ନେତାଙ୍କ ଅନନ୍ତ ଶୟନ, ପାଦ ମାଲିସ କଲେ କର୍ମୀ । ଦେଖନ୍ତୁ ବିଧାୟକଙ୍କ ‘ପାଦ ମାଲିସ’ ପଲିଟିକ୍ସ ।

273

କନକ ବ୍ୟୁରୋ : କର୍ମୀଙ୍କ ଦ୍ୱାରା ଗୋଡ଼ ମାଲିସ କରାଇଲେ ନେତା । ଗଣତନ୍ତ୍ରରେ ସମସ୍ତଙ୍କର ସମାନ ଅଧିକାର ଥିବାବେଳେ ବିହାରର ପାଟନାରେ କିନ୍ତୁ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି । ଏଠାରେ ଜଣେ ବିଧାୟକ ଶୋଇଥିବାବେଳେ କର୍ମୀ ତାଙ୍କର ଗୋଡ଼ ମାଲିସ କରୁଥିବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ପାଟନାର ଗାନ୍ଧୀ ମୈଦାନରେ ଆୟୋଜନ ହୋଇଥିଲା ଜେଡିୟୁର କାର୍ଯ୍ୟକର୍ତ୍ତା ସମ୍ମିଳନୀ । ବହୁ ସଂଖ୍ୟାରେ କର୍ମୀ ଏଥିରେ ଯୋଗ ଦେଇଥିବାବେଳେ ବିହାରର ସମସ୍ତ ଜେଡିୟୁ ବିଧାୟକ ମଧ୍ୟ ସାମିଲ ହୋଇଥିଲେ ।

ଜେଡିୟୁ ବିଧାୟକ କୌଶଳ ଯାଦବ ଏହି ରାଲିରେ ଚାଦର ବିଛାଇ କର୍ମୀଙ୍କ ଗହଣରେ ବିଶ୍ରାମ ନେଇଥିଲେ । ଏହା ପରେ ଜଣେ କର୍ମୀ ତାଙ୍କର ଗୋଡ଼ ମାଲିସ କରିବା ଆରମ୍ଭ କରିଥିଲେ । ବିଧାୟକ ଜଣକ କୌଣସି ପ୍ରତିବାଦ ନ କରି ଆନନ୍ଦରେ ଶୋଇଥିଲେ । ଏହି ଘଟଣାକୁ ନେଇ ଉପସ୍ଥିତ ଲୋକମାନେ ଭିଡିଓ କରିବା ସହ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ।

ଏହି ଘଟଣାକୁ ନେଇ ବିଧାୟକ ଜଣକ କହିଛନ୍ତି ଯେ ମୁଁ ଥକି ଯାଇଥିଲି, ତେଣୁ ବିଶ୍ରାମ ନେଉଥିଲି । କର୍ମୀ ଜଣକ ଯେତେବେଳେ ପାଦ ମାଲିସ କରୁଥିଲେ, ସେ ଏଭଳି ନ କରିବାକୁ ମନା କରିଥିଲେ । କିନ୍ତୁ କର୍ମୀ ଜଣକ ଶୁଣି ନଥିଲେ ।