ବିଧାନସଭାରେ ବିଜେଡି ବିଧାୟକଙ୍କ ଦବଙ୍ଗଗିରି : ଭୁଲିଗଲେ ଜାତୀୟ ସଂଗୀତକୁ ସମ୍ମାନ

34

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ଆରମ୍ଭରୁ ଅଚଳ ବିଧାନସଭା । ମୌସୁମୀ ଅଧିବେସନର ପ୍ରଥମ ଦିନକୁ ଧୋଇନେଲା ମହାନଦୀ ଓ ପୋଲାଭରମ ପ୍ରସଙ୍ଗ । ଗୃହ ଚଳାଇ ଦେଲେନି ଶାସକ ଦଳ ସଭ୍ୟ । ଛତିଶଗଡ, ଆନ୍ଧ୍ର ଓ କେନ୍ଦ୍ର ବିରୋଧୀ ନାରାରେ ହୁଲୁସ୍ତୁଲ ହେଲା ଗଣତନ୍ତ୍ରର ମନ୍ଦିର । କଂଗ୍ରେସର ମୁଲତବୀ ପ୍ରସ୍ତାବକୁ ଗ୍ରହଣ କଲେନି ବାଚସ୍ପତି। ଆଉ ବିଜେଡି ବିଧାୟକଙ୍କ ହୋହଲ୍ଲା ଯୋଗୁଁ ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଦେଲେ।

ତେବେ ଗୃହରେ ଆଉ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା । ବିଧାନସଭାରେ ଜାତୀୟ ସଂଗୀତକୁ ଅବମାନନା କରିଛନ୍ତି କିଛି ବିଧାୟକ। ସେପଟେ ଜାତୀୟ ସଂଗୀତ ଆରମ୍ଭ ହୋଇଯାଇଥାଏ ଏବଂ ଏପଟେ ବିଜେଡି ବିଧାୟକ ମାନେ ନାରାବାଜି କରୁଥାନ୍ତି। କିଛି ସମୟ ପରେ ସମସ୍ତେ ଚୁପ ହୋଇଯାଇଥିଲେ ଏବଂ ଜାତୀୟ ସଂଗୀତ ଶେଷ ହୋଇଥିଲା। ବିରୋଧୀ କହିଛନ୍ତି ଶାସକ ଦଳ ଜାତୀୟ ସଂଗୀତକୁ ଅବମାନନା କରିଛି।