ସୁରଙ୍କ ସାଙ୍ଘାତିକ ବୟାନ: ବିଜେପି ପାଇଁ ଜିତିଲା ବିଜେଡି । ବିଜେପୁରରେ ଆମେ ମରି ପଡିଥିଲୁ

969

କନକ ବ୍ୟୁରୋ: ବିଜେପୁର ବିଫଳତା ନେଇ ବଡ ବୟାନ ଦେଇଛନ୍ତି ବିଧାୟକ ସୁର ରାଉତରାୟ । ବିଜେପୁରରେ କଂଗ୍ରେସ ହାରିବା ପଛର କାରଣ କଣ ? କେଉଁ ପରିସ୍ଥିତିରେ ବିଜେପୁରରେ ‘ହାତ’ ଭାଙ୍ଗିଗଲା? ଆଉ ବିଜେପୁରରେ ବିଜେଡି ବଡ ବିଜୟ କେମିତି ପାଇଲା ? ତାର ଗୁମର ଫିଟାଇଛନ୍ତି ସୁର ।

ତେବେ ବିଜେପୁରରେ କଂଗ୍ରେସ ପ୍ରାର୍ଥୀ ହାରିବା ପଛରେ ନିଜକୁ ଦାୟୀ କରିଛନ୍ତି ସୁର । ଆମ ପାଇଁ କଂଗ୍ରେସ ବିଜେପୁରରେ ବିଫଳ ହୋଇଛି । ଆମ ପ୍ରାର୍ଥୀ ଭଲ ଥିଲେ ମାତ୍ର କେହି ତାଙ୍କ ପାଇଁ ପ୍ରଚାର କରୁନଥିଲେ । ସେ ଏକା ଏକା ଲଢୁଥିଲେ । ବିଜେପୁରରେ ଆମର କିଛି ନଥିଲା । ଅଫିସରେ ଗଣ୍ଡେ ଲୋକ ନଥିଲେ କି ପତକା ନଥିଲା । କର୍ମୀ ବି ବୁଥ ବୁଥ ବୁଲୁନଥିଲେ । ଆଉ ଆମେ କୌଣସି ବୁଥରେ କିଛି ଖର୍ଚ୍ଚ କରି ନଥିବାରୁ ଲୋକେ ଭୋଟ ଦେଇନାହାନ୍ତି ବୋଲି ସୁର କହିଛନ୍ତି ।

ସେପଟେ ବିଜେପୁରରେ ଉଭୟ ବିଜେଡି ଓ କଂଗ୍ରେସ ଅଚେତ ହୋଇ ପଡିଥିଲା, ମରି ପଡିଥିଲା । ବିଜେଡି ଆଗରେ ଆମେ ହାର ମାନିଥିଲୁ ବୋଲି ସୁର ସାଙ୍ଘାତିକ କଥା କହିଛନ୍ତି । ତେବେ ବିଜେଡି ମହିଳାଙ୍କୁ ୧୫୦୦, ପୁରୁଷଙ୍କୁ ୨୦୦୦ ଟଙ୍କା ବାଣ୍ଟିଥିଲା । ମାତ୍ର ଆମେ ଟଙ୍କାଟିଏ ବାଣ୍ଟି ନଥିଲୁ ।

ବିଜେଡି ବିଜୟ ପଛରେ ବିଜେପି ଅଛି ବୋଲି ସୁର କହିଛନ୍ତି । ବିଜେପି ବିଜେଡି ସହ ହାତ ମିଳାଇ ଦେଲା । ବିଜେପି ପ୍ରାର୍ଥୀଙ୍କୁ କେଉଁଠି ବି ପ୍ରଚାର କରୁଥିବାର ଦେଖିବାକୁ ମିଳିନଥିଲା ବୋଲି ସାଙ୍ଘାତିକ କଥା କହିଛନ୍ତି ସୁର । ତେବେ ବିଜେପୁର ପରାଜୟ ପାଇଁ ସୁର ବିଜେପିକୁ ଦୋଷ ଦେଇ ନିଜ ମୁଣ୍ଡରୁ ଅଠା ଖସାଉଥିବା ଚର୍ଚ୍ଚା ହେଉଛି ।