କାନ୍ଦି ପକାଇଲେ ବିଧାୟକ ପ୍ରଭାତ ବିଶ୍ୱାଳ : ସ୍ୱାସ୍ଥ୍ୟ ପରୀକ୍ଷା ପରେ ହେଲେ ଭାବୁକ

57

କନକ ବ୍ୟୁରୋ : କ୍ୟାମେରା ଆଗରେ କୋହକୁ ନିୟନ୍ତ୍ରଣ କରିପାରିଲେନି ବିଧାୟକ ପ୍ରଭାତ ବିିଶ୍ୱାଳ । ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କର ସିଟି ସ୍କାନ କରାଯିବା ପରେ ପ୍ରତିକ୍ରିୟା ଦେବାକୁ ଯାଇ କାନ୍ଦିପକାଇଛନ୍ତି କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳ । କହିଛନ୍ତି ମୋତେ ଭାରି ନିସ୍ତେଜ ଲାଗୁଛି । ଆଉ ବଂଚିବାକୁ ଇଛା ନାହିଁ । ସିସୋର ଚିଟଫଣ୍ଡ ଲିଙ୍କ ନେଇ ସିବିଆଇ ଦ୍ୱାରା ଗିରିଫ ହୋଇ ଜେଲ ଯିବା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବେଶୀ ବିଗିଡି ଯାଇଥିଲା । ଚିକିତ୍ସା ପାଇଁ ତାଙ୍କୁ ଏସସିବିରେ ଭର୍ତ୍ତି କରାଯାଇଥିଲା । ଏସସିବିରେ ପ୍ରଭାତ ବିଶ୍ୱାଳଙ୍କ ଚିକିତ୍ସା ଚାଲିଛି ।

ସୂଚନାଯୋଗ୍ୟ କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳ । କିଛି ଦିନ ପୂର୍ବରୁ ଖବର ଆସିଥିଲା ପ୍ରଭାତ ବିଶ୍ୱାଳ ଅଧିକାଂଶ ଲୋକଙ୍କୁ ମଧ୍ୟ ଠିକ୍ ଭାବେ ଚିହ୍ନି ପାରୁନାହାନ୍ତି । ସେ ବଡ ଡାକ୍ତରଖାନାର ଆଂଚଳିକ ମେରୁଦଣ୍ଡ ନିଦାନ କେନ୍ଦ୍ରରେ ଚିକିତ୍ସିତ ହେଉଥିଲେ । ପୂର୍ବରୁ ତାଙ୍କର ମେରୁଦଣ୍ଡ ଓ ପାକସ୍ଥଳିରେ ସଂକ୍ରମଣ କାରଣରୁ ଅପରେସନ କରାଯାଇଥିଲା । । ଗତ ୨୦୧୭ ସେପ୍ଟେମ୍ବର ୧୯ ତାରିଖରେ ତାଙ୍କୁ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେବେଠାରୁ ଚିକିତ୍ସାଧିନ ଅଛନ୍ତି ପ୍ରଭାତ ବିଶ୍ୱାଳ । ଇତି ମଧ୍ୟରେ ଗତ ଏପ୍ରିଲ ମାସରେ, ସିସୋରକୁ ଜମି ବିକ୍ରି ମାମଲାରେ ଜାମିନ ମିଳିଥିଲା । କିନ୍ତୁ ଗିରଫ ହେବା ପରଠାରୁ ହିଁ ସେ ଅସୁସ୍ଥ ଅଛନ୍ତି ।