ବାପା ବିଧାୟକ, ପୁଅ ପିଅନ ! ଏମବିଏ ଓ ପିଏଚଡି ଛାତ୍ରଛାତ୍ରୀଙ୍କୁ ପଛରେ ପକାଇ ବିଧାୟକଙ୍କ ପୁଅ ପାଇଲେ ପିଅନ ଚାକରି

65

ବିଧାୟକଙ୍କ ପୁଅ ହେବେ ବିଧାନସଭାର ପିଅନ । ବାପା ଯେଉଁଠି ବିଧାୟକ ପୁଅ ସେଠାରେ ପିଅନ ଭାବେ ଚାକିରି କରିବେ । କଥାଟା ଆଶ୍ଚର୍ଯ୍ୟ ଲାଗୁ ଥିଲେ ମଧ୍ୟ ସତ । ବିଧାନସଭାର ଚପରାସୀ ପଦବୀ ପାଇଁ ମନୋନୀତ ହୋଇଛନ୍ତି ରାଜସ୍ଥାନ ବିଧାୟକଙ୍କ ପୁଅ । ରାଜ୍ୟ ବିଧାନସଭାରେ ପିଅନ ଭାବେ ସରକାରୀ ଚାକିରି ଖଣ୍ଡେ ପାଇଥିବାରୁ ରାଜସ୍ଥାନର ବିଜେପି ବିଧାୟକ ଜଗଦିଶ୍ ନାରାୟଣ ମୀନା ଖୁବ ଖୁସି ପ୍ରକାଶ କରିଛନ୍ତି । ଜଗଦିଶ୍ ବିଜେପି ଟିକେଟରେ ଜମୱା ରାମଗଡ ଆସନରୁ ନିର୍ବାଚନ ଜିଣି ବର୍ତମାନ ବିଧାୟକ ଅଛନ୍ତି ।

State Budgetବିଧାନସଭାରେ ଖାଲି ପଡିଥିିବା ୧୮ଟି ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ପାଇଁ ୧୮ହଜାର ୮ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ପ୍ରାର୍ଥୀ ମନୋନୟନ କରାଯାଇଛି । ସେଥିରେ ବିଧାୟକଙ୍କ ପୁଅ ରାମ କିଷନଙ୍କ ନାଁ ରହିଛି । ଏକ ମନୋନୟନ ବୋର୍ଡ ଦ୍ୱାରା କରାଯାଇଥିବା ସାକ୍ଷାତକାର ଆଧାରରେ ପ୍ରାର୍ଥୀ ମନୋନୟନ କରାଯାଇଥିଲା । ଯେଉଁଥିରେ ବିଧାୟକଙ୍କ ପୁଅ ଚପରାସୀ ପଦ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ୧୮ ଜଣଙ୍କ ମଧ୍ୟରୁ ୧୨ ନମ୍ବର ସ୍ଥାନରେ ରହିଛନ୍ତି ରାମ କିଷନ ।

ତେବେ ରାମ କିଷନ ଏହି ସଫଳତା ପାଇବା ପରେ କିନ୍ତୁ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ନେତା ସଚିନ୍ ପାଇଲଟ୍ । କାରଣ ଏହି ଚପରାସୀ ପଦ ପାଇଁ ରାମ କିଷନଙ୍କ ଠାରୁ ଅଧିକ ଯୋଗ୍ୟତା ଥିବା ଛାତ୍ରଛାତ୍ରୀ ମଧ୍ୟ ଆବେଦନ କରିଥିଲେ । ଏପରିକି ଚପରାସୀ ପଦ ପାଇଁ ଏମବିଏ ଓ ପିଏଚଡି କରିଥିବା ଛାତ୍ରଛାତ୍ରୀ ମଧ୍ୟ ଆବେଦନ କରିଥିଲେ ମଧ୍ୟ ଚତୁର୍ଥ ଶ୍ରେଣୀ ପଦ ପାଇଁ ଯୋଗ୍ୟ ବିବେଚିତ ହୋଇନଥିଲେ । କିନ୍ତୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିବା ରାମ କିଷନ ଏମାନଙ୍କୁ ପଛରେ ପକାଇ ହାତେଇ ନେଇଛନ୍ତି ଚପରାସୀ ପଦ । ତେବେ ଏହାକୁ ନେଇ ସଚିନ୍ କହିଛନ୍ତି ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେବା ଆବଶ୍ୟକ । ଏଥିରେ ପ୍ରିୟାପ୍ରୀତି ତୋଷଣ ହୋଇଛି ।

ତେବେ ରାଜନେତାଙ୍କ ପୁଅ ରାଜନୀତି ନକରି କାହିଁକି ଏହି ଚତୁର୍ଥ ଶ୍ରେଣୀ ଚାକିରି କରିବାକୁ ଆଗ୍ରହ ପ୍ରକାଶ କଲେ ଏନେଇ ପ୍ରଶ୍ନର ଜବାବରେ ମୀନା କହିଛନ୍ତି ପୁଅର ଯୋଗ୍ୟତା ବାହାରେ ସେ କୋ÷ଣସି କାମ କରାଇବାକୁ ଚାହୁଁନାହାଁନ୍ତି । ଏହାଛଡା ଜଗଦୀଶ କହିଛନ୍ତି ତାଙ୍କ ପୁଅ ପରିଶ୍ରମ କରି ଏହି ପଦ ପାଇଛି ।
ମୀନାଙ୍କ ପୁଅ ଦଶମ ଶ୍ରେଣୀ ଯାଏ ପାଠ ପଢ଼ିଛନ୍ତି ।