍ଚିତ୍ର ନିର୍ମାତା କରନ ଜୋହର ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ଭେଟିଥିବା ଜଣାପଡିଛି । ଏହାସହ ଭାରତ ଫିଲ୍ମ ଓ ଟେଲିଭିଜନ ନିର୍ଦ୍ଦେଶକ ସଂଘର ପ୍ରେସିଡେଂଟ ମୁକେଶ ଭଟ୍ଟ ମଧ୍ୟ ସେଠାରେ ଉପସ୍ଥିତ ଥିବା ପ୍ରକାଶ ।

ଯେଉଁ ନିର୍ଦ୍ଦେଶକମାନେ ବଲିଉଡ ଫିଲ୍ମରେ ପାକିସ୍ତାନୀ କଳାକାରମାନଙ୍କୁ ଅଭିନୟ କରିବାର ସୁଯୋଗ ଦେଇଛନ୍ତି, ସମସ୍ତେ ଆର୍ମି ରିଲିଫ ଫଣ୍ଡକୁ ୫ କୋଟି ଲେଖାଏଁ ଦିଅନ୍ତୁ ବୋଲି ରାଜ ଠାକରେ ଦାବି କରିଥିବା ଜଣାପଡିଛି ।