ଶବ କାନ୍ଧେଇଲେ, ଶ୍ମଶାନକୁ ନେଲେ: ମଣିଷପଣିଆ ଦେଖାଇ ଚର୍ଚ୍ଚାରେ ମନୋହର ରନ୍ଧାରୀ

689

କନକ ବ୍ୟୁରୋ: ରାଜ ଦ୍ୱାରେ ଶ୍ମଶାନେ ଚ, ଯଃ ତିଷ୍ଠତି ସଃ ବାନ୍ଧବ । ଅର୍ଥାତ ଖାଲି ସୁଖ ବେଳେ ନୁହେଁ ଯିଏ ଦୁଖଃ, ବିପଦରେ ପାଖରେ ଛିଡା ହୁଏ ସେ ହିଁ ପ୍ରକୃତ ବନ୍ଧୁ । ଚାଣକ୍ୟଙ୍କ ଏ ବାଣୀର ବଡ ଉଦାହରଣ ସାଜିଛନ୍ତି ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ । ଶବକୁ କାନ୍ଧ ଦେଇ ନିଜ ମାନବିକତାର ପରିଚୟ ଦେଇଛନ୍ତି ବିଧାୟକ ମନୋହର ।

ତେବେ ନବରଙ୍ଗପୁର କେନ୍ଦୁଗୁଡା ଗାଁ ଇନ୍ଦ୍ର ଗୌଡଙ୍କ ଦେହାନ୍ତ ଖବର ଶୁଣି ତାଙ୍କ ଘରେ ପହଞ୍ଚିଥିଲେ ବିଧାୟକ । ନିର୍ବାଚନ ବେଳେ ଇନ୍ଦ୍ର ମନୋହରଙ୍କ ପାଇଁ ଅନେକ ପରିଶ୍ରମ କରିଥିବାରୁ ତାଙ୍କ ଶେଷ ଦର୍ଶନ କରିବା ସହ ତାଙ୍କ କୋକେଇକୁ କାନେ୍ଧଇ ଥିଲେ ବିଧାୟକ । ଆଉ ଶବକୁ କାନେ୍ଧଇ କାନେ୍ଧଇ ଶ୍ମଶାନ ଯାଏ ନେଇଥିଲେ । ଯାହା ଏବେ ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଖାଲି କୋକେଇରେ କାନ୍ଧ ଦେଇ ନୁହେଁ ବରଂ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କାମ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି ବିଧାୟକ ମନୋହର ।